ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ସୋମବାର କହିଛନ୍ତି, ବିରୋଧୀ ସାଂସଦମାନେ ଲୋକସଭାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରତି ବିପଦ ସୃଷ୍ଟି କରିବାର ପ୍ରଶ୍ନ ଉଠୁନାହିଁ। ପୂର୍ବତନ ସେନା ମୁଖ୍ୟ ଜେନେରାଲ ଏମ୍ଏମ୍ ନରବଣେଙ୍କ ଆତ୍ମଜୀବନୀକୁ ଦର୍ଶାଇ ମୁଁ ଗୃହରେ ୨୦୨୦ ଗଲୱାନ ସଂଘର୍ଷ ସଂକ୍ରାନ୍ତରେ ଯାହା କହିଛି ସେଥିପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଗୃହକୁ ଆସିବା ପାଇଁ ଭୟ କରୁଛନ୍ତି। ଲୋକସଭାରେ ବିରୋଧୀ ଦଳ ନେତା ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ଗୃହରେ ଉକ୍ତ ପ୍ରସଙ୍ଗ ଉଠାଇ ନ ଦେବାପାଇଁ ବାରମ୍ବାର ଗୃହ ମୁଲତବୀ କରାଯାଉଛି।
ଅଧିକପଢ଼ନ୍ତୁ:ରାହୁଲ ପୁଣିଥରେ ଚୀନ୍ ପ୍ରସଙ୍ଗ ଉଠାଇବାରୁ ଲୋକସଭାରେ ହଙ୍ଗାମା
ମୋଦୀ ସତକୁ ସାମ୍ନା କରିପାରିବେନି: ରାହୁଲ
ସଂସଦ ବାହାରେ ସାମ୍ବାଦିକଙ୍କୁ ଟିପ୍ପଣୀ ଦେଇ ରାହୁଲ ଦାବି କରିଛନ୍ତି ଯେ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମିଛ କହୁଛନ୍ତି। ନରବଣେଙ୍କ ପୁସ୍ତକ ଛପା ସରିଛି ଏବଂ ଏହାର ଏକ କପି ତାଙ୍କ ପାଖରେ ଥିବା ସେ କହିଛନ୍ତି। ରାହୁଲ ମଧ୍ୟ ବିରୋଧୀ ସାଂସଦମାନଙ୍କ ନିଲମ୍ବନକୁ ବିରୋଧ କରି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ରାହୁଲ କହିଛନ୍ତି, ମୋଦୀ ସଦସ୍ୟଙ୍କୁ ଭୟ କରୁନାହାନ୍ତି ବରଂ ସେ ଯାହା କହିଛନ୍ତି ତାକୁ ଭୟ କରୁଛନ୍ତି। ମୋଦୀ ସତକୁ ସାମ୍ନା କରିପାରିବେନି ବୋଲି ଭୟରେ ଗୃହକୁ ଆସୁ ନ ଥିବା ରାହୁଲ କହିଛନ୍ତି। ଯଦି ମୋଦୀଙ୍କ ଉପରେ କେହି ଆକ୍ରମଣ କରିବାକୁ ଯାଉଥିଲେ ତେବେ ଏତଲା ରୁଜୁ କର ଓ ତାଙ୍କୁ ଗିରଫ କର ବୋଲି ରାହୁଲ କହିଛନ୍ତି। ସେ ଦାବି କରିଛନ୍ତି ଯେ ଆମେରିକା ସହ ନିକଟରେ ଶେଷ ହୋଇଥିବା ବାଣିଜ୍ୟ ଚୁକ୍ତି ପାଇଁ ସରକାର କେନ୍ଦ୍ର ବଜେଟ୍ ୨୦୨୬-୨୭ ଉପରେ ଆଲୋଚନା ଚାହୁନାହାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/09/cad79d75-d1ee-45f6-8261-bb58561125df-2026-02-09-20-04-15.jpg)