Bihar Govt Promote Sanatan Dharma: ସନାତନ ଧର୍ମର ପ୍ରଚାର ପ୍ରସାର ପାଇଁ ଅଣ୍ଟା ଭିଡ଼ିଲେ ବିହାର ସରକାର… ପ୍ରକାଶ ପାଇବ ଧାର୍ମିକ କ୍ୟାଲେଣ୍ଡର

ବିହାର ସରକାର କରିବେ ସନାତନ ଧର୍ମର ପ୍ରଚାର । ସନାତନ ଧର୍ମର ପ୍ରଚାର ପ୍ରସାର ପାଇଁ ବିହାର ସରକାର ରାଜ୍ୟର ସମସ୍ତ ଜିଲ୍ଲାରେ ସଂଯୋଜକଙ୍କୁ ମନୋନୀତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବିହାର ରାଜ୍ୟ ଧାର୍ମିକ ନ୍ୟାସ ପରିଷଦର ସଭାପତି ରଣବୀର ନନ୍ଦନ କହିଛନ୍ତି...

BIHAR

BIHAR Photograph: (Sambad.in)

ପାଟଣା: ବିହାର ସରକାର କରିବେ ସନାତନ ଧର୍ମର ପ୍ରଚାର । ସନାତନ ଧର୍ମର ପ୍ରଚାର ପ୍ରସାର ପାଇଁ ବିହାର ସରକାର ରାଜ୍ୟର ସମସ୍ତ ଜିଲ୍ଲାରେ ସଂଯୋଜକଙ୍କୁ ମନୋନୀତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବିହାର ରାଜ୍ୟ ଧାର୍ମିକ ନ୍ୟାସ ପରିଷଦର ସଭାପତି ରଣବୀର ନନ୍ଦନ କହିଛନ୍ତି ଯେ ମୋଟ ୩୮ ଜଣ ସଂଯୋଜକଙ୍କୁ ମନୋନୀତ କରାଯିବ। ଏହି ସଂଯୋଜକମାନେ ସେମାନଙ୍କ ନିଜ ନିଜ ଅଞ୍ଚଳରେ ଥିବା ୨୪୯୯ ପଞ୍ଜିକୃତ ମନ୍ଦିର ଏବଂ ମଠର ମହନ୍ତଙ୍କ ସହ ସମନ୍ୱୟ ରକ୍ଷା କରି କାମ କରିବେ।

ଅଧିକ ପଢନ୍ତୁ- Bihar: ନରେନ୍ଦ୍ର ନାରାୟଣ ଯାଦବ ବିହାର ବିଧାନସଭାରେ ପ୍ରୋଟେମ ସ୍ପିକର

ବିହାର ସରକାରଙ୍କ ଆଇନ ବିଭାଗ ଅଧୀନରେ ଥିବା ଏହି ପରିଷଦ ରାଜ୍ୟର ପଞ୍ଜିକୃତ ମନ୍ଦିର, ମଠ ଏବଂ ଟ୍ରଷ୍ଟର ସମ୍ପତ୍ତିର ରେକର୍ଡ ରଖେ ଏବଂ ସେମାନଙ୍କର କାର୍ଯ୍ୟକଳାପ ଉପରେ ମଧ୍ୟ ନଜର ରଖେ। ତେବେ ଏହି ସଂଯୋଜକମାନେ ଏହା ମଧ୍ୟ ସୁନିଶ୍ଚିତ କରିବେ ଯେ ସେମାନଙ୍କ ନିଜ ନିଜ ଜିଲ୍ଲାର ସମସ୍ତ ପଞ୍ଜିକୃତ ମନ୍ଦିର ଏବଂ ମଠରେ ପ୍ରତି ମାସ ପୂର୍ଣ୍ଣିମା ଏବଂ ଅମାବାସ୍ୟା ଦିନ 'ସତ୍ୟନାରାୟଣ କଥା' ଏବଂ 'ଭଗବତୀ ପୂଜା' ହେଉଛି କି ନାହିଁ । ପଞ୍ଜିକୃତ ମନ୍ଦିର ଓ ମଠ ଏହି ଦୁଇଟି ପୂଜାର ଗୁରୁତ୍ୱ ବିଷୟରେ ଜନସାଧାରଣଙ୍କ ମଧ୍ୟରେ ବାର୍ତ୍ତା ପ୍ରସାର କରିବେ ଏବଂ ଲୋକଙ୍କୁ ସଚେତନ କରିବେ । 

ଅଧିକ ପଢନ୍ତୁ- Dharmendra Passed Away: ଜନ୍ମଦିନ ପୂର୍ବରୁ ଚାଲିଗଲା ଜୀବନ, ୯୦ ବର୍ଷ ଛୁଇଁବା ଆଗରୁ ଶେଷନିଦ୍ରାରେ ହିନ୍ଦୀ ସିନେମାର ହି-ମ୍ୟାନ୍…

ଧାର୍ମିକ କ୍ୟାଲେଣ୍ଡର ପ୍ରକାଶ ପାଇବ

ସନାତନ ଧର୍ମର ଅଧିକ ପ୍ରଚାର ପ୍ରସାର ପାଇଁ ଏକ ଧାର୍ମିକ କ୍ୟାଲେଣ୍ଡର ପ୍ରକାଶ ପାଇବ । ଯେଉଁଥିରେ ସନାତନ ଧର୍ମର ସମସ୍ତ ପର୍ବ, ବିଭିନ୍ନ ପୂଜା ଏବଂ ଅନ୍ୟାନ୍ୟ ଧାର୍ମିକ କାର୍ଯ୍ୟକଳାପ ଉଲ୍ଲେଖ ରହିବ । ଏହି କ୍ୟାଲେଣ୍ଡରଗୁଡ଼ିକ ପଞ୍ଜିକୃତ ମନ୍ଦିର ଏବଂ ମଠ ମାଧ୍ୟମରେ ରାଜ୍ୟ ସାରା ଲୋକଙ୍କୁ ବଣ୍ଟାଯିବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe