ମୁମ୍ବାଇ: ନଭି ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମରେ ଖେଳାଯାଇଥିବା ଟାଇଟଲ ମୁକାବିଲାରେ ୫୨ ବର୍ଷର ଅପେକ୍ଷା ପରେ ଭାରତୀୟ ଦଳ ଶେଷରେ ପ୍ରଥମ ଥର ପାଇଁ ଦିନିକିଆ ବିଶ୍ୱ ଚାମ୍ପିଅନ ହୋଇଛି। ୨୦୨୫ ବିଶ୍ୱକପ୍ ଫାଇନାଲରେ ଭାରତ ଦକ୍ଷିଣ ଆଫ୍ରିକାକୁ ୫୨ ରନରେ ପରାସ୍ତ କରିଛି।
ହାତରେ ଆଙ୍କିଲେ ବିଶ୍ୱକପ୍ ଟ୍ରଫିର ଟାଟୁ
ଏହି ବିଜୟ ପରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ହରମନପ୍ରୀତ କୌର ତାଙ୍କ ଜୀବନରେ ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି। ହରମନପ୍ରୀତ କୌରଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ୨୦୨୫ ମହିଳା ବିଶ୍ୱକପ୍ ଜିତି ଇତିହାସ ରଚିଛି। ଏହି ମୁହୂର୍ତ୍ତକୁ ଜୀବନ୍ତ ରଖିବା ପାଇଁ ହରମନପ୍ରୀତ କୌର ତାଙ୍କ ହାତରେ ବିଶ୍ୱକପ୍ ଟ୍ରଫି ଟାଟୁ ଆଙ୍କିଛନ୍ତି।
ଅଧିକପଢ଼ନ୍ତୁ:ଶିଶୁ ଠାରୁ ବାପା, ମା’ ଓ ଆଈକୁ ଛଡ଼ାଇ ନେଲା ଭୟାବହ ରେଳ ଦୁର୍ଘଟଣା
ଏ ଟାଟୁ ମୋ ସହ ଶେଷ ନିଶ୍ବାସ ପର୍ଯ୍ୟନ୍ତ ରହିଥିବ:ହରମନପ୍ରୀତ
ହରମନପ୍ରୀତ କୌର ଟାଟୁର ଏକ ଫଟୋ ସେୟାର କରି ବିଶ୍ୱକପ୍ ଟ୍ରଫି ବିଷୟରେ ଲେଖିଛନ୍ତି, "ମୋ ଚର୍ମରେ ଏବଂ ମୋ ହୃଦୟରେ ସବୁଦିନ ପାଇଁ ଏହା ଖୋଦିତ ହୋଇ ରହିଗଲା। ମୋର ଖେଳ ଜୀବନ ଆରମ୍ଭ ହେବା ଦିନଠାରୁ ମୁଁ ତୁମକୁ ଅପେକ୍ଷା କରି ରହିଥିଲି। ଏହି ଟାଟୁ ମୋ ସହ ଶେଷ ନିଶ୍ବାସ ପର୍ଯ୍ୟନ୍ତ ରହିଥିବ। ମୁଁ ଟାଟୁ ମାଧ୍ୟମରେ ବିଶ୍ବକପର ପ୍ରତିଛବିକୁ ପ୍ରତିଦିନ ସକାଳେ ଦେଖିପାରୁଛି। ଏହା ମୋ ଆତ୍ମାକୁ ଖୁବ ଶାନ୍ତି ଦେଉଛି।’
ହରମନପ୍ରୀତ କୌର ଚଳିତ ବିଶ୍ୱକପ ପୂର୍ବରୁ ଚାରୋଟି ବିଶ୍ୱକପରେ ଖେଳିଥିବା ବେଳେ ଏହା ତାଙ୍କର ପଞ୍ଚମ ଥିଲା। ହରମନପ୍ରୀତ କୌର କହିଛନ୍ତି, "ଆମେ ପ୍ରତ୍ୟେକ ଥର ଆସୁଥିଲୁ, ସେମିଫାଇନାଲ ଏବଂ ଫାଇନାଲରେ ପହଞ୍ଚିଥିଲୁ, କିନ୍ତୁ ଆମେ ଟ୍ରଫି ଜିତିପାରି ନଥିଲୁ । କିନ୍ତୁ ଏଥର ଟିମ୍ ଇଣ୍ଡିଆ ୫୦ ଓଭରର ବିଶ୍ୱକପ ଟ୍ରଫି ଜିତିଛି।’
ଅଧିକପଢ଼ନ୍ତୁ: ଅଜଣା ଗାଡ଼ି ଧକ୍କାରେ ୫ ବର୍ଷର ନାବାଳକ ମୃତ: ବାପା ମା ଗୁରୁତର
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/05/new-project-2-2025-11-05-15-45-29.jpg)