ନୂଆଦିଲ୍ଲୀ: ଅନେକ ସହରର ନାମ ପରିବର୍ତ୍ତନ ହେବା ପରେ ଏବେ ରାଜଧାନୀ ଦିଲ୍ଲୀର ନାମ ପରିବର୍ତ୍ତନ କରିବାକୁ ଦାବି ହେଉଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ବିଜୟ ଗୋଏଲ ରାଜଧାନୀର ଇଂରାଜୀ ନାମ Delhiରୁ Dilliକୁ ପରିବର୍ତ୍ତନ କରିବାକୁ ଦାବି କରିଛନ୍ତି। ସେ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଏକ ଚିଠି ମଧ୍ୟ ଲେଖିଛନ୍ତି। ନଭେମ୍ବର ୧ରେ ଦିଲ୍ଲୀ ସରକାର ନାମ ପରିବର୍ତ୍ତନ କରି ନୂତନ ସରକାରୀ ଲୋଗୋ ପ୍ରକାଶ କରିବାକୁ ଦାବି କରିଛନ୍ତି। ବିଜୟ ଗୋଏଲଙ୍କ ଏଭଳି ଦାବିକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।
ଦିଲ୍ଲୀକୁ ଦିନେ ଧିଲି କୁହାଯାଉଥିଲା
ବିଜେପି ନେତା ଦାବି କରିଛନ୍ତି ଯେ, ୧୧ଶ ଶତାବ୍ଦୀରେ ଦିଲ୍ଲୀକୁ ଧିଲି କୁହାଯାଉଥିଲା, ଯାହାକୁ ପରେ ପାର୍ସୀରେ ଦେହଲି ଭାବରେ ଅନୁବାଦ କରାଗଲା। ପରେ ବ୍ରିଟିଶ ଶାସନ ସମୟରେ ଏହାକୁ ଦିଲ୍ଲୀରେ ପରିବର୍ତ୍ତନ କରାଯାଇଥିଲା। ମହାଭାରତ ସମୟରେ ଏହାର ନାମ ଇନ୍ଦ୍ରପ୍ରସ୍ଥ ଥିଲା। କିଛି ଲୋକ ଦିଲ୍ଲୀକୁ ଇନ୍ଦ୍ରପ୍ରସ୍ଥ କରିବାକୁ ମଧ୍ୟ ଦାବି କରିଛନ୍ତି।
ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଲେଖିଲେ ଚିଠି
ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଜୟ ଗୋଏଲ ଏହି ବିଷୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଚିଠି ଲେଖିଛନ୍ତି। ସେ କହିଛନ୍ତି ଯେ, ଦିଲ୍ଲୀର ମୂଳ ନାମ ସଂସ୍କୃତ ଶବ୍ଦ "ଧିଲ୍ଲିକା" ରୁ ଆସିଛି। ଏହି ନାମ ଲୋକଗୀତ, କବିତା ଏବଂ ସାହିତ୍ୟରେ ମଧ୍ୟ ଦେଖିବାକୁ ମିଳେ। ଡିଜିଟାଲ ଯୁଗରେ ନାମ ପରିବର୍ତ୍ତନ କରିବା ବହୁତ ସହଜ।
ତେବେ ଏହା ପ୍ରଥମ ଥର ନୁହେଁ ଏହା ପୂର୍ବରୁ ମଧ୍ୟ ବିଜୟ ଗୋଏଲ ଦିଲ୍ଲୀର ନାମ ପରିବର୍ତ୍ତନ କରିବାକୁ ଦାବି କରିଆସିଛନ୍ତି।
ଅାହୁରି ପଢ଼ନ୍ତୁ: Air India Bus Catches Fire: ବିମାନବନ୍ଦରରେ ଧୁ ଧୁ ହୋଇ ଜଳିଗଲା ଏୟାର ଇଣ୍ଡିଆର ବସ୍
ଅାହୁରି ପଢ଼ନ୍ତୁ:🔴 Cyclone Montha LIVE UPDATES: ସମୁଦ୍ରରୁ ମାଡ଼ି ଆସୁଛି ବାତ୍ୟା ମୋନ୍ଥା... ବଢୁଛି ପବନ, କାକିନାଡ଼ାରୁ ୧୫୦ କିମି ଦୂରରେ ବାତ୍ୟା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/10/28/delhi-name-change-2025-10-28-15-33-07.jpg)