Maritime Ban on Russia: ଭାରତରୁ ଫେରି ଅଡୁଆରେ ପୁଟିନ: ରୁଷ ବିରୋଧରେ ବଡ଼ ଷଡ଼ଯନ୍ତ୍ର

Advertisment

ପୁଟିନଙ୍କ ଭାରତ ଗସ୍ତ ପରେ ବଡ଼ ଖବର ଆସିଛି। ଏହାକୁ ରୁଷ ପାଇଁ ଏକ "ଚେତାବନୀ" ଭାବରେ ଦେଖାଯାଉଛି। ମସ୍କୋ ଏହାର କିଭଳି ପ୍ରତିଶୋଧ ନେବ ସେନେଇ ଚର୍ଚ୍ଚା ଜାରି ରହିଛି। ବିଶ୍ୱର ଶକ୍ତି ଯୁଦ୍ଧ ଏବେ ନୂତନ ଶିଖରରେ ପହଞ୍ଚିଛି...

ପୁଟିନଙ୍କ ଭାରତ ଗସ୍ତ ପରେ ବଡ଼ ଖବର ଆସିଛି। ଏହାକୁ ରୁଷ ପାଇଁ ଏକ "ଚେତାବନୀ" ଭାବରେ ଦେଖାଯାଉଛି। ମସ୍କୋ ଏହାର କିଭଳି ପ୍ରତିଶୋଧ ନେବ ସେନେଇ ଚର୍ଚ୍ଚା ଜାରି ରହିଛି। ବିଶ୍ୱର ଶକ୍ତି ଯୁଦ୍ଧ ଏବେ ନୂତନ ଶିଖରରେ ପହଞ୍ଚିଛି...

Big conspiracy against Russia

Big conspiracy against Russia Photograph: (sambad.in)

ମସ୍କୋ: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ  ଶେଷ ହୋଇଛି।  ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ରଣନୈତିକ ସହଭାଗୀତାକୁ ଆହୁରି ମଜବୁତ କରିବା ବିଷୟରେ ଆଲୋଚନା କରିଛନ୍ତି। କିନ୍ତୁ ମସ୍କୋ ଫେରିବା ପରେ ପୁଟିନ ଏକ ବଡ଼ ଝଟକା ପାଇବା ନେଇ ଆଶଙ୍କା କରାଯାଉଛି।

ବିଶ୍ୱର ସବୁଠାରୁ ଧନୀ ଗଣତାନ୍ତ୍ରିକ ଅର୍ଥନୀତି ଥିବା ଦେଶ ରୁଷିଆ ସାମୁଦ୍ରିକ ତୈଳ ବାଣିଜ୍ୟ ଉପରେ କଠୋର ପଦକ୍ଷେପ ନେବାକୁ ପ୍ରସ୍ତୁତ ହେଉଛନ୍ତି। ୟୁରୋପିଆନ ସଂଘ(EU) ଏବଂ ଜି-୭ (G7) ଦେଶଗୁଡ଼ିକ ରୁଷିଆ ବିରୋଧରେ ଏକ ନୂତନ ରଣନୀତି ନେଇ ଷଡ଼ଯନ୍ତ୍ର ରଚୁଛନ୍ତି। ସେମାନେ ରୁଷିଆ ତୈଳ ରପ୍ତାନି ଉପରେ ସମ୍ପୂର୍ଣ୍ଣ ସାମୁଦ୍ରିକ ପ୍ରତିବନ୍ଧକ ଲଗାଇବା  ପାଇଁ ଯୋଜନା କରୁଛନ୍ତି। ଏହି ପଦକ୍ଷେପ ସିଧାସଳଖ ରୁଷିଆର ଯୁଦ୍ଧ-ପରବର୍ତ୍ତୀ ଅର୍ଥନୀତିକୁ ଟାର୍ଗେଟ କରିବ। କାରଣ ତୈଳ ରୁଷର କେନ୍ଦ୍ରୀୟ ବଜେଟର ପ୍ରାୟ ଏକ ଚତୁର୍ଥାଂଶ ।

ଆହୁରି ପଢ଼ନ୍ତୁ:Trump Gets A Peace Prize: ଅପେକ୍ଷାର ଅନ୍ତ ଘଟିଲା, ନୋବେଲ ନୁହେଁ ଟ୍ରମ୍ପଙ୍କୁ ଶାନ୍ତି ପୁରସ୍କାର ପ୍ରଦାନ କଲା ଫିଫା

ରିପୋର୍ଟ ଅନୁଯାୟୀ, ପ୍ରସ୍ତାବିତ ଯୋଜନା ଦ୍ୱାରା ରୁଷୀୟ ତୈଳର ମୂଲ୍ୟ ସୀମା ସମ୍ପୂର୍ଣ୍ଣ ଭାବରେ ଉଚ୍ଛେଦ କରାଯିବ ଏବଂ ପଶ୍ଚିମ ଟ୍ୟାଙ୍କର, ବୀମା ଏବଂ ପଞ୍ଜୀକରଣ ସେବା ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯିବ। ଏହା ଦ୍ବାରା ବିଶ୍ୱ ତୈଳ ବଜାରରେ ଅସ୍ଥିରତା ସୃଷ୍ଟି ହେବାର ଆଶଙ୍କା ବୃଦ୍ଧି ପାଇଛି। 


 G7–EU ରଣନୀତି

ଜି-୭ ଦେଶ ଏବଂ ୟୁରୋପୀୟ ସଂଘ ରୁଷର ଅଶୋଧିତ ତୈଳ ପାଇଁ ସାମୁଦ୍ରିକ ସେବା ଉପରେ ସମ୍ପୂର୍ଣ୍ଣ ନିଷେଧ କରିବାକୁ ବିଚାର କରୁଛନ୍ତି। ଏହା ପଶ୍ଚିମ ଜାହାଜ ଏବଂ ବୀମା ସେବାର ବ୍ୟବହାରକୁ ରୋକିବ। ଯାହା ଏବେ ବି ରୁଷର ତୈଳ ରପ୍ତାନିର ଏକ ପ୍ରମୁଖ ଅଂଶ ରହିଛି। 

ରୁଷ-ୟୁକ୍ରେନ ଯୁଦ୍ଧ ଏବଂ ତୈଳ ସମୀକରଣ

୨୦୨୨ ମସିହାରେ ୟୁକ୍ରେନ ଆକ୍ରମଣ ପରେ, G7 ଏବଂ EU ରୁଷୀୟ ତୈଳ ଆମଦାନୀ ଉପରେ କଟକଣା ଲଗାଇଥିଲେ। କିନ୍ତୁ ସମ୍ପୂର୍ଣ୍ଣ ନିଷେଧ ବଦଳରେ ସେମାନେ "ମୂଲ୍ୟ ସୀମା"(ପ୍ରାଇସ୍ କ୍ୟାପ୍) ଗ୍ରହଣ କରିଥିଲେ। ଏହା ରୁଷକୁ କେବଳ ପ୍ରତି ବ୍ୟାରେଲ ୬- ଡଲାରରୁ କମ୍ ମୂଲ୍ୟରେ ତେଲ ବିକ୍ରି କଲେ ପାଶ୍ଚାତ୍ୟ ପରିବହନ ଏବଂ ବୀମା ସେବା ପାଇବାକୁ ଅନୁମତି ଦେଇଥିଲା। ଫଳରେ ରୁଷର ଆୟ ଉପରେ ଚାପ ପଡ଼ିଥିଲା। କିନ୍ତୁ ରପ୍ତାନିକୁ କେବେ ବି ସମ୍ପୂର୍ଣ୍ଣ ଭାବରେ ବନ୍ଦ କରାଯାଇ ନଥିଲା।

ତେବେ ମସ୍କୋ  ଏକ  ନୂଆ ଉପାୟ ବାହାର କରିଥିଲା ଏବଂ "ସ୍ୟାଡୋ ଫ୍ଲିଟ୍"(ଛାୟା ଫ୍ଲିଟ୍) ନାମକ ଏକ ବିକଳ୍ପ ନୌବାହିନୀ ସୃଷ୍ଟି କରିଥିଲା। ଯାହା ପାଶ୍ଚାତ୍ୟ ନିୟମ ବାହାରେ କାର୍ଯ୍ୟ କରୁଥିବା ପୁରୁଣା, ଅନିୟନ୍ତ୍ରିତ ଟ୍ୟାଙ୍କର୍ ଗୁଡ଼ିକୁ ନେଇ ଗଠିତ ହୋଇଥିଲା। ଅକ୍ଟୋବର ୨୦୨୫ ସୁଦ୍ଧା, ରୁଷର ୪୪% ତେଲ ଏହି ନୌବାହିନୀ ଦ୍ୱାରା ପଠାଯାଉଥିଲା। ୩୮% ଏପର୍ଯ୍ୟନ୍ତ ପାଶ୍ଚାତ୍ୟ ଟ୍ୟାଙ୍କର୍ ଦ୍ୱାରା ପଠାଯାଉଥିଲା। ସେପ୍ଟେମ୍ବର ୨୦୨୫ରେ, EU ଏବଂ କାନାଡା ମୂଲ୍ୟ ସୀମା ୪୭.୬ ହଲାରକୁ ହ୍ରାସ କରିଥିଲେ। କିନ୍ତୁ ଆମେରିକା ଏହାକୁ ସମର୍ଥନ କରି ନଥିଲା।

ସମ୍ପୂର୍ଣ୍ଣ ସାମୁଦ୍ରିକ ସେବା ପ୍ରତିବନ୍ଧକ

ରଏଟର୍ସ ଅନୁଯାୟୀ, G7-EU ଏବେ "ସମ୍ପୂର୍ଣ୍ଣ ସାମୁଦ୍ରିକ ସେବା ପ୍ରତିବନ୍ଧକ" ଆଡକୁ ଅଗ୍ରସର ହେଉଛନ୍ତି। ଯାହା ମୂଲ୍ୟ ସୀମାକୁ ହଟାଇ ଦେଇଛି। ଏହାର ଅର୍ଥ ହେଉଛି, ରୁଷୀୟ ତୈଳ ପରିବହନ କରୁଥିବା ଯେକୌଣସି ଜାହାଜକୁ ଗନ୍ତବ୍ୟସ୍ଥଳ ନିର୍ବିଶେଷରେ ପଶ୍ଚିମ ଟ୍ୟାଙ୍କର୍ ବୀମା କିମ୍ବା ପତାକା ପଞ୍ଜିକରଣ ପାଇବାରୁ ବାରଣ କରାଯିବ। ଏହି ପଦକ୍ଷେପ ସିଧାସଳଖ ରୁଷର ଏସୀୟ ବଜାରକୁ ପ୍ରଭାବିତ କରିବ। କାରଣ ଭାରତ ଏବଂ ଚୀନ୍ ପାଇଁ ରୁଷର ଏକ ତୃତୀୟାଂଶରୁ ଅଧିକ ତେଲ ଏବେ ବି ଗ୍ରୀସ୍, ସାଇପ୍ରସ୍ ଏବଂ ମାଲ୍ଟାରୁ EU ଟ୍ୟାଙ୍କର୍ ମାଧ୍ୟମରେ ପଠାଯାଉଛି।

ରୁଷ  ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହେବ

ଏହି ପ୍ରସ୍ତାବ ମୂଲ୍ୟ ସୀମାକୁ ଅପ୍ରାସଙ୍ଗିକ କରିଦେବ ଏବଂ ରୁଷ ଯେଉଁ ସାମୁଦ୍ରିକ ବାଣିଜ୍ୟରୁ ଯଥେଷ୍ଟ ଲାଭ ଅର୍ଜନ କରୁଥିଲା ତାହା ଉପରେ ପ୍ରଭାବ ପକାଇବ। ଯଦି G7-EU ଏହି ଯୋଜନାକୁ ଅନୁମୋଦନ କରନ୍ତି, ତେବେ ରୁଷ ଏହାର ଛାୟା ନୌବାହିନୀ ଉପରେ ଅଧିକ ନିର୍ଭର କରିବାକୁ ବାଧ୍ୟ ହେବ।ଇତି ମଧ୍ୟରେ ଏହା ୧,୪୨୩ ଜାହାଜକୁ ବୃଦ୍ଧି ପାଇଛି।

EUର ପରବର୍ତ୍ତୀ ପ୍ରତିବନ୍ଧକ 

ୟୁରୋପୀୟ ସଂଘର ୨୭ ଜଣ ସଦସ୍ୟ ରାଷ୍ଟ୍ର ଏହାକୁ ସେମାନଙ୍କର ପରବର୍ତ୍ତୀ (୨୦ତମ) ପ୍ରତିବନ୍ଧକ ପ୍ୟାକେଜରେ ଅନ୍ତର୍ଭୁକ୍ତ କରିବାକୁ ଚାହୁଁଛନ୍ତି। ଯାହା ୨୦୨୬ ପ୍ରାରମ୍ଭରେ କାର୍ଯ୍ୟକାରୀ ହୋଇପାରେ। ତଥାପି ଏନେଇ G7 ସହମତି ଆବଶ୍ୟକ। ବ୍ରିଟେନ ଏବଂ ଆମେରିକା ଏହି ପଦକ୍ଷେପର ପ୍ରମୁଖ ସମର୍ଥକ। ଚୂଡ଼ାନ୍ତ ନିଷ୍ପତ୍ତି ମୁଖ୍ୟତଃ ଆମେରିକା ନୀତି ଉପରେ ନିର୍ଭର କରିବ। ବିଶେଷକରି ରୁଷ-ୟୁକ୍ରେନ ଶାନ୍ତି ପ୍ରୟାସ ମଧ୍ୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପ୍ରଶାସନ ଦ୍ୱାରା ଗ୍ରହଣ କରାଯାଇଥିବା ରଣନୀତି ଉପରେ ଏହା ନିର୍ଭରଶୀଳ ହେବ।

ରୁଷିଆର ବଢୁଥିବା 'ଛାୟା ଫ୍ଲିଟ୍'

ମୂଲ୍ୟ ସୀମାବଦ୍ଧତାକୁ ଏଡାଇବା ପାଇଁ, ରୁଷିଆ ଏସୀୟ ଦେଶଗୁଡ଼ିକୁ ତୈଳ ରପ୍ତାନିକୁ କ୍ରମାଗତ ଭାବରେ ପରିବର୍ତ୍ତନ କରିଛି, ପ୍ରାୟତଃ ନିଜସ୍ୱ ଟ୍ୟାଙ୍କର୍ ବ୍ୟବହାର କରୁଛି। ଏହି ଜାହାଜଗୁଡ଼ିକ ମଧ୍ୟରୁ ଅନେକ ପାଶ୍ଚାତ୍ୟ ବୀମା ବିନା ଏବଂ ସେମାନଙ୍କର ମାଲିକାନା ଅସ୍ପଷ୍ଟ। ଲଣ୍ଡନ-ଭିତ୍ତିକ ଲଏଡ୍ସ ଲିଷ୍ଟ ଇଣ୍ଟେଲିଜେନ୍ସ ଅନୁଯାୟୀ, ରୁଷିଆ, ଇରାନ ଏବଂ ଭେନେଜୁଏଲାରୁ ନିଷିଦ୍ଧ ତୈଳ ପରିବହନ କରୁଥିବା ଛାୟା ନୌବାହିନୀରେ ବର୍ତ୍ତମାନ ୧,୪୨୩ ଟ୍ୟାଙ୍କର୍ ଅଛି।

ଆମେରିକାର ପୂର୍ବତନ ଜୋ ବାଇଡେନ ପ୍ରଶାସନ ଯୁକ୍ତି ଦେଇଥିଲେ ଯେ, ପୁରୁଣା ଜାହାଜ ବଦଳାଇବା ପାଇଁ ପୁଟିନ ପ୍ରଶାସନକୁ ବାଧ୍ୟ କରିବା ଦ୍ୱାରା ରୁଷର ଯୁଦ୍ଧ ଅର୍ଥନୀତି ଦୁର୍ବଳ ହୋଇଯିବ। ତେବେ ଟ୍ରମ୍ପ୍ ପ୍ରଶାସନ ମୂଲ୍ୟ ସୀମା କଡ଼ାକଡ଼ି କରିବା ପାଇଁ କମ୍ ଉତ୍ସାହୀ ରହିଛନ୍ତି।

ଆହୁରି ପଢ଼ନ୍ତୁ:Gifts to Vladimir Putin: ଗୀତା, କାଶ୍ମୀର କେଶର, ରୂପାର ଘୋଡ଼ା… ଜାଣନ୍ତୁ ପୁଟିନଙ୍କୁ ଆଉ କେଉଁ କେଉଁ ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ

ପଶ୍ଚିମ ସରକାରମାନେ କହିଛନ୍ତି ଯେ, ସେମାନଙ୍କର ଲକ୍ଷ୍ୟ ହେଉଛି ବିଶ୍ୱ ତୈଳ ବଜାରକୁ ବାଧାପ୍ରାପ୍ତ ନକରି ରୁଷର ଯୁଦ୍ଧକାଳୀନ ଆୟକୁ ହ୍ରାସ କରିବା। ଯଦି ଏକ ପୂର୍ଣ୍ଣ ସାମୁଦ୍ରିକ କଟକଣା କାର୍ଯ୍ୟକାରୀ ହୁଏ, ତେବେ ରୁଷର ପାଶ୍ଚାତ୍ୟ ଜାହାଜ ସେବାସୀମିତ ହୋଇଯିବ। ଯାହା ଦ୍ବାରା ରୁଷ ଛାୟା ନୌବାହିନୀକୁ ବିସ୍ତାର କରିବାକୁ କିମ୍ବା ତୈଳ ରପ୍ତାନି ହ୍ରାସ କରିବାକୁ ବାଧ୍ୟ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe