Bill Gates to attend India AI Impact Summit: ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀରେ ଯୋଗଦେବେ ବିଲ୍‌ ଗେଟ୍‌ସ

Advertisment

ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ରେ ଗତକାଲିଠାରୁ ଆରମ୍ଭ ହୋଇଥିବା ୫ ଦିନିଆ ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ ୨୦୨୬ରେ ମାଇକ୍ରୋସଫ୍ଟର ସହପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ ଯୋଗଦେବେ।

ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ରେ ଗତକାଲିଠାରୁ ଆରମ୍ଭ ହୋଇଥିବା ୫ ଦିନିଆ ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ ୨୦୨୬ରେ ମାଇକ୍ରୋସଫ୍ଟର ସହପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ ଯୋଗଦେବେ।

Bill Gates to attend India AI Impact Summit

Bill Gates to attend India AI Impact Summit

ନୂଆଦିଲ୍ଲୀ: ଦେଶ- ବିଦେଶ | Latest nବିଲ୍‌ ଗେଟ୍‌ସ ଏହି ସମ୍ମିଳନୀରେ ଯୋଗଦେବେ ନାହିଁ ବୋଲି ଯେଉଁ ଖବର ପ୍ରସାର ହୋଇଛି ତାହାକୁ ଗେଟ୍‌ସ ଫାଉଣ୍ଡେସନର ଭାରତ କାର୍ଯ୍ୟାଳୟ ପକ୍ଷରୁ ଖଣ୍ଡନ କରାଯାଇଛି। ପୂର୍ବ କାର୍ଯ୍ୟସୂଚୀ ଅନୁଯାୟୀ, ବିଲ୍‌ ଗେଟ୍‌ସ ଏହି ସମ୍ମିଳନୀରେ ଭାଗନେବା ସହ ସମ୍ବୋଧିତ କରିବେ ବୋଲି ଗେଟ୍‌ସ ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି।

ଆତିଥେୟତା ପାଇଁ ସେ ତାଙ୍କୁ ଧନ୍ୟବାଦ ଜଣାଇଲେ

ଉଲ୍ଲେଖଯୋଗ୍ୟ, ବିଲ୍‌ ଗେଟ୍‌ସ ଗତକାଲି ଆନ୍ଧ୍ରପ୍ରଦେଶର ଅମରାବତି ଗସ୍ତରେ ଥିଲେ। ଏଆଇ ଓ ପ୍ରଯୁକ୍ତି ଜରିଆରେ ଆନ୍ଧ୍ରପ୍ରଦେଶର ବିକାଶ ତ୍ବରାନ୍ବିତ ହେଉଥିବା ଘଟଣା ତାଙ୍କୁ ଆନନ୍ଦ ଦେଇଛି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡ଼ୁ ପ୍ରଦାନ କରିଥିବା ଆତିଥେୟତା ପାଇଁ ସେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସୋମବାର ବିଲ୍‌ ଗେଟ୍‌ସ ଆନ୍ଧ୍ରପ୍ରଦେଶରେ ଏକାଧିକ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଏପରିକି ଗୁଣ୍ଟୁର ଜିଲ୍ଲାରେ କ୍ରିଷ୍ଣା ନଦୀ କୂଳର ଏକ ଗ୍ରାମରେ ହୋଇଥିବା କଦଳୀ ବଗିଚାକୁ ସେ ବୁଲି ଦେଖିଥିଲେ।

ଆହୁରି ପଢ଼ନ୍ତୁ: High alert in Jammu and Kashmir: ଜାମ୍ମୁ କାଶ୍ମୀରରେ ହାଇ ଆଲର୍ଟ: ଦାଢ଼ି କାଟି ଛଦ୍ମବେଶରେ ବୁଲୁଛି ଜୈଶ କମାଣ୍ଡର !

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe