ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ହ୍ବାଇଟ ହାଉସରେ ନିଜର ଶେଷ ଦୀପାବଳି ଉତ୍ସବ ଆୟୋଜନ କରିଥିଲେ। ହ୍ବାଇଟ ହାଉସରେ ପାଳନ କରାଯାଇଥିବା ଏହି ଦୀପାବଳି ଉତ୍ସବରେ ଦେଶର ବିଭିନ୍ନ ସ୍ଥାନରୁ ସାଂସଦ, ଅଧିକାରୀ ତଥା କର୍ପୋରେଟ କାର୍ଯ୍ୟନିର୍ବାହୀଙ୍କ ସମେତ ୬୦୦ରୁ ଅଧିକ ବିଶିଷ୍ଟ ଭାରତୀୟ ଆମେରିକୀୟ ଯୋଗ ଦେଇଥିଲେ।
ଏଥି ସହିତ, ରାଷ୍ଟ୍ରପତି ବାଇଡେନ ହ୍ବାଇଟ ହାଉସର ବ୍ଲୁ ରୁମରେ ଦୀପ ଜାଳି କହିଥିଲେ, ଯେ ଦକ୍ଷିଣ ଏସୀୟ ଆମେରିକୀୟ ସମ୍ପ୍ରଦାୟ ଆମେରିକାର ଜୀବନର ପ୍ରତ୍ୟେକ ଅଂଶକୁ ସମୃଦ୍ଧ କରିଛନ୍ତି।
ସେ କହିଥିଲେ, ଆମେରିକାରେ ଏହି ଦିନ ଆମେ ଆଲୋକର ଯାତ୍ରା ବିଷୟରେ ଚିନ୍ତା କରୁଛୁ। ଆମେରିକୀୟ ଗଣତନ୍ତ୍ର କେବେ ସହଜ ହୋଇ ନାହିଁ। ଆମ ଭଳି ବିବିଧ ଦେଶରେ ଆମେ ବିତର୍କ କରୁ, ଆମେ ସହମତ ନୁହଁ, ଯେହେତୁ ଆମେ ଆପୋଷ ବୁଝାମଣା ଏବଂ ସହମତି ମାଧ୍ୟମରେ ଆଗକୁ ବଢୁଛୁ। ମୁଁ, ୫୦ବର୍ଷର ଜନସେବା ଆତ୍ମବିଶ୍ୱାସର ସ୍ବଚ୍ଛତା ସହିତ କରିଛି ବୋଲି ବାଇଡେନ କହିଥିଲେ।
ଅଧିକ ପଢ଼ନ୍ତୁ:
ମିଳିତ ଜାତିସଂଘ ଏଜେନ୍ସି ହମାସ ଆତଙ୍କବାଦୀଙ୍କ ପାଇଁ କାମ କରୁଛି!: ପ୍ରତିବନ୍ଧକ ଲଗାଇଲା ଇସ୍ରାଏଲ
ମୋ ବୟଫ୍ରେଣ୍ଡ ଏବେ ବିବାହିତ, ମୁଁ କିଛି କହିଲେ ସମସ୍ୟାରେ ପଡ଼ିବେ: ନିମ୍ରତ
Follow Us