ଟ୍ରେନ ବିଳମ୍ବରେ ପହଞ୍ଚିବାରୁ ଚାଲିଗଲା ଶିଶୁର ଜୀବନ

ଟ୍ରେନ ବିଳମ୍ବ ହେତୁ ନିମୋନିଆରେ ପୀଡ଼ିତ ଶିଶୁର ଚିକିତ୍ସା ଠିକ ସମୟରେ ହୋଇ ପାରି ନଥିବାରୁ ମୃତ୍ୟୁ ହୋଇଯାଇଥିବାର ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଅଧା ରାସ୍ତାରୁ  ମୃତଦେହକୁ ନେଇ ଫେରିଗଲେ ବାପା ଓ ମା’।

ଦସଦ


ନୂଆଦିଲ୍ଲୀ: ପ୍ରବଳଥଣ୍ଡା ସହିତ କୁହୁଡ଼ି ହେତୁ ଦିନ ୯ଟା ଯାଏଁ ରାସ୍ତା୍ଘାଟ କିଛି ଦିଶୁ ନାହିଁ। ଏହି କୁହୁଡ଼ି ପାଇଁ ଅନେକ ଟ୍ରେନର ଯାତ୍ରା ସମୟକୁ ପରିବର୍ତ୍ତନ କରାଯାଇଥିବା ବେଳେ କିଛି ଟ୍ରେନ ନିଶ୍ଚିତ ହୋଇଥିବା ସମୟ ଠାରୁ ବହୁ ବିଳମ୍ବରେ ପହଞ୍ଚୁଛନ୍ତି। ଏହି କାରଣରୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରୋଗୀ ନେଇ ଯାଉଥିବା ଯାତ୍ରୀଙ୍କୁ ଏହା ବିଶେଷ ଭାବେ ପ୍ରଭାବ ପ୍ରକାଉଛି।

ଅଧିକପଢ଼ନ୍ତୁ:କୋଚଙ୍କ ଦ୍ବାରା ଦୁଷ୍କର୍ମର ଶିକାର ହେଲେ ହକି ଖେଳାଳି

ନିକଟରେ ଟ୍ରେନ ବିଳମ୍ବ ହେତୁ ଜଣେ ଅସୁସ୍ଥ ଶିଶୁର ଚିକିତ୍ସା ଠିକ ସମୟରେ ହୋଇ ପାରି ନଥିବାରୁ ମୃତ୍ୟୁ ହୋଇଯାଇଥିବାର ଦୁଃଖଦ ଘଟଣା ସାମ୍ନାକୁ ଆସିଛି। 

ଦେବରିଆ ନିବାସୀ ସଦାମଙ୍କ ବର୍ଷକର ଝିଅକୁ ନିମୋନିଆ ହୋଇଯାଇଥିଲା। ଦେବରିଆର ଅନେକ ଡାକ୍ତରଙ୍କ ପାଖରେ ଝିଅକୁ ଦେଖାଇଥିଲେ କିନ୍ତୁ ଭଲ ହୋଇ ନଥିଲା। ଶେଷରେ ସେ ଏମ୍ସରେ ଝିଅର ଚିକିତ୍ସା କରାଇବା ପାଇଁ ସ୍ଥିର କରିଥିଲେ। ତେଣୁ ସେ ଦେବରିଆରୁ ଦିଲ୍ଲୀ ଯିବା ପାଇଁ ୦୨୫୬୩ ସ୍ପେଶାଲ ଟ୍ରେନରେ ଟିକେଟ କାଟିଥିଲେ। କିନ୍ତୁ ଏହି ଟ୍ରେନ ୧୧ଘଣ୍ଟା ବିଳମ୍ବରେ ପହଞ୍ଚିଥିଲା। ଟ୍ରେନର କୋଚ ବି-୧ ୪୦ରେ ବସି ସଦାମ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ।

ଅଧିକପଢ଼ନ୍ତୁ:ଏଚଏମପିଭି ଭୂତାଣୁ ୫ ଦେଶରେ ପ୍ରବେଶ କଲା: ପୁଣି ଲକଡାଉନ୍ ଲାଗୁ ହେବ କି?

କିଛିବାଟ ଗଲାପରେ ଝିଅ ଶରୀର ଅଧିକ ଅସୁସ୍ଥ ହୋଇପଡ଼ିଥିଲା। ସଦାମଙ୍କ ପାଖରେ ବସି ଯାତ୍ରା କରୁଥିବା ସହଯାତ୍ରୀ ହର୍ଷ ଭରଦ୍ବାଜ ଝିଅ ଅବସ୍ଥା ଦେଖି ହେଲପଲାଇନ ନମ୍ବର ଓ ଏକ୍ସ ଜରିଆରେ ସାହାଯ୍ୟ ମାଗିଥିଲେ। ଏହାପରେ ଡାକ୍ତର ଆସି ଶିଶୁ ନିକଟରେ ପହଞ୍ଚିଥିଲେ। ପରୀକ୍ଷା କରିବାପରେ ସେ ଶିଶୁକୁ ମୃତ ଘୋଷଣା କରିଥିଲେ। 

ଏହି ଦୁଃଖଦ ଘଟଣାପରେ ବାପ-ମା’ ନିଜର ମୃତ ଶିଶୁକୁ ନେଇ ସଡ଼କ ପଥରେ ନିଜ ଘରକୁ ଚାଲି ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe