Bihar Assembly Elections: Voting begins for 122 Assembly seats in 20 districts Photograph: (sambad.in)
ପାଟନା: ବିହାର ବିଧାନସଭା ନିର୍ବାଚନର ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟରେ ୨୦ ଜିଲ୍ଲାର ୧୨୨ ବିଧାନସଭା ଆସନ ପାଇଁ ମଙ୍ଗଳବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ୧୨୨ ଆସନ ମଧ୍ୟରୁ ୧୦୧ଟି ସାଧାରଣ ବର୍ଗ ପାଇଁ, ୧୯ଟି ଅନୁସୂଚିତ ଜାତି ପାଇଁ ଏବଂ ୨ଟି ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ରହିଛି।
୩.୭୦ କୋଟି ଭୋଟରଙ୍କ ହାତରେ ୧,୩୦୨ ପ୍ରାର୍ଥୀଙ୍କ ଭାଗ୍ୟ
ଏହି ପର୍ଯ୍ୟାୟରେ ମୋଟ ୧,୩୦୨ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେମାନଙ୍କ ମଧ୍ୟରେ ୧,୧୬୫ ପୁରୁଷ, ୧୩୬ ମହିଳା ଏବଂ ଜଣେ ତୃତୀୟ-ଲିଙ୍ଗୀ ପ୍ରାର୍ଥୀ ରହିଛନ୍ତି। ମୋଟ ୩୭,୦୧୩,୫୫୬ ଭୋଟର ଏହି ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରୁଛନ୍ତି। ଭୋଟରମାନଙ୍କ ମଧ୍ୟରେ ୧୯,୫୪୪,୦୪୧ ପୁରୁଷ, ୧୭,୪୬୮,୫୭୨ ମହିଳା ଏବଂ ୯୪୩ ତୃତୀୟ-ଲିଙ୍ଗୀ ଭୋଟର ଅଛନ୍ତି।
ଆହୁରି ପଢ଼ନ୍ତୁ: Delhi Red Fort Explosion: ଧିରେ ଧିରେ ଆସି ଟ୍ରାଫିକରେ ଅଟକିଲା… ତାପରେ ବିରାଟ ବିସ୍ଫୋରଣ ଘଟିଲା, ହସ୍ପିଟାଲ ଅଭିମୁଖେ ଶାହ
ଏହି ପର୍ଯ୍ୟାୟରେ, ପ୍ରତ୍ୟେକ ବୁଥରେ ହାରାହାରି ୮୧୫ ଜଣ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ପର୍ଯ୍ୟାୟରେ ସମସ୍ତ ୧୨୨ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦୁଇ ଲକ୍ଷରୁ ଅଧିକ ଭୋଟର ଅଛନ୍ତି। ଭୋଟଦାତାଙ୍କ ମତଦାନ ଦୃଷ୍ଟିରୁ, ସବୁଠାରୁ ଛୋଟ ବିଧାନସଭା ନିର୍ବାଚନ ମଣ୍ଡଳୀ ହେଉଛି ମଖଦୁମପୁର। ଏହାର ଭୋଟଦାତାଙ୍କ ସଂଖ୍ୟା ୨୪୭,୫୭୪। ସେହିପରି ସବୁଠାରୁ ବଡ ହେଉଛି ହିସୁଆ। ଯାହାର ଭୋଟର ସଂଖ୍ୟା ସର୍ବାଧିକ ୩୬୭,୬୬୭।
ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟରେ, କିଛି ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀଙ୍କ ସଂଖ୍ୟା ନେଇ ଗୁରୁତ୍ୱପୂର୍ଣ୍ଣ ଲଢ଼େଇ ହେଉଛି। ତିନୋଟି ବିଧାନସଭା ନିର୍ବାଚନମଣ୍ଡଳୀରେ ସର୍ବାଧିକ ସଂଖ୍ୟକ ୨୨ ଜଣ ଲେକାଏଁ ପ୍ରାର୍ଥୀ ଅଛନ୍ତି।ସେସବୁ ହେଉଛି କୈମୁରର ଚୈନପୁର, ରୋହତାସର ସାସାରାମ ଏବଂ ଗୟାର ଗୟା ସିଟି। ଏହା ସହିତ ଛଅଟି ବିଧାନସଭା ନିର୍ବାଚନମଣ୍ଡଳୀ ଅଛି ଯେଉଁଥିରେ ସବୁଠାରୁ କମ ପ୍ରାର୍ଥୀ ୫ ଜଣ ଲେଖାଏଁ ଅଛନ୍ତି। ଏହି ଛଅଟି ନିର୍ବାଚନମଣ୍ଡଳୀ ମଧ୍ୟରେ ପଶ୍ଚିମ ଚମ୍ପାରଣର ଲୌରିଆ ଏବଂ ଚାନପାଟିଆ, ପୂର୍ବ ଚମ୍ପାରଣର ରକ୍ସୌଲ ଏବଂ ସୁଗୌଲି, ସୁପୌଲର ତ୍ରିବେଣୀଗଞ୍ଜ; ଏବଂ ପୂର୍ଣ୍ଣିଆର ବନମାନଖି ରହିଛି।
ମତଦାନ କେନ୍ଦ୍ର ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା
ଦ୍ୱିତୀୟ ପର୍ଯ୍ୟାୟରେ, ବିହାରର ୨୦ଟି ଜିଲ୍ଲାର ମୋଟ ୪୫,୩୯୯ ବୁଥ୍ରେ ମତଦାନ ହେବ। ସେଥିମଧ୍ୟରୁ ସହରାଞ୍ଚଳରେ ୫,୩୨୬ ଏବଂ ଗ୍ରାମାଞ୍ଚଳରେ ୪୦,୦୭୩ ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି। ମୋଟ ୪୫,୩୯୯ ବୁଥ ମଧ୍ୟରେ ୪୫,୩୮୮ ସାଧାରଣ ବୁଥ୍ ଏବଂ ୧୧ଟି ସହାୟକ ବୁଥ୍ ରହିଛି।
ମତଦାନ ପ୍ରକ୍ରିୟାକୁ ସହଜ କରିବା ପାଇଁ ସ୍ୱତନ୍ତ୍ର କେନ୍ଦ୍ର
• ମହିଳାମାନଙ୍କ ଦ୍ୱାରା ପରିଚାଳିତ ୫୯୫ ବୁଥ୍।
• ଦିବ୍ୟାଙ୍ଗମାନଙ୍କ ଦ୍ୱାରା ପରିଚାଳିତ ୯୧ ବୁଥ୍।
• ୩୧୬ଟି ମଡେଲ ମତଦାନ କେନ୍ଦ୍ର।
ସମସ୍ତ ବୁଥ୍ରେ ୱେବ୍ କାଷ୍ଟିଂ କରାଯାଉଛି।
ସୂଚନାଯୋଗ୍ୟ,ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ, ୧୮ଟି ଜିଲ୍ଲାର ୧୨୧ଟି ବିଧାନସଭା ନିର୍ବାଚନମଣ୍ଡଳୀର ୪୫,୩୪୧ଟି ମତଦାନ କେନ୍ଦ୍ରରେ ମତଦାନ ହୋଇଥିଲା। ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ୬୫.୦୮ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି। ମହିଳାମାନେ ଉତ୍ସାହର ସହିତ ମତଦାନରେ ଅଂଶଗ୍ରହଣ କରିଛନ୍ତି।
ଆହୁରି ପଢ଼ନ୍ତୁ: Delhi Car Blast: ଲାଲକିଲ୍ଲା ନିକଟରେ କାର ବିସ୍ଫୋରଣ: ୧୦ ଜଣଙ୍କ ମୃତ୍ୟୁ, ଶାହଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ
ବିହାରର ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଯେ ଏଥର ପ୍ରଥମ ପର୍ଯ୍ୟାୟରେ ମତଦାନ ୨୦୨୦ ବିହାର ବିଧାନସଭା ନିର୍ବାଚନ (୫୭.୨୯ ପ୍ରତିଶତ) ତୁଳନାରେ ୭.୭୯ ପ୍ରତିଶତ ଅଧିକ। ଏବଂ ଏହା ୨୦୨୪ ଲୋକସଭା ନିର୍ବାଚନ (୫୬.୨୮ ପ୍ରତିଶତ) ତୁଳନାରେ ୮.୮ ପ୍ରତିଶତ ଅଧିକ।
Follow Us