Ravi Ray: ଏକଛତ୍ରବାଦ ସାମ୍ପ୍ରଦୟିକତା କଂପାନିରାଜ ଆଜି ସମ୍ବିଧାନ ଓ ଗଣତନ୍ତ୍ର ପାଇଁ ବଡ଼ ଆହ୍ବାନ

Advertisment

ବିଶିଷ୍ଟ ସମାଜବାଦୀ ଚିନ୍ତା ନାୟକ, ସ୍ୱଚ୍ଛ ରାଜନୀତିର ପ୍ରବକ୍ତା ଲୋକସଭାର ପୂର୍ବତନ ବାଚସ୍ପତି ସ୍ୱର୍ଗତଃ ରବି ରାୟଙ୍କ ଜନ୍ମ ଶତବାର୍ଷିକୀ କୋଲକାତାର ଐତିହ୍ୟ ବାହି ଭାରତ ସଭା ପ୍ରେକ୍ଷାଳୟରେ ରବିବାର ସଂଧ୍ୟାରେ ମହା ସମାରୋହରେ ଅନୁଷ୍ଠିତ ହୋଇଛି।

ବିଶିଷ୍ଟ ସମାଜବାଦୀ ଚିନ୍ତା ନାୟକ, ସ୍ୱଚ୍ଛ ରାଜନୀତିର ପ୍ରବକ୍ତା ଲୋକସଭାର ପୂର୍ବତନ ବାଚସ୍ପତି ସ୍ୱର୍ଗତଃ ରବି ରାୟଙ୍କ ଜନ୍ମ ଶତବାର୍ଷିକୀ କୋଲକାତାର ଐତିହ୍ୟ ବାହି ଭାରତ ସଭା ପ୍ରେକ୍ଷାଳୟରେ ରବିବାର ସଂଧ୍ୟାରେ ମହା ସମାରୋହରେ ଅନୁଷ୍ଠିତ ହୋଇଛି।

rabi

ଭୁବନେଶ୍ବର: ବିଶିଷ୍ଟ ସମାଜବାଦୀ ଚିନ୍ତା ନାୟକ, ସ୍ୱଚ୍ଛ ରାଜନୀତିର ପ୍ରବକ୍ତା ଲୋକସଭାର ପୂର୍ବତନ ବାଚସ୍ପତି ସ୍ୱର୍ଗତଃ ରବି ରାୟଙ୍କ ଜନ୍ମ ଶତବାର୍ଷିକୀ କୋଲକାତାର ଐତିହ୍ୟ ବାହି ଭାରତ ସଭା ପ୍ରେକ୍ଷାଳୟରେ ରବିବାର ସଂଧ୍ୟାରେ ମହା ସମାରୋହରେ ଅନୁଷ୍ଠିତ ହୋଇଛି। ଉତ୍କଳ ବିକାଶ ଯୁବ ପରିଷଦ ଓ ଓଡ଼ିଶା ପଶ୍ଚିମବଙ୍ଗ ମୈତ୍ରୀ ଯୁବ ପରିଷଦର ମିଳିତ ଉଦ୍ୟମରେ ପରିଷଦ ଉପଦେଷ୍ଟା ଦେବୀପ୍ରସାଦ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ସମାଜବାଦୀ ନେତା କିରନ୍ମମୟ ନନ୍ଦ, ଚିକିତ୍ସକ ସଂଘ୍ ସଭାପରି ଡାକ୍ତର ସୁବର୍ଣ୍ଣ ଗୋସ୍ୱାମୀ, ଚାଟାର୍ଡ ଆକାଉଣ୍ଟାଣ୍ଟ ସନାତନ ବଣିକ ମହାବୋଧି ସୋସାଇଟିର ବୌଦ୍ଧ ଭିକ୍ଷୁ, ଓଡ଼ିଆ ସଂଗଠନର ଗଜେନ୍ଦ୍ର ସ୍ୱାଇଁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ମୂଖ୍ୟ ଅତିଥି କିରଣମୟ ନନ୍ଦ ରବି ରାୟଙ୍କୁ ସମ୍ବିଧାନ ଓ ଗଣତନ୍ତ୍ର ରକ୍ଷା ଆନ୍ଦୋଳନର ଅବିସ୍ମରଣୀୟ ନେତା ଭାବେ ଅଭିହିତ କରିଥଲେ। ଆଜି ଯେତେବେଳେ କର୍ପୋରେଟ ଅର୍ଥ ରାଜନୀତିକୁ ଓ ରାଜନୀତିକ ଦଳ ମାନଙ୍କୁ କବଳିତ କରିବାକୁ ଚକ୍ରାନ୍ତ କରୁଛି ସେତେବେଳେ ନବେ ଦଶକରେ ରବି ରାୟ ତା ବିରୁଦ୍ଧାରେ ଜନମତ ସୃଷ୍ଟି ପାଇଁ ଆନ୍ଦୋଳନ ର ନେତୃତ୍ୱ ନେଇଥିଲେ। ଅଶି କୋଟି ଳୋକଙ୍କୁ ମାଗଣା ଚାଉଳ ଅଟା ଯୋଗାଇ ବାହାବାହା ନେଉଥିବା ପ୍ରଧାନମନ୍ତ୍ରୀ ପରୋକ୍ଷାରେ ଉତ୍କଟ ଦାରିଦ୍ର୍ୟ ଓ ଅନାହାରକୁ ସ୍ବୀକାର କରୁଛନ୍ତି ବୋଲି କହିଥିଲେ। ୫୦ ଦଶକରେ ଆଜାଦି ଝୁଟି ହେ ଜନତା ଭୁଖୀ ହେ ରାଜ୍ୟପାଳ ଆସଫ ଅଲ୍ଲୀଙ୍କ ଆଗରେ ରବି ରାୟଙ୍କ ପ୍ରତିବାଦ ଭାଷା ଆଜିବି ପ୍ରମାଣିତ ହେଉଚି ବୋଳି କ୍ଷୋଭ ସହ କହିଥିଲେ। ହାତଗଣତି ପାଇସବାଲାଙ୍କ ବ୍ୟବସାୟିକ ଲାଭ ଓ ବିକାଶକୁ ଦେଶର ଅଗଣିତ ସାଧାରଣ ଲୋକଙ୍କର ବିକାଶ କୁହାଯିବା ରବି ରାୟଙ୍କ ବିଚାରର ବିରୋଧୀ ବୋଲି ପ୍ରକାଶ କରିଥିଲେ।

ସେହିଭଳି ଗଣତାନ୍ତ୍ରିକ ରାଷ୍ଟ୍ରରେ ଏକନୟକତ୍ଵ ବିରାଟ ବିପଦ ବୋଲି କହିଥିଲେ। ରାଜନୀତିକ ମତଭେଦ ସତ୍ତ୍ୱେ ବିଜେପି ନେତାଙ୍କ ଅତାଲବିହରି ବାଜପେୟୀ ଲାଲକୃଷ୍ଣ ଆଡଭାନୀ ସମାଜବାଦୀ ଜର୍ଜ୍ ଫର୍ଣାଣ୍ଡିସ ଚନ୍ଦ୍ରଶେଖର କଂଗ୍ରେସ ନେତା ରାଜୀବ ଗାନ୍ଧୀ ତାଂକୁ ଗଭୀର ସମ୍ମାନ କରୁଥିଲେ। ଏପରିକି ୧୯୯୬ ରେ ପ୍ରଧାନ ମନ୍ତ୍ରୀ ପଦ ପାଇଁ ତାଙ୍କ ନାମ  ଉଠି ଥିଲେବି ନିର୍ବାଚନ ରାଜନୀତିରୁ ସ୍ଵେଛାରେ ସନ୍ନ୍ୟାସ ନେଇଥିବାରୁ ସେ ବିନମ୍ରତାର ସହ ପ୍ରତ୍ୟାଖ୍ୟାନ କରିଥିଲେ। ସମାଜର ତଳସ୍ତରରେ ମଣିଷଙ୍କ ସ୍ୱର୍ଥପାଇଁ ସମାଜବାଦୀ ନେତା ଡାକ୍ତର ରାମ ମନୋହର ଲୋହିଆ ଓ ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଶିଷ୍ୟ ରବି ବାବୁଙ୍କ ଭଳି ଯୁବ ଛାତ୍ର ସମାଜ ସଂଗ୍ରାମ କରିବାକୁ ଆହ୍ବାନ ଦେଇଥିଲେ। ମୁଖ୍ୟ ବକ୍ତା ଡାକ୍ତର ସୁବର୍ଣ୍ଣ ଗୋସ୍ୱାମୀ ଚିକିତ୍ସକ ରୋଗୀର ଧର୍ମ ଜାତି ଦେଖି ଚିକିତ୍ସା କରି ନଥାଏ କିମ୍ବା ରୋଗୀ ଡାକ୍ତର ଙ୍କ ଧର୍ମ ଦେଖି ଚିକିତ୍ସା ପାଇଁ ଯାଇ ନ ଥାଏ ବୋଲି କହିଥିଲେ। ଜୀବନ ରକ୍ଷାକାରୀ ରକ୍ତ, କିଡନୀ ଚକ୍ଷୁ ଲିଭର ଦାତା ଓ ଗ୍ରହୀତା କେହି ଜାତି ଧର୍ମକୁ ଗ୍ରହଣ କରି ନଥିବା ବେଳେ ଆଜି ଭାରତୀୟ ସମାଜକୁ ଭୋଟ ପାଇଁ ବାଣ୍ଟିବା ଚକ୍ରାନ୍ତ ରବି ରାୟଙ୍କ ଆଦର୍ଶ ର ପରିପନ୍ଥୀ ବୋଲି କହିଥିଲେ। ଶିକ୍ଷକ ବ୍ୟବସାୟୀ ଖେଳାଳୀ ଆଇନଜୀବି ଶିଳ୍ପୀ ଚାଷୀଙ୍କ ପାଇଁ ଧର୍ମ ନିଜସ୍ଵ ବ୍ୟାପାର ହୋଇଥିବା ବେଳେ ମୁଷ୍ଟିମେୟ ରାଜନେତା ଏହାକୁ ନେଇ ଜନତାଙ୍କ ମଧ୍ୟରେ ହିଂସା ଭିଆଇବା ଦେଶପାଇଁ  ଶୁଭଙ୍କର ନୁହେଁ। ଶ୍ରମଜୀବୀ ମଣିଷ ଓ ମେଧାବୀ ଗରିବ ଛାତ୍ର ଛାତ୍ରୀ ଖୁବ୍ କଷ୍ଟରେ ଚାଲୁଥିବା ବେଳେ ପାଇସବଲା ଙ୍କ ପ୍ରଚୂର୍ଯ୍ୟର ନଗ୍ନ ପ୍ରଦର୍ଶନ କଣ ପାଇଁ ବୋଲି ପ୍ରଶ୍ନ କରିଥଲେ। ବ୍ୟକ୍ତିଗତ ବନ୍ଧୁତା କିନ୍ତୁ ରବି ରାୟ ଙ୍କ ସାଧୁତା ନିରପେକ୍ଷତା କୁ କଳୁଷିତ କରିପାରିନଥିଲା। ଦଳ ବଦଳ ନିୟମରେ ଘନିଷ୍ଠ ବନ୍ଧୁ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ସହଯୋଗୀ ସାଂସଦଙ୍କ ର  ସଭ୍ୟ ପଦ ରଦ୍ଦ କରିଥିଲେ। ସେହିଭଳି ଜଣେ ସୁପ୍ରିମକୋର୍ଟ ବିଚାରପତିଙ୍କ ବିରୁଦ୍ଧରେ ମହା ଅଭିଯୋଗ ପ୍ରସ୍ତାବକୁ ଲୋକସଭାରେ ଆଗତ କରିବାକୁ ସୁଯୋଗ ଦେଇ ଉଦାହରଣ ସୃଷ୍ଟି କରିଥିଲେ। 

ଆହୁରି ପଢ଼ନ୍ତୁ: Rahul Gandhi: ମୋ କଥା ପାଇଁ ମୋଦୀ ସଂସଦ ଆସିବାକୁ ଭୟ କରୁଛନ୍ତି : ରାହୁଲ

ସଭାପତି ଶ୍ରୀ ପୃଷ୍ଟି ନିଜ ଭାଷଣରେ ରବି ରାୟ ବାଚସ୍ପତି ଥିବାବେଳେ ବିରୋଧୀ ଦଳଙ୍କୁ ନ୍ୟାଯ୍ୟ ସମୟ ପ୍ରଦାନ କରି ଶାସକ ଦଳ ର ସରବ୍ୟ ହୋଇଥିଲେ ଏପରିକି ଗଣମାଧ୍ୟମରେ ବିରୋଧୀ ଙ୍କ ବାଚସ୍ପତି ଖବର ପ୍ରକାଶ ପାଇଥିଲା। ଉତ୍ତରରେ ଗଣତନ୍ତ୍ ରକ୍ଷା ପାଇଁ ଶାସକ ଅପେକ୍ଷା ବିରୋଧୀ ଦଳର ଭୂମିକା ଗୁର୍ତ୍ୱପୂର୍ଣ୍ଣ ବୋଲି ପ୍ରକାଶ କରିଥିଲେ। ଆଜି ଯେତେବେଳେ ଆଦିବାସି ଦଳିତ ମହିଳା ସଂଖ୍ୟାଲଘୁ ପଛୁଆ ବର୍ଗ ଲୋକେ ଅତ୍ୟାଚାରର ଶିକାର ହେଉଛନ୍ତି ସେତେବେଳେ ରବି ରାୟଙ୍କ ଭଳି ସାମାଜିକ ଆର୍ଥିକ ନ୍ୟାୟ ଆନ୍ଦୋଳନର ନେତାଙ୍କ ବହୁତ ଆବଶ୍ୟକତା ରହିଛି।

ଆହୁରି ପଢ଼ନ୍ତୁ: T20 World Cup: ଇଟାଲିର ପଦାର୍ପଣକୁ ଫିକା କଲା ସ୍କଟ୍‌ଲାଣ୍ଡ୍‌

ସମ୍ମାନିତ ଅତିଥି ସନାତନ ବଣିକ ଏକା ଅଖ୍ୟାତ ଗ୍ରାମରୁ ଆସି ରବି ରାୟ ଜାତୀୟ ସ୍ତରରେ ନେତୃତ୍ଵ ପ୍ରତିଷ୍ଠା କରିପାରିବ ତାଙ୍କ ଅଙ୍ଗୀକାର ବଦ୍ଧତା ଓ ନିଷ୍ଠା ଓ ପ୍ରମଣ ବୋଲି କହିଥିଲେ। ଗଜେନ୍ଦ୍ର ସ୍ୱାଇଁ, ରାଧାବଲ୍ଲଭ ମଣ୍ଡଳ ସୀମାଞ୍ଚଳ ପ୍ରତିହାରୀ କୃତିବାସ ମହାପାତ୍ର ପ୍ରମୁଖ ବକ୍ତବ୍ୟ ରଖି ଥିଲେ। ଶ୍ରୀମତୀ ବୈଜୟନ୍ତୀ ପତି ସ୍ଵାଗତ ଭାଷଣ ଦେଇଥିବା ବେଳେ ଯୁବ ସଙ୍ଗଠକ ନରେନ୍ଦ୍ର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ରବି ରାୟଙ୍କ ହିନ୍ଦୀ ଓ ଇଂରାଜୀ ପୁସ୍ତକ ଦ୍ୱାୟକୁ ଅତିଥିମାନଙ୍କୁ ପ୍ରଦାନ କରାଯାଇଥିଲା।ଛାତ୍ରୀମାନେ ଦେଶତ୍ମବୋଧକ ନୃତ୍ୟ ପରିବେଷଣ କରିଥିଲେ। ପ୍ରାରମ୍ଭରେ ଅତିଥିମାନେ ରବି ରାୟ ଙ୍କ ଫଟୋରେ ପୁଷ୍ପ ଓ ଖଦୀ ମାଳ ପ୍ରଦାନ କରିଥିଲେ। ସୁଶ୍ରୀ ସାଗରିକ ପତି ବିଘ୍ନେସ ଦାସ କାର୍ଯ୍ୟକ୍ରମ ପରିଚଳନ କରିଥଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe