Pakistan is provoking Bangladesh: ପାକିସ୍ତାନ ଉସୁକାଇବାରୁ ଟ୍ବେଣ୍ଟି-୨୦ରୁ ବାଦ୍ ପଡ଼ିଲା ବାଂଲାଦେଶ : ରାଜୀବ ଶୁକ୍ଳା

Advertisment

ଟ୍ବେଣ୍ଟି-୨୦ ବିଶ୍ବକପରୁ ବାଂଲାଦେଶକୁ ବାଦ ଦିଆଯିବା ପ୍ରସଙ୍ଗରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛି ବିସିସିଆଇ। BCCIର ଉପସଭାପତି ରାଜୀବ ଶୁକ୍ଳା ଏହି ବିବାଦ ଲାଗି ସିଧାସଳଖ ପାକିସ୍ତାନକୁ ଦାୟୀ କରିଛନ୍ତି।

ଟ୍ବେଣ୍ଟି-୨୦ ବିଶ୍ବକପରୁ ବାଂଲାଦେଶକୁ ବାଦ ଦିଆଯିବା ପ୍ରସଙ୍ଗରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛି ବିସିସିଆଇ। BCCIର ଉପସଭାପତି ରାଜୀବ ଶୁକ୍ଳା ଏହି ବିବାଦ ଲାଗି ସିଧାସଳଖ ପାକିସ୍ତାନକୁ ଦାୟୀ କରିଛନ୍ତି।

Pakistan is provoking

Pakistan is provoking Bangladesh: Photograph: (sambad.in)

ନୂଆଦିଲ୍ଲୀ: ଟ୍ବେଣ୍ଟି-୨୦ ବିଶ୍ବକପରୁ ବାଂଲାଦେଶକୁ ବାଦ ଦିଆଯିବା ପ୍ରସଙ୍ଗରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛି ବିସିସିଆଇ। ବିସିସିଆଇର ଉପସଭାପତି ରାଜୀବ ଶୁକ୍ଳା ଏହି ବିବାଦ ଲାଗି ସିଧାସଳଖ ପାକିସ୍ତାନକୁ ଦାୟୀ କରିଛନ୍ତି।

ବାଂଲାଦେଶକୁ ଉସୁକାଇଥିଲା ପାକିସ୍ତାନ

ରାଜୀବ କହିଛନ୍ତି ଯେ, "ଭାରତର ସୁରକ୍ଷା ସ୍ଥିତିକୁ ନେଇ ପାକିସ୍ତାନ ବାଂଲାଦେଶକୁ ବିଭ୍ରାନ୍ତ କରିଥିଲା, ଯଦ୍ବାରା ବାଂଲାଦେଶ ଭାରତ ଆସିବାକୁ ମନା କରିଥିଲା। ଏହାର ପରିଣାମସ୍ବରୂପ ବାଂଲାଦେଶକୁ ଶେଷରେ ବିଶ୍ବକପରୁ ବିଦା ହେବାକୁ ପଡ଼ିଲା। ସୁରକ୍ଷା ସଂପର୍କରେ ବାଂଲାଦେଶର ସବୁ ଚିନ୍ତାକୁ ଦୂର କରାଯାଇଥିଲା ଓ ସବୁ ପ୍ରକାରର ଆଶ୍ବାସନା ଦିଆଯାଇଥିଲା। ଏହା ସତ୍ତ୍ବେ ବାଂଲାଦେଶ ବାହ୍ୟ ପ୍ରଭାବ ଦ୍ବାରା ପ୍ରଭାବିତ ହୋଇଥିଲା।" ସେ ସ୍ପଷ୍ଟ କରିଛନ୍ତି ଯେ, "ଆମେ (ବିସିସିଆଇ) ଚାହୁଁଥିଲୁ ବାଂଲାଦେଶ ଖେଳୁ, ଆମେ ମଧ୍ୟ ସବୁ ପ୍ରକାରର ସୁରକ୍ଷା ଆଶ୍ବାସନା ଦେଇଥିଲୁ। କିନ୍ତୁ ସେମାନେ ଯେଉଁ ନିଷ୍ପତ୍ତି ନେଲେ, ତା ପାଇଁ ଶେଷ ମୁହୂର୍ତ୍ତରେ ସମଗ୍ର ଖେଳସୂଚୀ ବଦଳାଇବା ସମ୍ଭବ ନୁହେଁ। ଏହି କାରଣରୁ ସ୍କଟଲାଣ୍ଡକୁ ସୁଯୋଗ ଦିଆଯାଇଛି।"

ପାକିସ୍ତାନ ପାଇଁ ବାଦ୍ ପଡ଼ିଲା ବାଂଲାଦେଶ

ସେ ମଧ୍ୟ ଏହି ବିବାଦ ଓ ବାଂଲାଦେଶ ବାଦ ପଡ଼ିବାକୁ ନେଇ ସିଧାସଳଖ ପାକିସ୍ତାନକୁ ଦାୟୀ କରିଥିଲେ। "ପାକିସ୍ତାନ ବିନା କୌଣସି କାରଣରୁ ଏହି ମାମଲାରେ ହସ୍ତକ୍ଷେପ କରୁଛି ଓ ବାଂଲାଦେଶକୁ ଉସୁକାଉଛି। ସମସ୍ତେ ଜାଣିଛନ୍ତି ଯେ ପାକିସ୍ତାନୀମାନେ କିପରି ବାଂଲାଦେଶ ଉପରେ କେତେ ନିର୍ମମ ଅତ୍ୟାଚାର କରିଥିଲେ। କିନ୍ତୁ ଏବେ ସେମାନେ ବାଂଲାଦେଶକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି।"

ବିଶ୍ବକପରେ ଖେଳିବାକୁ ଭାରତ ଆସିବାକୁ ବାଂଲାଦେଶ ମନା କରିବାରୁ ଆଇସିସି ଏହି ଦଳକୁ ବାଦ ଦେବା ସହ ସ୍କଟଲାଣ୍ଡକୁ ସାମିଲ କରିଛି। ଏହା ପରେ ପାକିସ୍ତାନ ବାଂଲାଦେଶକୁ ସମର୍ଥନ କରିବାକୁ ବିଶ୍ବକପରୁ ବାହାରିବାକୁ ଧମକ ଦେଉଛି। ତେବେ ଆଇସିସି ପାକିସ୍ତାନକୁ ବାସନ୍ଦ ଧମକ ଦେବା ପରେ ପାକିସ୍ତାନ ଦଳ ଘୋଷଣା କରିଛି। ଏହା ସତ୍ତ୍ବେ ପାକିସ୍ତାନ ବାରମ୍ବାର ଏହି ପ୍ରସଙ୍ଗରେ ବିବାଦୀୟ ମନ୍ତବ୍ୟମାନ ଦେଇଚାଲିଛି। ଏସବୁ ଘଟଣା ଆଗାମୀ ବିଶ୍ବକପକୁ ଏକ ବିବାଦୀୟ ସ୍ଥିତିକୁ ନେଇଯାଇଛି।

ଆହୁରି ପଢ଼ନ୍ତୁ: Accident 2 Young Men Death କାର ଧକ୍କାରେ ଚାଲିଗଲା ଦୁଇ ବାଇକ ଆରୋହୀଙ୍କର ଜୀବନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe