ବିଜେପିକୁ ବଡ଼ ଝଟ୍‌କା: ଆଦିତ୍ୟ ଚୌତାଲା ଦଳ ଛାଡ଼ିଲେ

Advertisment

ଇଣ୍ଡିଆନ ନ୍ୟାସନାଲ ଲୋକଦଳ ବିଧାୟକ ଅଭୟ ସିଂ ଚୌତାଲା ଆଦିତ୍ୟ ଆଦିତ୍ୟ ଚୌତାଲାଙ୍କୁ ଦଳରେ ସାମିଲ କରିଛନ୍ତି। ଇଣ୍ଡିଆନ ନ୍ୟାସନାଲ ଲୋକଦଳ ଟିକଟରେ ଆଦିତ୍ୟ ହରିୟାଣା ବିଧାନସଭା ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ହେଉଛି।

Updated On

ଇଣ୍ଡିଆନ ନ୍ୟାସନାଲ ଲୋକଦଳ ବିଧାୟକ ଅଭୟ ସିଂ ଚୌତାଲା ଆଦିତ୍ୟ ଆଦିତ୍ୟ ଚୌତାଲାଙ୍କୁ ଦଳରେ ସାମିଲ କରିଛନ୍ତି। ଇଣ୍ଡିଆନ ନ୍ୟାସନାଲ ଲୋକଦଳ ଟିକଟରେ ଆଦିତ୍ୟ ହରିୟାଣା ବିଧାନସଭା ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ହେଉଛି।

ଅଦ୍ୟତନ ହୋଇଛି
Big blow to BJP

ଚଣ୍ଡିଗଡ଼: ହରିୟାଣା ରାଜନୀତିରେ ଏକ ବଡ଼ ଧମାକା ହୋଇଛି। ଚୌଧୁରୀ ଦେବୀଲାଲଙ୍କ ନାତି ଆଦିତ୍ୟ ଚୌତାଲା ବିଜେପି ଶିବିର ଛାଡି ଇଣ୍ଡିଆନ ନ୍ୟାସନାଲ ଲୋକଦଳରେ ଯୋଗ ଦେଇଛନ୍ତି। ଆଦିତ୍ୟ  ୨ ଦିନ ପୂର୍ବରୁ ହରିୟାଣା କୃଷି ମାର୍କେଟିଂ ବୋର୍ଡରୁ ଇସ୍ତଫା ଦେଇଥିଲେ। ଇଣ୍ଡିଆନ ନ୍ୟାସନାଲ ଲୋକଦଳ  ବିଧାୟକ ଅଭୟ ସିଂ ଚୌତାଲା ଆଦିତ୍ୟଙ୍କୁ ଦଳରେ ସାମିଲ କରାଇଛନ୍ତି।

ଇଣ୍ଡିଆନ ନ୍ୟାସନାଲ ଲୋକଦଳ ଟିକଟରେ ଆଦିତ୍ୟଙ୍କ ରାଜ୍ୟ ବିଧାନସଭା ନିର୍ବାଚନରେ ଲଢ଼ିବାର ସମ୍ଭାବନା ରହିଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।  

ଏହି ଅବସରରେ ଅଭୟ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି ଯେ ଇଣ୍ଡିଆନ ନ୍ୟାସନାଲ ଲୋକଦଳର ପରିବାର କ୍ରମାଗତ ଭାବେ ବୃଦ୍ଧି ପାଉଛି। ବିଜେପିର ବହୁ ବଡ଼ ବଡ଼ ନେତା ଇଣ୍ଡିଆନ ନ୍ୟାସନାଲ ଲୋକଦଳରେ ଯୋଗ ଦେବାକୁ ଆଗ୍ରହୀ ଅଛନ୍ତି। ସେମାନେ ଆମ ଯୋଗାଯୋଗରେ ରହିଛନ୍ତି। ଏହାକୁ ନେଇ ରାଜ୍ୟରେ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିର ଚିନ୍ତା ବଢ଼ିବାରେ ଲାଗିଛି। 

ଆଦିତ୍ୟ ଚୌତାଲା ଚୌଧୁରୀ ଦେବୀଲାଲଙ୍କ ସାନପୁଅ ଜଗଦୀଶ ଚୌତାଲଙ୍କ ପୁଅ। ସେ ୨୦୧୪ରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ। ୨୦୧୯ରେ ବିଜେପି ସରକାର ତାଙ୍କୁ ରାଜ୍ୟ ସମବାୟ କୃଷି ଏବଂ ଗ୍ରାମୀଣ ବିକାଶ ବ୍ୟାଙ୍କ ଲିମିଟେଡର ଚେୟାରମ୍ୟାନ୍ କରିଥିଲେ। ଦୁଇ ଦିନ ପୂର୍ବେ ଆଦିତ୍ୟ ଏହି ପଦରୁ ଇସ୍ତଫା ଦେଇଥିଲେ। ୨୦୧୯ ନିର୍ବାଚନରେ ​​ଆଦିତ୍ୟ ଡବୱାଲି ବିଧାନସଭାରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। କିନ୍ତୁ, ସେ କଂଗ୍ରେସ ପ୍ରାର୍ଥୀ ଅମିତ ସିହାଗଙ୍କଠାରୁ ପରାଜିତ ହୋଇଥିଲେ। 

ଆଦିତ୍ୟ ଅଭୟ ସିଂଙ୍କ ପତ୍ନୀ ତଥା ନିଜ ଭାଉଜ କାନ୍ତା ଚୌତାଲାଙ୍କୁ ୨୦୧୬ ପଞ୍ଚାୟତ ନିର୍ବାଚନରେ ପରାଜିତ କରିଥିଲେ।
ଆଦିତ୍ୟ ସିର୍ସା ଜିଲ୍ଲା ପରିଷଦର ଜୋନ୍-୪ ରୁ ଜିଲ୍ଲା ପରିଷଦ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଏହି ନିର୍ବାଚନରେ ​​ଆଦିତ୍ୟ  ଜିତିଥିଲେ। ସେ ସବୁବେଳେ ଜେଜେପିର ବିପକ୍ଷରେ ଅଛନ୍ତି। ୨୦୨୨ମସିହାରେ ସେ ଜେଜେପି ନେତା ଦୁଷ୍ୟନ୍ତ ଚୌତାଲଙ୍କ ବିରୋଧରେ ଏକ ବଡ଼ ମନ୍ତବ୍ୟ ଦେଇଥିଲେ।

ଅଧିକ ପଢ଼ନ୍ତୁ:ମଗଧ ଏକ୍ସପ୍ରେସ ଦୁଇ ଭାଗରେ ବିଭକ୍ତ: ଯାତ୍ରୀ ଆତଙ୍କିତ

 ଆଦିତ୍ୟ କହିଥିଲେ ଯେ ଯେତେବେଳେ ବି ସେ ଭିବାନୀକୁ ଯାଆନ୍ତି, ସେତେବେଳେ ସେ ଭିବାନୀକୁ ତାଙ୍କ କର୍ମକ୍ଷେତ୍ର ବୋଲି କହିଥାନ୍ତି। ଯେତେବେଳେ ହିସାରକୁ ଯାଆନ୍ତି, ହିସାରକୁ କର୍ମସ୍ଥଳ ବୋଲି କହିଥାନ୍ତି। ଯେତେବେଳେ ସେ ଡବୱାଲିକୁ ଆସନ୍ତି, ଡବୱାଲିକୁ ନିଜର କର୍ମଭୂମି କୁହନ୍ତି। ଏଭଳି ଲୋକଙ୍କୁ ବିଶ୍ବାସ ନାହିଁ। ସେ କେତେବେଳେ ରାମକୁମାର ଗୌତମଙ୍କୁ ବୁଢ଼ାବାପା କୁହନ୍ତି ତ ଅନ୍ୟ କେତେବେଳେ ଓମ୍ ପ୍ରକାଶ ଚୌତାଲାଙ୍କୁ ବୁଢ଼ାବାପା କହିଥାନ୍ତି।

ଅଧିକ ପଢ଼ନ୍ତୁ:କଂଗ୍ରେସ-ଏସପି ମେଣ୍ଟରେ ପ୍ରିୟଙ୍କା ଚାହୁଁଛନ୍ତି ୬୦-୪୦ ପ୍ରତିଶତ ଆସନ ଫର୍ମୁଲା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe