ପାଟନା: ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ୧୨୧ଟି ଆସନ ପାଇଁ ଗୁରୁବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଯାଇଛି।
ଏହି ପର୍ଯ୍ୟାୟରେ ଆରଜେଡି ନେତା ଏବଂ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ ଯାଦବ, ବିଜେପି ନେତା ଏବଂ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏବଂ ବିଜୟ କୁମାର ସିହ୍ନାଙ୍କ ସମେତ ଅନେକ ଶୀର୍ଷ ନେତା ନିର୍ବାଚନ ମଇଦାନରେ ପହଞ୍ଚି ନିଜନିଜର ମଦଦାନ କରିଛନ୍ତି। ଏଭଳି ସମୟରେ ନେତାପମାନଙ୍କର କିଛି ମଜାଳିଆ ଫଟୋ ଓ ଭିଡିଓ ସାମ୍ନାକୁ ଆସିଛି।
ଅଧିକପଢ଼ନ୍ତୁ:ଆଉ ନାହାନ୍ତି ଲୋକପ୍ରିୟ Travel Influencer ଅନୁନୟ, ମାତ୍ର ୩୨ବର୍ଷ ବୟସରେ ଚାଲିଗଲା ଜୀବନ
ଜୋରଦାର ଚାଲିଛି ପ୍ରଥମ ପର୍ଯ୍ୟାୟ ଭୋଟଦାନ
ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ଆଜି ସକାଳୁସକାଳୁ ବିହାର ଚଳଚଞ୍ଚଳ ହୋଇ ଉଠିଥିବା ବେଳେ ବୈଶାଳୀ ଜିଲ୍ଲାର ଭଗବାନପୁର ବ୍ଲକର ସୈଦପୁର ଡୁମରି ପଞ୍ଚାୟତର ବୁଥ ନମ୍ବର ୩୨୩ରେ ନେତାଙ୍କ ଏକ ମଜାଳିଆ ଦୃଶ୍ୟ ଦେଖିବାକୁ ମିଳିଥିଲା।
ସ୍ଥାନୀୟ ନେତା ଭାବେ ବେଶ ଲୋକପ୍ରିୟ ଥିବା କେଦାର ପ୍ରସାେଦ ଯାଦବ ଭୋଟ ଦେବା ପାଇଁ ଏକ ମଇଁଷି ପିଠିରେ ବସି ନିଜର ଯାତ୍ରା ଆରମ୍ଭ କରିଥିଲେ। ଏହି ସମୟରେ କିଛି ମହିଳାମାନେ ଗୀତ ଗାଇଗାଇ ନେତାଙ୍କ ସାଥୀରେ ଚାଲିଚାଲି ଭୋଟଦାନ କେନ୍ଦ୍ର ପର୍ଯ୍ୟନ୍ତ ପହଞ୍ଚିଥିଲେ।
ମଇଁଷି ପିଠିରେ ସ୍ଥାନୀୟ ନେତା
ମଇଁଷି ପିଠିରେ ବସି ଯାତ୍ରା କରିବା ଘଟଣାକୁ ନେଇ କେଦାର ପ୍ରସାଦ ଯାଦବ କହିଛନ୍ତି, ‘ନିର୍ବାଚନ ପାଇଁ ଅଞ୍ଚଳରେ ଯାନବାହାନ ଚଳଚଳ ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଥିଲା। ମୋର ବୁଥ ଦୁଇକିଲୋମିଟର ଦୂରରେ ଥିଲା। ତେଣୁ ମୁଁ କିଛି ଉପାୟ ନପାଇ ମୋ ମଇଁଷି ପିଠିରେ ବସି ଯାତ୍ରା କରିବାକୁ ସ୍ଥିର କରିଥିଲି। ସୁରକ୍ଷିତ ଭାବେ ମତଦାନ କେନ୍ଦ୍ର ପର୍ଯ୍ୟନ୍ତ ମୋତେ ପହଞ୍ଚାଇ ଦେଇଥିବାରୁ ମଇଁଷିକୁ ଅଶେଷ ଅଶେଷ ଧନ୍ୟବାଦ।’
ଅଧିକପଢ଼ନ୍ତୁ:ପ୍ରଥମ ପର୍ଯ୍ୟାୟରେ ୧୨୧ ଆସନ ପାଇଁ ଭୋଟିଂ ଜାରି
ଅଧିକପଢ଼ନ୍ତୁ:ନୂଆପଡ଼ା ନିର୍ବାଚନ ପାଇଁ କଂଗ୍ରେସର ଇସ୍ତାହାର: ପ୍ରତାରଣାରୁ ମୁକ୍ତି ସହ ବିକାଶ ଓ ନ୍ୟାୟକୁ ଗୁରୁତ୍ବ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/06/new-project-2025-11-06-13-59-45.jpg)