Great victory of India Photograph: (Sambad.in)
ଦୁବାଇ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ରବିବାର ଦୁବାଇର ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ପଞ୍ଚମ ମ୍ୟାଚ୍ରେ ଟିମ୍ ଇଣ୍ଡିଆର ମହାବିଜୟ ହୋଇଛି।
ପାକିସ୍ତାନ ପକ୍ଷରୁ ସୌଦ ସକିଲ୍ ୬୨ ରନ୍ କରିଥିବାବେଳେ ମହମ୍ମଦ ରିଜୱାନ ୪୬ ରନ୍ କରିଥିଲେ। ସେହିପରି ଇମାମ ଉଲ୍ ହକ୍ ୧୦ ରନ୍, ବାବର ଆଜମ୍ ୨୩, ସଲମାନ ଆଘା ୧୯ ରନ୍, ଖୁସଦିଲ ସାହା ୩୮ ରନ୍, ନସିମ ସାହା ୧୪ ରନ୍ କରିଥିଲେ। ପାକିସ୍ତାନ ଇନିଂସର ପ୍ରଥମ ଛକା ୪୨ତମ ଓଭରରେ ଲାଗିଥିଲା।
ଭାରତ ପକ୍ଷରୁ କୁଲଦୀପ ଯାଦବ ୩ ୱିକେଟ ନେଇଥିବାବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଅକ୍ଷର ପଟେଲ ୨ଟି ଲେଖାଏଁ ୱିକେଟ ନେଇଥିଲେ। ସେହିପରି ରବିନ୍ଦ୍ର ଜାଡେଜା ଗୋଟିଏ ୱିକେଟ ନେଇଥିଲେ।
ଅଧିକ ପଢ଼ନ୍ତୁ: ଜେଇଇ ମେନ୍ସ ପେପର-୨ ରେଜଲ୍ଟ ପ୍ରକାଶିତ: ଟପ୍ପର ତାଲିକାରେ ଓଡ଼ିଶାର ଆଦିତ୍ୟ ନାୟକ
କୁଲଦୀପ ଯାଦବ ୪୩ତମ ଓଭରରେ ଲଗାତାର ଦୁଇଟି ବଲ୍ରେ ଦୁଇଟି ୱିକେଟ୍ ନେଇଥିଲେ। ତଥାପି, ସେ ହ୍ୟାଟ୍ରିକ୍ ହାତଛଡ଼ା କରିଥିଲେ। ପ୍ରଥମେ କୁଲଦୀପ ସଲମାନ ଆଘାଙ୍କୁ ଆଉଟ୍ କରିଥିଲେ ଏବଂ ପରେ ସାହିନ ସାହା ଆଫ୍ରିଦୀଙ୍କୁ ଶୂନ୍ୟରେ ପାଭିଲିୟନ ପଠାଇ ଦେଇଥିଲେ। କୁଲଦୀପ ଯାଦବ ନସିମ ​​ସାହାଙ୍କୁ ୧୪ ରନ୍ରେ ପାଭିଲିୟନ ପଠାଇ ଦେଇଥିଲେ। ୪୯ତମ ଓଭରରେ ଦୁଇଟି ଛକା ଲାଗିଥିଲା ​​ଏବଂ ଗୋଟିଏ ୱିକେଟ୍ ପଡ଼ିଥିଲା। ହାରିସ ରୌଫ ରନ୍ ଆଉଟ୍ ହୋଇଥିଲେ।
ଅଧିକ ପଢ଼ନ୍ତୁ: ୟମିସନ ଶକ୍ତି ଗୃହରେ ଲାଗିଲା ନିଆଁ, ଜଳିଗଲା ଆସବାବପତ୍ର
Follow Us