ବେଙ୍ଗାଲୁରୁ: ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏହି ଗଣଦୁଷ୍କର୍ମ ଘଟଣାରେ ମୋଟ ୫ ଜଣ ଅଭିଯୁକ୍ତ ସାମିଲ ଥିଲେ । ମୁଖ୍ୟ ଅଭିଯୁକ୍ତ ବି ଗିରଫ ହୋଇଛି । ଏହି ଦୁଷ୍କର୍ମ ଘଟଣା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ବେଙ୍ଗାଲୁରୁର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଜଣେ ଛାତ୍ରୀ ଦୁଷ୍କର୍ମର ଶିକାର ହୋଇଥିବା ଘଟଣା ଆଲୋଡ଼ ଖେଳାଇ ଦେଇଛି।

Advertisment

ପୁଲିସ ସୂତ୍ରରୁ ପ୍ରକାଶ, ଅଭିଯୁକ୍ତ ଜୀବନ ଗୌଡା (ବୟସ ୨୧ବର୍ଷ) କଲେଜର ଷଷ୍ଠ ସେମିଷ୍ଟରର ଛାତ୍ର ଥିବା ବେଳେ ପୀଡିତା ସପ୍ତମ ସେମିଷ୍ଟରର ଛାତ୍ରୀ । ଦୁଷ୍କର୍ମକାରୀ ଓ ପୀଡ଼ିତା ପରସ୍ପରକୁ ଭଳଭାବେ ଜାଣିଥିଲେ। ଘଟଣା ଦିନ ପୀଡ଼ିତା କିଛି ସାମଗ୍ରୀ ନେବା ପାଇଁ ଅଭିଯୁକ୍ତକୁ ଭେଟିଥିଲେ। ମଧ୍ୟାହ୍ନ ଭୋଜନ ବିରତି ସମୟରେ ଗୌଡା ପୀଡ଼ିତାଙ୍କୁ ବାରମ୍ବାର ଫୋନ୍ କରି ଆର୍କିଟେକ୍ଚର ବ୍ଲକର ସପ୍ତମ ମହଲାକୁ ଡାକିଥିଲା। 

ଅଧିକପଢ଼ନ୍ତୁ:ହସିହସି ଖୋଲିଦେଲେ ପାଟି... ମୁହଁ ଭିତରୁ ବାହାରି ପଡ଼ିଲେ ଅନେକ ବିରୁଡ଼ି

ଅଭିଯୁକ୍ତ କଥାରେ ବିଶ୍ବାସ କରି ପୀଡ଼ିତା ଘଟଣାସ୍ଥଳରେ ପହଞ୍ଚିବା ପରେ ଗୌଡା ତାଙ୍କୁ ଜୋରଜବରଦସ୍ତି ଚୁମ୍ବନ କରିବାକୁ ଚେଷ୍ଟା କରିଥିଲା। ଏହି ସମୟରେ ଛାତ୍ରୀ ଜଣକ ଲିଫ୍ଟ ମାଧ୍ୟମରେ ଖସି ଯିବାକୁ ଉଦ୍ୟମ କରୁଥିବା ବେଳେ ଗୌଡ଼ା ତାଙ୍କୁ କାବୁ କରି କରି ଷଷ୍ଠ ମହଲାରେ ଥିବା ପୁରୁଷ ଶୌଚାଳୟକୁ ଟାଣି ନେଇ ଦୁଷ୍କର୍ମ କରିଥିଲା। ଏହି ଦୁଷ୍କର୍ମ ପରେ ସେ ଘଟଣାସ୍ଥଳରୁ ଚାଲିଯିବା ପରେ ଛାତ୍ରୀଜଣକ ତାଙ୍କ ସାଙ୍ଗମାନଙ୍କ ପାଖକୁ ଆସି ଘଟଣା ବିଷୟରେ ଜଣାଇଥିଲେ।

ଏହାପରେ ପୀଡ଼ିତା ସାହାସ ଜୁଟାଇ ପରିବାରଲୋକଙ୍କୁ ନିଜ ସହିତ ଘଟିଥିବା ଲୋମଟାଙ୍କୁରା ବିଷୟରେ ଜଣାଇଥିଲେ। ପୀଡ଼ିତା ଜଣକ ପୁଲିସ ନିକଟରେ ଘଟଣା ବଖାଣି କହିଛନ୍ତି, ‘ ଦୁଷ୍କର୍ମକାରୀ ଘଟଣାର କିଛିଦିନ ମୋତେ ଫୋନ କରିଥିଲା। ମୁଁ କିନ୍ତୁ ଫୋନ ଉଠାଇ ନଥିଲି। ବାରମ୍ବାର ସେ ଫୋନ କରିବା ପରେ ମୁଁ ଫୋନ ଉଠାଇବା ପାଇଁ ବାଧ୍ୟ ହୋଇଥିଲି। ଯେମିତି ହିଁ ମୁଁ ଫୋନ ଉଠାଇଥିଲି ଦୁଷ୍କର୍ମକାରୀ କହିଥିଲା, ‘ହ୍ୟାଲୋ ମ୍ୟାଡମ ଔଷଧ  (ଗର୍ଭନିରୋଧକ ବଟିକା) ଆବଶ୍ୟକ କି? ଏହି ଘଟଣା ପରେ ବି ସେ ମୋତେ ମାନସିକ ଭାବେ ନିର୍ଯାତନା ଦେଇ ଚାଲିଛି।’

ପୁଲିସ କହିବା ଅନୁଯାୟୀ, ଘଟଣା ଘଟିଥିବା ସ୍ଥାନରେ କୌଣସି ସିସି କ୍ୟାମେରା ନଥିଲା, ଯେଉଁ କାରଣରୁ ତଦନ୍ତ ଜଟିଳ ହୋଇପଡ଼ିଛି। ତଥାପି ଫୋରେନସିକ୍ ଦଳ ଡିଜିଟାଲ୍ ଏବଂ ଫିଜିକାଲ ପ୍ରମାଣର ଯାଞ୍ଚ କରୁଛନ୍ତି।

ଅଧିକପଢ଼ନ୍ତୁ: ଟ୍ରମ୍ପ ଯାହା ଘୋଷଣା କରୁଛନ୍ତି ତାହାର ଓ

ଏହି ଦୁଷ୍କର୍ମ ଘଟଣା ରାଜ୍ୟରେ ରାଜନୈତିକ ହଇଚଇ ସୃଷ୍ଟି କରିଛି। କର୍ଣ୍ଣାଟକ ବିଧାନସଭାର ବିରୋଧୀ ଦଳ ନେତା ଆର. ଅଶୋକ କହିଛନ୍ତି ଯେ, ‘ ମାତ୍ର ଚାରି ମାସରେ ୯୭୯ଟି ଯୌନ ନିର୍ଯାତନା ମାମଲା ସାମ୍ନାକୁ ଆସି ସାରିଲାଣି। କେବଳ ବେଙ୍ଗାଲୁରୁରେ ୧୧୪ରୁ ଅଧିକ ମାମଲା ରହିଛି। ଏହା ସରକାରଙ୍କ ବିଫଳତା ନା ଆମେ ଆଉ କ’ଣ କହିବ ଆପଣମାନେ କୁହନ୍ତୁ। ଏସବୁ ଘଟଣାପରେ ମହିଳା ଏବଂ ଶିଶୁମାନେ ସ୍ବାଧୀନ ଭାବେ ସମାଜରେ ବଞ୍ଚି ପାରିବେ ତ?

bengaluru privateengineeringcollege studentraped