ପାରାଙ୍କୁ ଖାଦ୍ୟ ଦେବା ନେଇ ଜନମତ ଲୋଡିଲା ବିଏମସି: ସାର୍ବଜନୀନ ସ୍ଥାନରେ ଦେବାକୁ ମନା

ବୃହନ୍ମୁମ୍ବାଇ ମ୍ୟୁନିସିପାଲ୍ କର୍ପୋରେସନ୍ (ବିଏମସି)ପାରାଙ୍କୁ ଖାଇବାକୁ ଦେବା ପାଇଁ ନାଗରିକମାନଙ୍କଠାରୁ ପରାମର୍ଶ ଲୋଡିଛି। ତିନୋଟି ସଂଗଠନରୁ ଆବେଦନ ପାଇବା ପରେ, ବିଏମସି ୧୮ ରୁ ୨୯ ଅଗଷ୍ଟ ପର୍ଯ୍ୟନ୍ତ ଲୋକମାନଙ୍କୁ ସେମାନଙ୍କର ମତାମତ ଦେବାକୁ ଅପିଲ୍ କରିଛି...

BMC seeks public opinion on feeding parrots: Refuses to serve food in public places

BMC seeks public opinion on feeding parrots: Refuses to serve food in public places Photograph: (sambad.in)

ମୁମ୍ବାଇ: ଦିଲ୍ଲୀ ଏନସିଆରରେ ବୁଲା କୁକୁରଙ୍କୁ ଆଶ୍ରୟ ସ୍ଥଳରେ ରଖିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି।କୁକୁରଙ୍କ ଠାରୁ ମଣିଷଙ୍କୁ ସୁରକ୍ଷିତ ରଖିବା ପାଇଁ ଶୀର୍ଷ କୋର୍ଟ ଏଭଳି ନିର୍ଦ୍ଦେଶ ଜାରି କରିଛନ୍ତି। ଏହାକୁ ନେଇ କୁକୁର ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି।

ଏବେ କୁକୁର ପ‌ରେ ପାରାଙ୍କ ପାଳି ପଡ଼ିଛି। ମୁମ୍ବାଇ ସହରର ସାର୍ବଜନୀନ ସ୍ଥାନରେ ପାରାଙ୍କୁ ଖାଦ୍ୟ ଦେବା ଉପରେ ରୋକ ଲଗାଇବା ପାଇଁ  ବୃହନ ମୁମ୍ବାଇ ମ୍ୟୁନିସିପାଲ୍ କର୍ପୋରେସନ୍ (ବିଏମସି) ନାଗରିକଙ୍କ ଠାରୁ ମତାମତ ଲୋଡିଛି। ବିଏମସି କହିଛି,ଏନେଇ ତିନୋଟି ପୃଥକ ପୃଥକ ଆବେଦନ ମିଳିଛି। ଯାହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବା ପୂର୍ବରୁ ସାଧାରଣ ଲୋକଙ୍କ ମତାମତ ନେବା ଆବଶ୍ୟକ।

ବିଏମସି ପ୍ରଶାସନ ଦାଦର ପିଜନ ହାଉସ ଟ୍ରଷ୍ଟ ବୋର୍ଡ, ୟାସମିନ ବଂଶାଲି ଆଣ୍ଡ କୋ ଏବଂ ପଶୁ ଓ ପକ୍ଷୀ ଅଧିକାର କର୍ମୀ ପଲ୍ଲବୀ ପାଟିଲଙ୍କ ଠାରୁ ଆବେଦନ ଗ୍ରହଣ କରିଛି। ଏହି ଆବେଦନ ଗୁଡ଼ିକରେ, ପାରାଙ୍କୁ ନିର୍ବିଚାର ଭାବରେ ଖାଇବାକୁ ଦେବା ପରିବର୍ତ୍ତେ, ସେମାନଙ୍କୁ ଏକ ନିର୍ଦ୍ଦିଷ୍ଟ ସମୟରେ ଏବଂ ନିୟନ୍ତ୍ରିତ ପରିମାଣରେ ଖାଦ୍ୟ ଯୋଗାଇବା ଉଚିତ୍ ବୋଲି ପରାମର୍ଶ ଦିଆଯାଇଛି।

ବିଏମସି ଏବେ ନାଗରିକମାନଙ୍କୁ ୱେବସାଇଟରେ ଦିଆଯାଇଥିବା ଏହି ଆବେଦନ ଗୁଡ଼ିକର ସମୀକ୍ଷା କରିବାକୁ ଏବଂ ପାରା ଘରେ ନିୟନ୍ତ୍ରିତ ଉପାୟରେ ତଥା ଏକ ନିର୍ଦ୍ଦିଷ୍ଟ ସମୟରେ ପାରାଙ୍କୁ ଖାଇବାକୁ ଦିଆଯିବା ଉଚିତ୍ କି ନାହିଁ ତାହା କହିବାକୁ ଏବଂ ସେମାନଙ୍କର ଆପତ୍ତି କିମ୍ବା ପରାମର୍ଶ ଦାଖଲ କରିବାକୁ ନିବେଦନ କରିଛି। ଜନସାଧାରଣ ଅଗଷ୍ଟ ୧୯ ରୁ ଅଗଷ୍ଟ ୯ ପର୍ଯ୍ୟନ୍ତ ବିଏମସିକୁ ସେମାନଙ୍କର ମତାମତ ପଠାଇ ପାରିବେ। ଏଥିପାଇଁ ଏକ ଇମେଲ୍ ଆଇଡି ମଧ୍ୟ ଜାରି କରାଯାଇଛି। ଏହା ବ୍ୟତୀତ, ଯଦି କୌଣସି ବ୍ୟକ୍ତି ସେମାନଙ୍କର ଆପତ୍ତି କିମ୍ବା ପରାମର୍ଶ ଲିଖିତ ଭାବରେ ଦେବାକୁ ଚାହାନ୍ତି,ତେବେ ସେମାନେ କାର୍ଯ୍ୟ ଦିବସରେ ନିର୍ଦ୍ଧାରିତ ସମୟ ମଧ୍ୟରେ ନିର୍ଦ୍ଦିଷ୍ଟ ଠିକଣାରେ ତାହା ଦାଖଲ କରିପାରିବେ

ଅଧିକ ପଢ଼ନ୍ତୁ:ଦିଲ୍ଲୀ-ଏନସିଆରକୁ ଟ୍ରାଫିକ ଜାମ୍‌ରୁ ମିଳିବ ମୁକ୍ତି

ଲୋକେ କାର୍ଯ୍ୟନିର୍ବାହୀ ସ୍ୱାସ୍ଥ୍ୟ ଅଧିକାରୀ,ତୃତୀୟ ମହଲା,ଏଫ୍ ଦକ୍ଷିଣ ଡିଭିଜନ କାର୍ଯ୍ୟାଳୟ ଭବନ,ଡକ୍ଟର ବାବାସାହେବ ଆମ୍ବେଦକର ମାର୍ଗ, ପରେଲ, ମୁମ୍ବାଇ - ୪୦୦୦୧୨ ଠିକଣାରେ ମତାମତ ପଠାଇ ପାରିବେ।

ସୂଚନାଯୋଗ୍ୟ, ଅଗଷ୍ଟ ଆରମ୍ଭରେ ମୁମ୍ବାଇ ପୁଲିସ ସାର୍ବଜନୀନ ସ୍ଥାନରେ ପାରାଙ୍କୁ ଖାଇବାକୁ ଦେବା ପାଇଁ ସହରରେ ପ୍ରଥମ ଏପରି ଅପରାଧିକ ମାମଲା ପଞ୍ଜିକୃତ କରିଥିଲା। ଏହି ମାମଲା ଅଜଣା ବ୍ୟକ୍ତିଙ୍କ ବିରୁଦ୍ଧରେ ପଞ୍ଜିକୃତ ହୋଇଥିଲା। ଏଭଳି ପାରାଙ୍କୁ ଖାଇବାକୁ ଦେବା ଏବେ ଭାରତୀୟ ଦଣ୍ଡ ସଂହିତା ଅନୁଯାୟୀ ଏକ ଦଣ୍ଡନୀୟ ଅପରାଧ। 

ମାନବ ସ୍ୱାସ୍ଥ୍ୟ ଉପରେ ପାରାଙ୍କର ଅନିୟନ୍ତ୍ରିତ ସଂଖ୍ୟାର ଗମ୍ଭୀର ପ୍ରତିକୂଳ ପ୍ରଭାବକୁ ଦୃଷ୍ଟିରେ ରଖି ସାର୍ବଜନୀନ ସ୍ଥାନରେ ପାରାଙ୍କୁ ଖାଇବାକୁ ଦେବା ଏକ ଅପରାଧ ବୋଲି ବିବେଚନା କରାଯାଏ ବୋଲି ପୁଲିସ ସୂଚିତ କରିଥିଲା।

ଅଧିକ ପଢ଼ନ୍ତୁ:ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ପ୍ରବଳ ବର୍ଷା ସମ୍ଭାବନା

Maharashtra | mumbai | feeding-pigeon

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe