Bill Gates warns: ସତର୍କ କଲେ ବିଲ୍‌ ଗେଟ୍‌ସ: ସବୁ ଏଆଇ କମ୍ପାନି ସଫଳ ହେବେନି

Advertisment

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଆଧାରରେ ଆଗକୁ ବଢ଼ୁଥିବା ସବୁ କମ୍ପାନି ସଫଳ ହେବେ ନାହିଁ ବୋଲି ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍ ଗେଟ୍‌ସ କହିଛନ୍ତି। ଏଆଇ କମ୍ପାନିଗୁଡ଼ିକରେ ନିବେଶ କରୁଥିବା ନିବେଶକମାନଙ୍କୁ ସତର୍କ କରି ସେ କହିଛନ୍ତି ଯେ ଅଧିକାଂଶ....

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଆଧାରରେ ଆଗକୁ ବଢ଼ୁଥିବା ସବୁ କମ୍ପାନି ସଫଳ ହେବେ ନାହିଁ ବୋଲି ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍ ଗେଟ୍‌ସ କହିଛନ୍ତି। ଏଆଇ କମ୍ପାନିଗୁଡ଼ିକରେ ନିବେଶ କରୁଥିବା ନିବେଶକମାନଙ୍କୁ ସତର୍କ କରି ସେ କହିଛନ୍ତି ଯେ ଅଧିକାଂଶ....

billgates

Photograph: (Bloomberg)

ଡାଭୋସ: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଆଧାରରେ ଆଗକୁ ବଢ଼ୁଥିବା ସବୁ କମ୍ପାନି ସଫଳ ହେବେ ନାହିଁ ବୋଲି ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍ ଗେଟ୍‌ସ କହିଛନ୍ତି। ଏଆଇ କମ୍ପାନିଗୁଡ଼ିକରେ ନିବେଶ କରୁଥିବା ନିବେଶକମାନଙ୍କୁ ସତର୍କ କରି ସେ କହିଛନ୍ତି ଯେ ଅଧିକାଂଶ କମ୍ପାନିର ମୂଲ୍ୟାଙ୍କନ ଏତେ ଅଧିକ ରହିବ ଯେ ତାହାକୁ ଯୁକ୍ତିଯୁକ୍ତ ସାବ୍ୟସ୍ତ କରିବା କଷ୍ଟକର ହେବ ଏବଂ ସେମାନଙ୍କ ସେୟାର ମୂଲ୍ୟ ହ୍ରାସ ପାଇବ। ନିଯୁକ୍ତି ବଜାର ଉପରେ ଏଆଇର ପ୍ରଭାବ ସଂକ୍ରାନ୍ତରେ ସେ ବିଭିନ୍ନ ଦେଶର ସରକାରମାନଙ୍କୁ ସତର୍କ କରାଇ କହିଛନ୍ତି ଯେ ଯେମିତି ଆଶଙ୍କା କରାଯାଉଛି ତାଠାରୁ ଆହୁରି ଦ୍ରୁତ ଗତିରେ ଏହି ସଙ୍କଟ ମାଡ଼ିଆସିବ। ତାହା ଅର୍ଥନୈତିକ ଓ ସାମାଜିକ ଚାପ ସୃଷ୍ଟି କରିବ। ଆସନ୍ତା ୪-୫ ବର୍ଷରେ ଉଭୟ ବରିଷ୍ଠ ଓ କନିଷ୍ଠ ସ୍ତରର କର୍ମଚାରୀଙ୍କୁ ଏଆଇ ପ୍ରଭାବିତ କରିବ। 

Domestic Animal: ୧୩ବର୍ଷରେ ୬୬ହଜାର ୫୮୦ ଗୃହପାଳିତ ପଶୁ ହ୍ରାସ

ଯେଉଁ ଦ୍ରୁତ ଗତିରେ ଓ ବ୍ୟାପକ ଭାବେ ଏହି ପରିବର୍ତ୍ତନ ଘଟିବାକୁ ଯାଉଛି ସେଥିପାଇଁ ସରକାରମାନେ ପ୍ରସ୍ତୁତ ହୋଇନାହାନ୍ତି। ଏହାର ପ୍ରଭାବରେ ବଢ଼ିବାକୁ ଯାଉଥିବା ଅସମାନତା ଦୂର କରିବା ସରକାରମାନଙ୍କ ଲାଗି କଷ୍ଟକର ହୋଇପଡ଼ିବ ବୋଲି ଗେଟ୍‌ସ କହିଛନ୍ତି। କିଛି ଦିନ ପୂର୍ବେ ଏକ ସାକ୍ଷାତକାରରେ ମଧ୍ୟ ଶ୍ରୀ ଗେଟ୍‌ସ ଏଆଇ କମ୍ପାନିରେ ହେଉଥିବା ବ୍ୟାପକ ନିବେଶକୁ ନେଇ ସତର୍କ କରାଇଥିଲେ। ସେ କହିଥିଲେ ଯେ ଏହି କ୍ଷେତ୍ରରେ ତୀବ୍ର ପ୍ରତିଯୋଗିତା ଚାଲିଛି ଓ ବିପୁଳ ନିବେଶ ହେଉଛି। କିନ୍ତୁ ସମସ୍ତେ ପ୍ରତିଯୋଗିତାରେ ତି‌ଷ୍ଠି ରହିବେ ବୋଲି କୁହାଯାଇପାରିବନାହିଁ। ୨୦୨୫ରେ ଆମାଜନ, ମାଇକ୍ରୋସଫ୍ଟ, ଆଲଫାବେଟ୍‌, ମେଟା ଓ ଓରାକଲ ୪୦,୦୦୦ କୋଟି ଡଲାର ନିବେଶ କରିଥିଲେ। ଗତ ତିନି ବର୍ଷ ମଧ୍ୟରେ ଷ୍ଟକ ବଜାରରେ ମୂଲ୍ୟାଙ୍କନ ବଢ଼ାଇବାରେ ଏଆଇ ପ୍ରମୁଖ ଭୂମିକା ନିର୍ବାହ କରୁଥିଲା। କିନ୍ତୁ ବଡ଼ ବଡ଼ ସଂସ୍ଥା ଏହି କ୍ଷେତ୍ରରେ ନିବେଶ ଆରମ୍ଭ କରିବା ପରେ କମ୍ପାନିଗୁଡ଼ିକର ମୂଲ୍ୟାଙ୍କନ ଓ ସେୟାର ମୂଲ୍ୟକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।

Car Price: ୟୁରୋପୀୟ କାର ଶସ୍ତା ହେବ; ଆମଦାନୀ ଶୁଳ୍କ ୪୦%କୁ କମିବ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe