ମାଲକାନଗିରି: ଗତ ମଙ୍ଗଳବାର ଅପରାହ୍ଣରେ ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଳାସପୁର ସହରଠାରୁ ଅଳ୍ପ ଦୂରରେ ବଡ଼ଧରଣର ଟ୍ରେନ୍ ଦୁର୍ଘଟଣା ଘଟିଥିଲା। ପାସେଞ୍ଜର ମେମୁ ଟ୍ରେନକୁ ଏକ ମାଲବାହୀ ଟ୍ରେନ ପଛରୁ ଧକ୍କା ଦେବା ଫଳରେ ଏହାର ଇଞ୍ଜିନ୍ ମାଲବାହୀ ଟ୍ରେନ ଗୋଟିଏ ବଗି ଉପରେ ଚଢ଼ି ଯାଇଥିଲା। ଏହି ଦୁର୍ଘଟଣାରେ ଏଯାବତ ୧୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଯାତ୍ରୀ ଏଥିରେ ଆହତ ହୋଇଛନ୍ତି।
ଉଦ୍ଧାର ବାହାନାରେ କରୁଥିଲେ ଲୁଟ
କିଛି ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରିବା ପରେ ରେଳବାଇର ଉଦ୍ଧାରକାରୀ ଟିମକୁ ସାହାଯ୍ୟ କରୁଥିବା ବେଳେ ଅନ୍ୟପଟରେ ମାନବିକତା ହଜିଗଲା ଭଳି ଏକ ଦୃଶ୍ୟ ବି ସାମ୍ନାକୁ ଆସିଛି। ଉଦ୍ଧାରକାରୀ ଦଳ ଗ୍ୟାସ୍ କଟର୍ ସାହାଯ୍ୟରେ ପାସେଞ୍ଜର ଟ୍ରେନ୍ର ବଗିକୁ କାଟି ଫସିଥିବା ଓ ମୃତଯାତ୍ରୀଙ୍କୁ ଉଦ୍ଧାର କାର୍ଯ୍ୟରେ ବ୍ୟସ୍ତ ଥିବା ବେଳେ କିଛି ଅମାନବିକ ଲୋକ ମୃତଯାତ୍ରୀ ଓ ଗୁରୁତର ଆହତ ଯାତ୍ରୀଙ୍କର ଟଙ୍କା, ପିନ୍ଧିଥିବା ଅଳଙ୍କାର, ମୂଲ୍ୟବାନ ସାତମଗ୍ରୀ ଓ ମୋବାଇଲ ଫୋନ ଚୋରି କରିବାରେ ବ୍ୟସ୍ତ ଥିଲେ। ରେଳ ଦୁର୍ଘଟଣା ପରେ ଏଭଳି ଚୋରି ଅଭିଯୋଗ ହେବାପରେ ପୁଲିସ ଯାଞ୍ଚ ଆରମ୍ଭ କରି ଦେଇଛି। ଏହି ଘଟଣାରେ ଯିଏବି ଦୋଷୀ ସାବ୍ୟସ୍ତ ହେବେଭ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାବନୁଷ୍ଠାନ ଗ୍ରହଣ କରାଯିବ।
ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ସହାୟତା ଘୋଷଣା
ତେବେ କେଉଁ ପରିସ୍ଥିତିରେ ଏତେବଡ଼ ଦୁର୍ଘଟଣା ଘଟିଲା, ତାହା ସ୍ପଷ୍ଟ ହୋଇ ପାରିନାହିଁ। ଉଦ୍ଧାର କାର୍ଯ୍ୟ ଶେଷ ହେବା ପରେ ମଣିଷକୃତ ନା ଯାନ୍ତ୍ରିକ ତ୍ରୁଟି, ତାହାର ଯାଞ୍ଚ କରାଯିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି। ରେଳବାଇ ରେଳ ଦୁର୍ଘଟଣାରେ ମୃତକଙ୍କ ପରିବାର ପାଇଁ ୧୦ ଲକ୍ଷ ଏବଂ ଗୁରୁତର ଆହତଙ୍କ ଲାଗି ୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛି । ଅନ୍ୟ ଆହତଙ୍କ ପାଇଁ ୧ ଲକ୍ଷ ଟଙ୍କାର ସହାୟତା ଘୋଷଣା ହୋଇଛି।
ଅଧିକପଢ଼ନ୍ତୁ: ମହିଳା ବିଶ୍ୱକପ ଚାମ୍ପିଅନ ହେବାପରେ ହାତରେ ଟ୍ରଫିର ଟାଟୁ ଆଙ୍କିଲେ ହରମନପ୍ରୀତ
ଅଧିକପଢ଼ନ୍ତୁ: ବିହାରରେ ଜେନ୍-ଜେଡ୍ ହେବେ "ସାଇଲେଣ୍ଟ କିଙ୍ଗ୍ ମେକର"!: ଯାହାକୁ ସମର୍ଥନ କରିବେ ହେବ ତାଙ୍କର ସରକାର
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/05/new-project-3-2025-11-05-16-25-42.jpg)