ମୁମ୍ବାଇ: ମହାରାଷ୍ଟ୍ରର କେତେକ ନଗର ପରିଷଦରେ ସ୍ଥାନୀୟ ବିଜେପି ନେତାମାନେ କଂଗ୍ରେସ ଏବଂ ଅଲ୍ ଇଣ୍ଡିଆ ମଜଲିସ-ଏ-ଇତ୍ତେହାଦୁଲ ମୁସଲିମିନ୍ (ଏଆଇଏମ୍ଆଇଏମ୍) ସହ କରିଥିବା ମେଣ୍ଟକୁ ନେଇ ରାଜନୈତିକ ବିବାଦ ତୀବ୍ର ହୋଇଛି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ଏଭଳି ମେଣ୍ଟକୁ ଅଗ୍ରହଣୀୟ ବୋଲି କହି କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଏହି ବ୍ୟବସ୍ଥା ଦଳର ଅନୁମୋଦନ ବିନା ହୋଇଛି ଏବଂ ଏହାକୁ କୌଣସି ସ୍ଥିତିରେ ବି ଗ୍ରହଣ କରାଯିବ ନାହିଁ। ଅମ୍ବରନାଥ ନଗର ପରିଷଦ (ଥାଣେ ଜିଲ୍ଲା) ଏବଂ ଆକୋଲା ନଗର ପରିଷଦରେ ଏଭଳି ଘଟଣା ଘଟିଛି। ଅମ୍ବରନାଥରେ ବିଜେପି କଂଗ୍ରେସ ଏବଂ ଅଜିତ ପଵାରଙ୍କ ନେତୃତ୍ୱାଧୀନ ଏସ୍ସିପି ସହ ନିର୍ବାଚନ ପରବର୍ତ୍ତୀ ମେଣ୍ଟ କରି ‘ଅମ୍ବରନାଥ ବିକାଶ ଅଘାଡ଼ି’ ନାମରେ କ୍ଷମତା ହାସଲ କରିଛି। ସେହିଭଳି ଆଲୋକାରେ ବିଜେପି ଅସଦୁଦ୍ଦିନ ଓୱେସୀଙ୍କ ଏଆଇଏମ୍ଆଇଏମ୍ ମେଣ୍ଟ କରି କ୍ଷମତା ହାସଲ କରିଛି। ଏଭଳି ଘଟଣା ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି କରିଥିବା ବେଳେ ସ୍ଥାନୀୟ ବିଜେପି ନେତାଙ୍କ ପଦକ୍ଷେପକୁ ମୁଖ୍ୟମନ୍ତ୍ରୀ କଡ଼ା ସମାଲୋଚନା କରିବା ସହ କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଇଛନ୍ତି।
Scam: ଦୁର୍ନୀତି ଗନ୍ଧ: ନିର୍ମାଣ ହେବାର ଦିନକ ପରେ ଉଠିଗଲା ପିଚୁ
ଫଡ଼ନାବିସ କହିଛନ୍ତି: ‘ମୁଁ ସ୍ପଷ୍ଟ କରୁଛି ଯେ କଂଗ୍ରେସ କିମ୍ବା ଏଆଇଏମ୍ଆଇଏମ୍ ସହ କୌଣସି ମେଣ୍ଟ ଗ୍ରହଣ କରାଯିବ ନାହିଁ। ଯଦି କୌଣସି ସ୍ଥାନୀୟ ନେତା ନିଜେ ଏପରି ନିଷ୍ପତ୍ତି ନେଇଥାନ୍ତି, ତାହା ଦଳୀୟ ଅନୁଶାସନର ଦୃଷ୍ଟିରୁ ଭୁଲ୍ ଏବଂ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।’ ଏହା ସହିତ ତୁରନ୍ତ ଏହି ମେଣ୍ଟଗୁଡ଼ିକ ଭାଙ୍ଗିବାକୁ ଦଳ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇସାରିଛି। ଏଭଳି ମେଣ୍ଟ ମହାୟୁତି (ବିଜେପି-ଶିବସେନା-ଏନ୍ସିପି) ଭିତରେ ବି ଅସନ୍ତୋଷ ବଢ଼ାଇଛି।
Follow Us