ବେନିନ୍ : ପଶ୍ଚିମ ଆଫ୍ରିକୀୟ ଦେଶ ବେନିନରେ ସାମରିକ ବିଦ୍ରୋହ ଓ ରାଷ୍ଟ୍ରପତି ପାଟ୍ରିସ୍ ଟାଲୋନଙ୍କୁ କ୍ଷମତାଚ୍ୟୁତ କରିବା ଉଦ୍ୟମ ବିଫଳ ହୋଇଯାଇଛି । ବିଦ୍ରୋହୀ ସୈନିକମାନେ ରାଷ୍ଟ୍ରପତିଙ୍କ ବହିଷ୍କାର ଘୋଷଣା କରିବାର କିଛି ଘଣ୍ଟା ମଧ୍ୟରେ ରାଷ୍ଟ୍ରପତିଙ୍କ ବିଶ୍ବସ୍ତ ସୈନିକମାନେ ପୁଣି ରାଷ୍ଟ୍ରପତିଙ୍କୁ ଅବସ୍ଥାପିତ କରିଛନ୍ତି। 

Advertisment

ଆହୁରି ପଢନ୍ତୁ : Azam Khan Health Issue : ଅସୁସ୍ଥ ଆଜମ୍ ଖାନ୍ ନିଜ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଦେଉ ନାହାନ୍ତି ଅନୁମତି

 ବିଦ୍ରୋହୀ ସୈନିକମାନେ ରବିବାର ସରକାରୀ ଟିଭିରେ ଉପସ୍ଥିତ ହୋଇ ଘୋଷଣା କରିଥିଲେ ଯେ ରାଷ୍ଟ୍ରପତି ପାଟ୍ରିସ୍ ଟାଲୋନଙ୍କୁ ପଦରୁ ବହିଷ୍କାର କରାଯାଇଛି। ଏହି ସୈନିକମାନେ ନିଜକୁ ମିଲିଟାରୀ କମିଟି ଫର ରିଫାଉଣ୍ଡେସନ୍ (CMR) ବୋଲି କହି କହିଥିଲେ ଯେ ସେମାନଙ୍କ କମିଟି ନିଷ୍ପତ୍ତି ନେଇଛି ଯେ ଟାଲୋନ ଆଉ ରାଷ୍ଟ୍ରପତି ରହିବେ ନାହିଁ। ବିପ୍ଳବ ଘୋଷଣା ହେବା ପରେ ତୁରନ୍ତ ଟିଭି ଏବଂ ରେଡିଓ ପ୍ରସାରଣ ବନ୍ଦ କରିଦିଆଯାଇଥିଲା।

କିନ୍ତୁ ଏହାର କିଛି ଘଣ୍ଟା ପରେ ସୈନିକମାନଙ୍କ ଏକ ବଡ଼ ଗୋଷ୍ଠୀ ରାଷ୍ଟ୍ରପତି ଓ ରାଷ୍ଟ୍ର ପ୍ରତି ଆନୁଗତ୍ୟ ପ୍ରକାଶ କରି ନିୟନ୍ତ୍ରଣ ନିଜ ହାତକୁ ନେବା ପରେ ରାଷ୍ଟ୍ରପତିଙ୍କ ପ୍ରତି କୌଣସି ବିପଦ ନାହିଁ ବୋଲି ଘୋଷଣା କରିଥିଲେ । 

ଆହୁରି ପଢନ୍ତୁ : Police SI Exam: ପୁଲିସ ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ବିହାରରୁ ଜଣେ ଗିରଫ

ସେଠାରେ ଥିବା ଫରାସୀ ଦୂତାବାସ ରିପୋର୍ଟ କରିଛି ଯେ ରାଜଧାନୀ କୋଟୋନୋରେ ରାଷ୍ଟ୍ରପତି ବାସଭବନ ନିକଟରେ ଥିବା କ୍ୟାମ୍ପ ଗୁଏଜୋରେ ଗୁଳି ବିନିମୟ ଶୁଣାଯାଇଥିଲା। ଫରାସୀ ନାଗରିକମାନଙ୍କୁ ଘର ଭିତରେ ରହିବାକୁ ପରାମର୍ଶ ଦିଆଯାଇଛି। ରାଷ୍ଟ୍ରପତି ଟାଲୋନଙ୍କ କାର୍ଯ୍ୟାଳୟ କହିଛି ଯେ ଟାଲୋନ ସୁରକ୍ଷିତ ଅଛନ୍ତି। ସେମାନେ କହିଛନ୍ତି ଯେ କେବଳ ଏକ ଛୋଟ ଗୋଷ୍ଠୀ ଟିଭି ଷ୍ଟେସନକୁ କବଜା କରିଥିଲା ଏବଂ ବାକି ସେନା ନିୟନ୍ତ୍ରଣ ଫେରି ପାଉଛି। ବେନିନର ଆଭ୍ୟନ୍ତରୀଣ ଏବଂ ସାଧାରଣ ସୁରକ୍ଷା ମନ୍ତ୍ରୀ, ଲାସାନେ ସେୟିଡୋ ଦାବି କରିଛନ୍ତି ଯେ ବିପ୍ଳବକୁ ପଣ୍ଡ କରାଯାଇଛି।