କୋଲକାତା: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ବିଜେପିର ରଣନୀତି ପ୍ରସ୍ତୁତ କରିବାକୁ ତିନି ଦିନିଆ କୋଲକାତା ଗସ୍ତରେ ଅଛନ୍ତି । ଏହି ଗସ୍ତ ସମୟରେ ସେ ଦଳର ସାଙ୍ଗଠନିକ ଶକ୍ତି ଓ ଦୁର୍ବଳତାର ସମୀକ୍ଷା କରିବା ସହ ବିଭିନ୍ନ ସ୍ତରର ନେତା ଓ କର୍ମୀଙ୍କ ସହ ଆଲୋଚନା କରି ସିଧାସଳଖ ଫିଡ୍ବ୍ୟାକ ନେଉଛନ୍ତି । ଏଥର ଯେମିତି ବି ହେଲେ ପଶ୍ଚିମବଙ୍ଗରେ ଫୁଲ ଫୁଟାଇବାକୁ ପଡ଼ିବ, ଏଥିପାଇଁ ଫୁଲ୍ ଦମରେ ଲାଗିପଡିଛନ୍ତି ବିଜେପିର ବଡ଼ ବଡ଼ ନେତା ଓ କର୍ମୀ ।
आज कोलकाता में @BJP4Bengal के सांसदों, विधायकों के साथ आगामी चुनाव को लेकर बैठक की।
— Amit Shah (@AmitShah) December 31, 2025
स्वाधीनता संग्राम से लेकर धार्मिक पुनर्जागरण का केंद्र रहा पश्चिम बंगाल आज TMC की तुष्टीकरण की राजनीति के कारण घुसपैठियों का अड्डा बन गया है। भाजपा का एक-एक कार्यकर्ता इस विधानसभा चुनाव में… pic.twitter.com/l3XdzHtqcB
ହେଲେ ଏ ନିର୍ବାଚନର ବାଜିରେ ବିଜେପି ବାଜିମାରିବ ତ ? ଦିଦିଙ୍କ ଗଡ଼ରେ ଉଡ଼ିବ ତ ଗେରୁଆ ବାନା ? ଏକଥା ଏଥିପାଇଁ କୁହାଯାଉଛି, କାହିଁକି ନା ଆଗାମୀ କିଛି ମାସ ଭିତରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ, ଏହା ପୂର୍ବରୁ ବିଜେପିର ଚାଣକ୍ୟ କୁହାଯାଉଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପଶ୍ଚିମବଙ୍ଗରେ ବିଜେପିର ସରକାର ଗଠନ ନେଇ ବଡ଼ ଭବିଷ୍ୟବାଣୀ କରିଛନ୍ତି । ସେ କହିଛନ୍ତି ୨୦୨୬ରେ ପଶ୍ଚିମବଙ୍ଗରେ ବିଜେପି ସରକାର ଗଠନ କରିବ, ଆଉ ସରକାର ଗଠନ କରିବା ପରେ ପଶ୍ଚିମବଙ୍ଗରୁ ଅନୁପ୍ରବେଶକାରୀଙ୍କୁ ହଟାଯିବ ।
घुसपैठियों को वोट बैंक बनाने वाली TMC सरकार की इस विधानसभा चुनाव में विदाई निश्चित है। आज कोलकाता में @BJP4Bengal के कोर ग्रुप व प्रवासी कार्यकर्ताओं के साथ आगामी चुनाव के संबंध में बैठक की।
— Amit Shah (@AmitShah) December 30, 2025
অনুপ্রবেশকারীদের ভোটব্যাঙ্কে পরিণত করা তৃণমূল সরকারের এই বিধানসভা নির্বাচনে বিদায়… pic.twitter.com/a3ZuievgYo
ଶାହ ନିଜର ବୟାନରେ ୨୦୧୪ରୁ ୨୦୨୫ ପର୍ଯ୍ୟନ୍ତ ବିଜେପିର ଭୋଟ୍ ଯାତ୍ରାକୁ ନେଇ ତଥ୍ୟ ରଖିବା ସହିତ, ତାଙ୍କ ଭବିଷ୍ୟତବାଣୀ କେବଳ ଗୋଟିଏ ହାଓ୍ୱା ନୁହେଁ ବୋଲି ଇସାରା ଦେଇଛନ୍ତି । ସିଧା ସିଧା ଦିଦିଙ୍କୁ ତୀର ମାରିବା ସହିତ ଆଗାମୀ ଦିନରେ ପଶ୍ଚିମବଙ୍ଗରେ ବିଜେପିର ସରକାର ଗଠନ ହେବ ବୋଲି କହିଛନ୍ତି ଶାହ ।
ଆହୁରି ପଢନ୍ତୁ- Last Sunset of 2025: ୨୦୨୫ ଆକାଶରୁ ବିଦାୟ ନେଲେ ସୂର୍ଯ୍ୟ, ଦେଇଗଲେ ନୂଆବର୍ଷରେ ନୂଆ ଆଶା ନେଇ ଉଇଁବାର ପ୍ରତିଶ୍ରୁତି…
ନଜର ପକାନ୍ତୁ ପଶ୍ଚିମବଙ୍ଗରେ ବିଜେପିର ଭୋଟ୍ ଯାତ୍ରା ଉପରେ...
୨୦୧୪ ଲୋକସଭା ନିର୍ବାଚନରେ , ୧୭ ପ୍ରତିଶତ ଭୋଟ୍ ଏବଂ ୨ଟି ଆସନ
୨୦୧୬ ବିଧାନସଭା ନିର୍ବାଚନରେ, ୧୦ ପ୍ରତିଶତ ଭୋଟ୍ ଏବଂ ବିଧାନସଭାରେ ୩ଟି ଆସନ
୨୦୧୯ ଲୋକସଭା ନିର୍ବାଚନରେ, ୪୧ ପ୍ରତିଶତ ଭୋଟ୍ ଏବଂ ବିଧାନସଭାରେ ୧୮ଟି ଆସନ
୨୦୨୧ ବିଧାନସଭା ନିର୍ବାଚନରେ, ୩୮ ପ୍ରତିଶତ ଭୋଟ ଏବଂ ବିଧାନସଭାରେ ୭୭ଟି ଆସନ
୨୦୨୪ ଲୋକସଭା ନିର୍ବାଚନରେ ୩୯ ପ୍ରତିଶତ ଭୋଟ ଏବଂ ବିଧାନସଭାରେ ୧୨ଟି ଆସନ
ଆହୁରି ପଢନ୍ତୁ- Stock Market: ବର୍ଷ ଶେଷ ଦିନରେ ଭଲ ସ୍ଥିତିରେ ବନ୍ଦ ହେଲା ସେୟାର୍ ବଜାର...
ପଶ୍ଚିମବଙ୍ଗରେ ୨୯୪ଟି ବିଧାନସଭା ଆସନ ଅଛି। ତେଣୁ ସେଠାରେ କୌଣସି ଦଳ କିମ୍ବା ମେଣ୍ଟକୁ ସରକାର ଗଠନ କରିବାକୁ ହେଲେ ୧୪୮ ବିଧାୟକଙ୍କ ସମର୍ଥନ ରହିବା ଦରକାର । ଗତ ସାଧାରଣ ନିର୍ବାଚନରେ ବିଜେପି ଏଠାରେ ୭୭ଟି ସିଟ୍ ଜିତିଥିଲା । ତେଣୁ ଏଥର ଏହି ସଂଖ୍ୟା ମ୍ୟାଜିକ୍ ନମ୍ବର ପାର୍ କରୁଛି କି ନାହିଁ, ତା ଉପରେ ସମସ୍ତଙ୍କର ନଜର ।
TMC के 14 साल में बंगाल भय, भ्रष्टाचार का पर्याय बना है।
— Amit Shah (@AmitShah) December 30, 2025
তৃণমূললের ১৪ বছরের শাসনে বাংলা ভয় ও দুর্নীতির প্রতীকে পরিণত হয়েছে।#26SeBJPAschepic.twitter.com/9bP1JWZe4W
ଏଥର ମମତା ବନାମ ବିଜେପି
ଶାହା କହିଛନ୍ତି ଯେ, ପଶ୍ଚିମବଙ୍ଗରେ ପ୍ରାୟତଃ କଂଗ୍ରେସ ଦଳ ଶୂନରେ ପହଞ୍ଚିସାରିଛି । ଏହାସହ ପଶ୍ଚିମବଙ୍ଗରେ ୩୪ ବର୍ଷ ଧରି ଶାସନ କରିଥିବା କମ୍ୟୁନିଷ୍ଟ ମେଣ୍ଟ ମଧ୍ୟ ସେଭଳି ପ୍ରଦର୍ଶନ କରିପାରିନି । ଗତ ବିଧାନସଭା ନିର୍ବାଚନରେ ୭୭ ଆସନ ଜିତି ବିଜେପି ସେଠାରେ ମୁଖ୍ୟ ବିରୋଧୀ ଦଳର ସ୍ଥାନ ଗ୍ରହଣ କରିଛି । ତେଣୁ ଏଥର ନିର୍ବାଚନରେ ଦିଦିଙ୍କ ସିଧା ଲଢ଼େଇ ବିଜେପି ସହିତ ହେବ । ସେହିଭଳି ଭାବେ ବିଜେପି ମଧ୍ୟ ଟିଏମସିକୁ ମାତ୍ ଦେଇ ଦିଦିଙ୍କ ଗଡ଼ରେ ବିଜୟର ବାନା ଉଡ଼ାଇବାକୁ ଅଙ୍କ କଷୁଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2025/12/31/bjp-2025-12-31-18-43-41.jpg)