ଲକ୍ଷ୍ନୌ: ନଦୀ ମଝିରେ ବୁଡିଲା ବୋଟ୍, ୨୦ରୁ ଅଧିକ ଲୋକ ନିଖୋଜ । ଉତ୍ତରପ୍ରଦେଶ ବହରାଇଚ ଜିଲ୍ଲା କୋଡିୟାଲ ନଦୀରେ ଏକ ଡଙ୍ଗା ଓଲଟି ୨୦ରୁ ଅଧିକ ଲୋକ ନିଖୋଜ ଥିବା ସୂଚନା ମିଳିଛି । ଅଘଟଣ ପରେ ଘଟଣାସ୍ଥଳରେ ଏନଡିଆରଏଫ ଟିମ୍ ଏବଂ ଏସଡିଆରଏଫ୍ ଟିମ ପହଞ୍ଚି ତୁରନ୍ତ ଉଦ୍ଧାର କାମରେ ଲାଗିଛନ୍ତି ।

Advertisment

ତେବେ ଏବେଏବେ ମିଳିଥିବା ସୂଚନା ଅନୁସାରେ ଦୁର୍ଘଟଣାରେ ଜଣେ ୬୦ ବର୍ଷିୟା ମହିଳାଙ୍କ ମୃତ୍ୟୁ ହେବା ସହ ୬ ଜଣଙ୍କୁ ଉଦ୍ଧାର କରାଯାଇଛି । ଏବେବି ୨୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି । 

ଭାରତ-ନେପାଳ ସୀମାବର୍ତ୍ତି ଜିଲ୍ଲା ହେଉଛି ବହରାଇଚ। ଭରତପୁର ହେଉଛି କଟାର୍ନିଆଘାଟ ବନ୍ୟପ୍ରାଣୀ ରେଞ୍ଜର ଏକ ଗ୍ରାମ। ଏଠାକାର ଲୋକେ କୋଡିୟାଲ ନଦୀ ଉପରେ ଭରସା କରି ଯାତାୟାତ କରନ୍ତି । ଜଳ ପଥ ଦେଇ ଡଙ୍ଗାରେ ଲଖିମପୁରର ଖୈରାଟିଆ ଗାଁକୁ ଯାଆନ୍ତି । ତେବେ ଆଜି ସନ୍ଧ୍ୟା ୬ଟାରେ ଖୈରାଟିଆରୁ ଭରତପୁରକୁ ଫେରୁଥିବା ବେଳେ ଡଙ୍ଗାଟି ଗାଁ ନିକଟରେ ଓଲଟି ପଡ଼ିଥିଲା। ଡଙ୍ଗାରେ ମୋଟ ୨୮ରୁ ଅଧିକ ଲୋକ ଥିଲେ।

ଆହୁରି ପଢନ୍ତୁ-

Russian nuclear capable torpedo: ବିଶ୍ବକୁ ବୁଡ଼ାଇ ମାରିବାକୁ ପୁଟିନଙ୍କ ଷଡ଼ଯନ୍ତ୍ର: ରୁଷିଆ ପୋସେଡନ୍ ଟର୍ପେଡୋ ସମୁଦ୍ରକୁ ଥରାଇଲା

ଦୁଃଖ ପ୍ରକାଶ କଲେ ଯୋଗୀ

ବୋଟ ଟ୍ରାଜେଡି ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ଯମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସଙ୍ଗେସଙ୍ଗେ ଘଟଣାସ୍ଥଳରେ ଉଦ୍ଧାରକାମ ଜାରି କରିବାକୁ ନିର୍ଦ୍ଦେଶ ଦେବା ସହ ସମସ୍ତ ସୁବିଧା ପାଇଁ କହିଛନ୍ତି । 

ଆହୁରି ପଢନ୍ତୁ-

Pakistan Afghanistan Conflict: ଦିଲ୍ଲୀ କାବୁଲ ସରକାରଙ୍କୁ ନିୟନ୍ତ୍ରଣ କରୁଛି:ପାକିସ୍ତାନର ଅଭିଯୋଗ