ବିଳାସପୁର: ଛତିଶଗଡ଼ ବିଲାସପୁର ଲାଲଖାଦାନ ନିକଟରେ ମାଲବାହୀ ଟ୍ରେନକୁ ଯାତ୍ରବାହୀ ଟ୍ରେନ୍ ଧକ୍କା ଦେବା ପରେ ଭୟଙ୍କର ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ଏଯାବତ ୧୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ଜଣ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ରହିଛି। ସମସ୍ତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଟ୍ରେନଟି ମାଲବାହୀ ଟ୍ରେନ ଉପରେ ଚଢ଼ିଯିବା କାରଣରୁ ଲୋକୋ ପାଇଲଟ, ଆସିଷ୍ଟାଣ୍ଟ ଲୋକୋପାଇଲଟ ଏବଂ ଟ୍ରେନ୍ ମ୍ୟାନେଜରଙ୍କ ମଧ୍ୟ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି ।
ଦୁର୍ଘଟଣାଗ୍ରସ୍ତ ଟ୍ରେନ ତଳୁ ଶିଶୁ ଉଦ୍ଧାର
ଦୁର୍ଘଟଣାଗ୍ରସ୍ତ ଟ୍ରେନ ତଳେ ଚାପି ହୋଇ ରହିଥିବା ଲୋକଙ୍କୁ ଯୁଦ୍ଧକାଳିନଭିତ୍ତିରେ ଉଦ୍ଧାର କରାଯାଇଥିଲା। ଏହି ସମୟରେ ଏକ କଅଁଳ ଶିଶୁକୁ ଉଦ୍ଧାରକାରୀ ଦଳମାନେ ଉଦ୍ଧାର କରିଥିଲେ। ଉଦ୍ଧାର ଶିଶୁର ବାପା ଓ ମା’ କିଏ ବୋଲି ଖୋଜା ଚାଲିଥିବା ବେଳେ ଦୁଃଖ ଦାୟକ ଖବର ମିଳିଥିଲା। ଏ ରେଳ ଦୁର୍ଘଟଣା ଶିଶୁ ଠାରୁ ତାର ବାପା, ମା’ ଓ ଆଈଙ୍କୁ ଛଡ଼ାଇ ନେଇଥିବା ଯାଞ୍ଚରୁ ଜଣାପଡ଼ିଛି। ଉଦ୍ଧାର ଶିଶୁର ବାପାଙ୍କ ନାମ ଅର୍ଜୁନ ଯାଦବ, ମା’ ସିଲା ଯାଦବ, ଆଈ ଭାଗବତ ଯାଦବ ଥିବା ଜଣାପଡ଼ିଛି।
ଅଧିକପଢ଼ନ୍ତୁ:ଲାଲଖାଦାନ ନିକଟରେ ଲୌହଦାନବର ରକ୍ତଭୋଜି ! ଦୁର୍ଘଟଣାରେ ୧୦ ମୃତ, ମୃତକଙ୍କ ମଧ୍ୟରେ ୩ ରେଳ କର୍ମଚାରୀ…
ରେଳ ଦୁର୍ଘଟଣା ଶିଶୁ ଠାରୁ ଛଡ଼ାଇ ନେଲା ତାର ବାପା, ମା’ ଓ ଆଈଙ୍କୁ
ସୂଚନାଯୋଗ୍ୟ, ଅର୍ଜୁନ ଯାଦବ ତାଙ୍କ ସ୍ତ୍ରୀ ସିଲା ଓ ପୁଅ ଋଷି ଯାଦବକୁ ଧରି ଶଶୁର ଘର କୋରବାକୁ ଯାଇଥିଲେ। କିଛିଦିନ ସେଠାରେ ରହିବା ପରେ ଅର୍ଜୁନ ତାଙ୍କ ସ୍ତ୍ରୀ ଓ ପିଲାଙ୍କ ସହିତ ଶାଶୁଙ୍କୁ ଧରି କୋରବାରୁ ଦେବରୀ ଖୁର୍ଦକୁ ଟ୍ରେନ ଯୋଗେ ଫେରୁଥିଲେ। ବାଟରେ ରେଳ ଦୁର୍ଘଟଣାର ଶିକାର ହେବାରୁ ଘଟଣାସ୍ଥଳରେ ଅର୍ଜୁନ, ଅର୍ଜୁନଙ୍କ ସ୍ତ୍ରୀ ଓ ଶାଶୁଙ୍କ ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି। ଦୁର୍ଘଟଣାଗ୍ରସ୍ତ ଟ୍ରେନ୍ ତଳୁ ଆହତ ଅବସ୍ଥାରେ ଉଦ୍ଧାର ହୋଇଥିବା ଶିଶୁ ଋଷି ଯାଦବକୁ ଚିକିତ୍ସା ପାଇଁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଅଧିକପଢ଼ନ୍ତୁ:ଚାଲିଗଲେ ଯାତ୍ରା ମଞ୍ଚର 'ବାପା': ଡିଜେ ସାଉଣ୍ଡ ନେଇଗଲା ଜୀବନ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/05/new-project-1-2025-11-05-14-48-09.jpg)