ତୈଳଭଣ୍ଡାର ପାଇଁ ଯୁଦ୍ଧ: ଆମେରିକାକୁ ଖାତିର ନ କରି ଏର୍ଦୋଗନଙ୍କ ଆକ୍ରମଣ ଯୋଜନା

ସିରିଆରେ ତୁର୍କୀର ସମ୍ଭାବ୍ୟ ଆକ୍ରମଣକୁ ନେଇ ଆମେରିକାର ଚିନ୍ତା ବୃଦ୍ଧି ପାଇଛି। ଆମେରିକା ସିରିଆର କୁର୍ଦ୍ଦ ବାହିନୀକୁ ସମର୍ଥନ ଯୋଗାଉଛି। ତୁର୍କୀ ରାଷ୍ଟ୍ରପତି ଏର୍ଦୋଗନ କୁର୍ଦ୍ଦମାନଙ୍କୁ ନିଜର ଶତ୍ରୁ ଭାବରେ ବିବେଚନା କରନ୍ତି ଏବଂ ସେମାନଙ୍କୁ ଦୁର୍ବଳ କରିବାକୁ ଚାହୁଁଛନ୍ତି...

WhatsApp Image 2024-12-17 at 4.22.09 PM

ଅଙ୍କାରା: ସିରିଆରେ ବଶର ଅଲ-ଅସଦ ଶାସନ ଦେଶ ଛାଡି ପଳାଇବା ପରେ ଅରାଜକତା ମଧ୍ୟରେ ତୁର୍କୀ ରାଷ୍ଟ୍ରପତି ରିସେପ ତାଇପ ଏର୍ଦୋଗନ ଆମେରିକା ସେନାକୁ ଖାତିର ନ କରି ଏକ ବଡ଼ ଯୋଜନା ପ୍ରସ୍ତୁତ କରିଛନ୍ତି। ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ରିପୋର୍ଟ କରିଛି ଯେ, ତୁର୍କୀ ଏବଂ ଏହାର ସମର୍ଥିତ ମିଲିସିଆମାନେ ସିରିଆରେ କୁର୍ଦ୍ଦ ବାହିନୀ ଦ୍ୱାରା ନିୟନ୍ତ୍ରିତ ଅଞ୍ଚଳ ଉପରେ ଏକ ବଡ଼ ଆକ୍ରମଣ ଯୋଜନା କରୁଛନ୍ତି।

ଚଳିତ ମାସ ଆରମ୍ଭରେ ହାୟାତ୍ ତାହିର ଅଲ-ଶାମ(ଏଚଟିଏସ) ନେତୃତ୍ୱରେ ସିରିଆ ବିଦ୍ରୋହୀମାନେ ଦେଶର ସରକାରୀ ବାହିନୀ ବିରୋଧରେ ଯୁଦ୍ଧ ଘୋଷଣା ସହିତ କୁର୍ଦ୍ଦମାନଙ୍କ ବିରୁଦ୍ଧରେ ଏକ ମୋର୍ଚ୍ଚା ଖୋଲିଥିଲେ।

ଏଚଟିଏସ ପକ୍ଷରୁ ତୁର୍କୀ ଏବଂ ଅଙ୍କାରା ସମର୍ଥନରେ ସିରିଆ ନ୍ୟାସନାଲ ଆର୍ମି (ଏସଏନଏ) ସହିତ ମିଳିତ ଭାବେ ଅସଦଙ୍କୁ କ୍ଷମତାରୁ ହଟାଯିବା ପରଠାରୁ ଅତି କମରେ ତିନୋଟି ସ୍ଥାନରେ କୁର୍ଦ୍ଦମାନଙ୍କ ବିରୋଧରେ ଆକ୍ରମଣ ଆରମ୍ଭ କରିଛି।

ଏହି ସମୟରେ, କୁର୍ଦ୍ଦ ନେତୃତ୍ୱାଧୀନ ସିରିଆ ଡେମୋକ୍ରାଟିକ୍ ଫୋର୍ସ (ଏସଡିଏଫ୍)ର ସର୍ବୋଚ୍ଚ କମାଣ୍ଡର ଚେତାବନୀ ଦେଇଛନ୍ତି ଯେ, ଯଦି ତୁର୍କୀ ଏବଂ ଏଚଟିଏସ୍ ମିଳିତ ସେନା ସେମାନଙ୍କ ଆକ୍ରମଣ ଜାରି ରଖନ୍ତି ତେବେ ଦେଶ ଆଉ ଏକ ରାଉଣ୍ଡ ରକ୍ତାକ୍ତ ଗୃହଯୁଦ୍ଧ ଆଡକୁ ଯାଇପାରେ।

ସିରିଆରେ ତୁର୍କୀଙ୍କ ସମ୍ଭାବ୍ୟ କାର୍ଯ୍ୟାନୁଷ୍ଠାନକୁ ନେଇ ଆମେରିକାର ଚିନ୍ତା ବୃଦ୍ଧି ପାଇଛି। ସିରିଆରେ ଆମେରିକା ସମର୍ଥିତ କୁର୍ଦ୍ଦ ବାହିନୀ ଏବଂ ଇସଲାମିକ୍ ଷ୍ଟେଟ୍ ଯୁଦ୍ଧ ଜାରି ରହିଛି। ତେବେ ତୁର୍କୀ ରାଷ୍ଟ୍ରପତି ଏର୍ଦୋଗନ କୁର୍ଦ୍ଦମାନଙ୍କୁ ଶତ୍ରୁ ଭାବରେ ବିବେଚନା କରନ୍ତି। ତୁର୍କୀ ଏସଡିଏଫକୁ ସେ କୁଦ୍ଦିସ୍ତାନ ୱାର୍କରର୍ସ ପାର୍ଟି(ପିକେକେ) ସହିତ ତୁଳନା କରନ୍ତି । ତୁର୍କୀ ପିକେକେକୁ ଆତଙ୍କବାଦୀ ସଂଗଠନ ଘୋଷଣା କରିଛି ଏବଂ ତୁର୍କୀର ଆଭ୍ୟନ୍ତରରେ ବିଦ୍ରୋହ ପାଇଁ ପିକେକେକୁ ଦାୟୀ କରିଛି।

ତୁର୍କୀ ସୀମାରୁ କୁର୍ଦ୍ଦମାନଙ୍କୁ ଦୂରକୁ ହଟାଇବା ଲକ୍ଷ୍ୟରେ ଏର୍ଦୋଗନଙ୍କ ସୈନ୍ୟବାହିନୀ ବର୍ଷ ବର୍ଷ ଧରି ସିରିଆରେ ଆକ୍ରମଣ କରିଆସୁଛନ୍ତି। ବର୍ତ୍ତମାନ ତୁର୍କୀ କୁର୍ଦ୍ଦମାନଙ୍କ ବିରୋଧରେ ବଡ଼ ପଦକ୍ଷେପ ନେବାକୁ ପ୍ରସ୍ତୁତ ହେଉଛନ୍ତି।

ସଦ୍ୟତମ ଅଦ୍ୟତନରେ ଆମେରିକାର ଅଧିକାରୀମାନେ ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲକୁ କହିଛନ୍ତି ଯେ, ସିରିଆର କୁର୍ଦ୍ଦ ଅଞ୍ଚଳ ସୀମାରେ ଏକ ବଡ଼ ଧରଣର ଆକ୍ରମଣ ପାଇଁ ତୁର୍କୀ କମାଣ୍ଡୋ ଏବଂ ଆର୍ଟିଲିରି ସହିତ ପ୍ରକ୍ସି ମିଲିସିଆମାନଙ୍କୁ ଏକତ୍ର କରିଛି। ଆମେରିକାର ଅଧିକାରୀ କହିଛନ୍ତି ଯେ, ତୁର୍କୀଙ୍କର ସୀମା ପାର୍ଶ୍ୱରେ ଅପରେସନ ଖୁବ ଶୀଘ୍ର ଆରମ୍ଭ ହୋଇପାରେ।

ଏହା ସହିତ ତୁର୍କୀ ସିରିଆର ତୈଳ ଭଣ୍ଡାର ଉପରେ ନଜର ରଖିଛି। ସେହିପରି ଆମେରିକା ମଧ୍ୟ ତୈଳ ଭଣ୍ଡାରକୁ ନିଜ ନିୟନ୍ତ୍ରଣକୁ ନେବାକୁ ଚାହୁଁଛି। ପୂର୍ବରୁ କୁର୍ଦ୍ଦଙ୍କ ଦ୍ବାରା ଦଖଲ ହୋଇଥିବା ଅଞ୍ଚଳରେ ଥିବା ତୈଳ ଉତ୍ତୋଳନ କାରଖାନାରେ ଆମେରିକା ୯୦୦ ସୈନ୍ୟ ମୁତୟନ କରିଥିଲା। ତେବେ ଏହି ଅଞ୍ଚଳ ଏବେ ତୁର୍କୀ ସମର୍ଥିତ ଏଚଟିଏସ ହାତରେ ରହିଛି। ଫଳରେ ଆମେରିକାର ଚିନ୍ତା ବୃଦ୍ଧି ପାଇବାରେ ଲାଗିଛି।

ଅଧିକ ପଢ଼ନ୍ତୁ: ପାକିସ୍ତାନ ପୁଣି ଦୁଇଭାଗ ହେବ!: ୧୯୭୧ ଯୁଦ୍ଧକୁ ମନେ ପକାଇଲେ ବିଶେଷଜ୍ଞ

ସୂଚନାଯୋଗ୍ୟ, ଏହାପୂର୍ବରୁ ଡିସେମ୍ବର ୧୬ସୋମବାର ଦିନ ତୁର୍କୀ କୁର୍ଦ୍ଦମାନଙ୍କ ସହ ଆମେରିକାର ମଧ୍ୟସ୍ଥତାରେ ଅସ୍ତ୍ରବିରତି କରୁଥିବା ଖବର ଆସିଥିଲା।

ଫକ୍ସ ନ୍ୟୁଜ୍ ଅନୁସାରେ କୁର୍ଦ୍ଦ ଫୋର୍ସ ଏସଡିଏଫ ଅଧିକାରୀଙ୍କ ସୂଚନା ଆଧାରରେ କହିଛି ଯେ ଅସ୍ତ୍ରବିରତି ଶେଷ ହୋଇଛି ଏବଂ କୁର୍ଦ୍ଦମାନେ ଆନୁଷ୍ଠାନିକ ଭାବରେ ଯୁଦ୍ଧ ସ୍ଥିତିରେ ପ୍ରବେଶ କରୁଛନ୍ତି। ଏହି ସମୟରେ, କୁର୍ଦ୍ଦ ସମ୍ପ୍ରଦାୟ ଆକ୍ରମଣ ଭୟରେ ଆତଙ୍କିତ ହେବାରେ ଲାଗିଥିବା ଫକ୍ସ ନ୍ୟୁଜ୍ କହିଛି।

ଅଧିକ ପଢ଼ନ୍ତୁ: ଲୋକସଭାରେ ଆଗତ ପରେ ଜେପିସିକୁ ଗଲା 'ଏକ ଦେଶ, ଏକ ନିର୍ବାଚନ' ବିଲ୍

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe