ପାଟନା: ବିହାର ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ରେକର୍ଡ ୬୪.୬୬ ପ୍ରତିଶତ ଭୋଟ୍ ଦାନ ହୋଇଛି, ଯାହା ୨୦୨୦ରେ ରେକର୍ଡ ହୋଇଥିବା ୫୬.୧ ପ୍ରତିଶତ ତୁଳନାରେ ୮.୫ ପଏଣ୍ଟ ଅଧିକ। ପ୍ରଥମ ପର୍ଯ୍ୟାୟ ମତଦାନ ସରିଥିବା ବେଳେ ଏବେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ନାକୁ ଆସିଛି। ବିହାରର ଜଣେ ସାଂସଦ ୨ଥର ମତଦାନ କରିଥିବା ସାମ୍ନାକୁ ଆସିଛି।ସାଂସଦଙ୍କ ୨ହାତର ଅଙ୍ଗୁଠିରେ କାଳି ଲାଗିଥିବାର ଭିଡିଓ ସାମ୍ନାକୁ ଆସିବା ପରେ ଏହି ଚର୍ଚ୍ଚା ଆରମ୍ଭ ହୋଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭୋଟ୍ ଚୋରି ଏବଂ ଜଣେ ଲୋକ ଏକାଧିକ ଥର ମତଦାନ କରିଥିବାର ଅଭିଯୋଗ କରୁଥିବା ବେଳେ ଏହି ଘଟଣା ଘଟିବା ଚର୍ଚ୍ଚାରେ ରହିଛି।
ବିହାର ବିଧାନସଭା ନିର୍ବାଚନ ୨୦୨୫ର ପ୍ରଥମ ପର୍ଯ୍ୟାୟରେ ଭୋଟ ଦେବା ପରେ ଏଲଜେପି (ରାମ ବିଳାସ) ସାଂସଦ ଶମ୍ଭବୀ ଚୌଧୁରୀଙ୍କ ଦୁଇ ହାତରେ କାଳିର ଚିହ୍ନ ଥିବା କ୍ୟାମେରା ଆଗରେ ଦେଖାଯାଇଥିଲେ, ଯାହା ଭିଡିଓ ଏବେ ସୋସିଆଲ ମିଡିଆରେ ଝଡ଼ ସୃଷ୍ଟି କରିଛି। ଏହି ଭିଡିଓ ପ୍ରକ୍ରିୟାଗତ ତ୍ରୁଟି ଅଭିଯୋଗକୁ ଆହୁରି ତୀବ୍ର କରିଛି।
#WATCH | Patna | JDU leader Ashok Chaudhary, his wife Nita Chaudhary, daughter and LJP Ram Vilas MP Shambhavi Chaudhary cast their vote at a polling booth at Buddha Colony’s ST Paul School pic.twitter.com/r8ts2SIQcB
— ANI (@ANI) November 6, 2025
୨ଥର ଭୋଟ୍ ଦେଇଥିଲେ କି ଶମ୍ଭବୀ?
ପାଟନାର ବୁଦ୍ଧ କଲୋନୀର ଏକ ମତଦାନ କେନ୍ଦ୍ର ବାହାରେ ରେକର୍ଡ ହୋଇଥିବା ଏହି ଭିଡିଓରେ, ସମସ୍ତିପୁରର ୨୭ ବର୍ଷୀୟା ସାଂସଦ ଶମ୍ଭବୀ, ତାଙ୍କ ବାପା, ଜେଡି(ୟୁ) ନେତା ଅଶୋକ ଚୌଧୁରୀ ଏବଂ ମାଆ ନୀତା ଚୌଧୁରୀଙ୍କ ସହ ମତଦାନ କରିବାକୁ ଆସିଥିବା ଦେଖାଯାଇଛି। ମତଦାନ ପରେ ପ୍ରଥମେ ଶମ୍ଭବୀ ନିଜ ଡାହାଣ ହାତର ଅଙ୍ଗୁଠି କ୍ୟାମେରାକୁ ଦେଖାଇବା ସହ ପରେ ସେ ନିଜ ବାମ ହାତର ଆଙ୍ଗୁଠି ଦେଖାଉଛନ୍ତି। ଦୁଇ ହାତର ଅଙ୍ଗୁଠିରେ କାଳୀ ଲାଗିଥିବା ଦେଖିବାକୁ ମିଳିଛି।
ପୋଲିଂ କର୍ମଚାରୀଙ୍କ ଭୁଲ୍ ପାଇଁ ଏଭଳି ହୋଇଥିଲା
ଏଭଳି ଦୁଇ ହାତରେ କାଳୀ ଲାଗିଥିବା ଦେଖି ବିବାଦ ବଢ଼ିବାରୁ ପାଟନା ଜିଲ୍ଲା ପ୍ରଶାସନ ଏକ ବିଜ୍ଞପ୍ତି ଜାରି କରି ସ୍ପଷ୍ଟିକରଣ ରଖିଛି। ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, "କାଳୀ ଲଗାଇବା ପାଇଁ ଦାୟୀ ପୋଲିଂ କର୍ମଚାରୀ ଭୁଲବଶତଃ ପ୍ରଥମେ ଡାହାଣ ହାତର ଆଙ୍ଗୁଠିରେ କାଳୀ ଲଗାଇ ଦେଇଥିଲେ। ତା’ପରେ ସେ ତାଙ୍କ ବାମ ହାତର ଆଙ୍ଗୁଠିରେ ମଧ୍ୟ କାଳୀ ଲଗାଇଥିଲେ। ଶମ୍ଭବୀ ଥରେ ହିଁ ମତଦାନ କରିଛନ୍ତି।"
ଆହୁରି ପଢ଼ନ୍ତୁ: Accident Ollywood Actor Ashrumochan: ଓଲିଉଡ ଅଭିନେତା ଅଶ୍ରୁମୋଚନ ମହାନ୍ତିଙ୍କ କାର୍ ଦୁର୍ଘଟଣାଗ୍ରସ୍ତ
ଆହୁରି ପଢ଼ନ୍ତୁ: Operation Pimple In J&K: କୁପୱାଡାରେ ଅନୁପ୍ରବେଶ ଉଦ୍ୟମ କରୁଥିବା ୨ଆତଙ୍କବାଦୀଙ୍କୁ ନିପାତ କଲା ସେନା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/11/08/bihar-2025-11-08-10-48-35.jpg)