ବୋଇଂ ବିମାନ ଇଞ୍ଜିନରେ ନିଆଁ, ଜରୁରୀକାଳୀନ ଅବତରଣ: ଭିଡିଓ ଭାଇରାଲ

ଡେଲ୍ଟା ଏୟାରଲାଇନ୍ସର ବୋଇଂ ବିମାନ ଲସ୍ ଆଞ୍ଜେଲସ୍ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଆଟଲାଣ୍ଟା ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲା। କିନ୍ତୁ ଉଡ଼ାଣ ଆରମ୍ଭ ହେବାର କିଛି ସମୟ ପରେ ଏହାର ଗୋଟିଏ ଇଞ୍ଜିନରେ ନିଆଁ ଲାଗିଯାଇଥିଲା। ଏହା ପରେ, ବିମାନଟିକୁ ଜରୁରୀକାଳୀନ ଅବତରଣ କରିବାକୁ ପଡିଥିଲା...

Boeing plane engine catches fire on takeoff, makes emergency landing: video goes viral

Boeing plane engine catches fire on takeoff, makes emergency landing: video goes viral Photograph: (sambad.in)

ୱାଶିଂଟନ: ଆମେରିକାରେ ଏକ ଯାତ୍ରୀବାହୀ ବିମାନକୁ ଉଡ଼ାଣ ଆରମ୍ଭ ହେବାର କିଛି ସମୟ ପରେ ଜରୁରୀକାଳୀନ ଅବତରଣ କରିବାକୁ ପଡ଼ିଛି। ରିପୋର୍ଟ ଅନୁଯାୟୀ, ଡେଲ୍ଟା ଏୟାରଲାଇନ୍ସର ବୋଇଂ ବିମାନ ଶୁକ୍ରବାର ଲସ୍ ଆଞ୍ଜେଲସ୍ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଆଟଲାଣ୍ଟା ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲା, କିନ୍ତୁ ଉଡ଼ାଣ ଆରମ୍ଭ ହେବାର କିଛି ସମୟ ପରେ ଏହାର ଗୋଟିଏ ଇଞ୍ଜିନରେ ନିଆଁ ଲାଗି ଯାଇଥିଲା।

ଏହା ପରେ, ବିମାନକୁ ଜରୁରୀକାଳୀନ ଅବତରଣ ପାଇଁ ଫେରିବାକୁ ପଡିଥିଲା। ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ବୋଇଂ ୭୬୭-୪୦୦ ବିମାନଟି ଆକାଶରେ ଉଡାଣ କରୁଥିବାର ଦେଖାଯାଉଛି ଏବଂ ଏହାର ବାମ ଇଞ୍ଜିନରେ ନିଆଁ ଲାଗିଛି। ଏବେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି।

ଉଡ଼ାଣ ବିଷୟରେ ଖବର ପ୍ରଦାନ କରୁଥିବା ଏକ ୟୁଟ୍ୟୂବ୍ ଚ୍ୟାନେଲ ଏଲଏ ଫ୍ଲାଇଟ୍ସ ବିମାନର ଜରୁରୀକାଳୀନ ଅବତରଣକୁ ଏହାର ଲାଇଭ୍ କଭରେଜ୍ ସମୟରେ କଏଦ କରିଥିଲା, ଯେଉଁଥିରେ ଇଞ୍ଜିନରୁ ନିଆଁ ବାହାରୁଥିବା ଏବଂ ଗ୍ରାଉଣ୍ଡ କ୍ରୁଙ୍କ ଶୀଘ୍ର ପ୍ରତିକ୍ରିୟା ଦେଖାଯାଇଥିଲା। ତଥାପି, ଏହି ଘଟଣାରେ କେହି ମୃତାହତର ଖବର ମିଳିନାହିଁ ଏବଂ ବିମାନଟି ରନୱେରେ ଅବତରଣ କରିବା ପରେ ଅଗ୍ନିଶମ କର୍ମଚାରୀମାନେ ଇଞ୍ଜିନରେ ଲାଗିଥିବା ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ।

ଅଧିକ ପଢ଼ନ୍ତୁ: ରୁପା ପୁସ୍ତକରେ ସ୍ୱର୍ଣ୍ଣାକ୍ଷରରେ ଲେଖାଯିବ ସିନ୍ଦେଙ୍କ ନାମ, ଶଙ୍କରାଚାର୍ଯ୍ୟଙ୍କ ଘୋଷଣା

ଆଭିଏସନ୍ ଏ ଟୁ ଜେଡ୍‌ର ଏକ ରିପୋର୍ଟ ଅନୁଯାୟୀ, ଡେଲ୍ଟା ଏୟାରଲାଇନ୍ସ ବିମାନଟି ବିମାନବନ୍ଦରରୁ ଉଡ଼ାଣ ଆରମ୍ଭ କରିବା ମାତ୍ରେ ନିଆଁ ଲାଗିଯାଇଥିଲା। ବିମାନ କର୍ମଚାରୀମାନେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରି ବିମାନବନ୍ଦରରେ ପୁନର୍ବାର ଅବତରଣ କରିବାକୁ ପ୍ରସ୍ତୁତ ହୋଇଥିଲେ। ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ (ଏଟିସି) ବିମାନକୁ ବିମାନବନ୍ଦରକୁ ଫେରାଇ ଆଣିବା ସହିତ ଜରୁରୀକାଳୀନ ସେବାକୁ ସୂଚିତ କରିଥିଲା।

ଫ୍ଲାଇଟ୍ ଟେଡର ୨୪  ତଥ୍ୟ ଦର୍ଶାଉଛି ଯେ, ଡିଏଲ ୪୪୬  ପ୍ରଥମେ ପ୍ରଶାନ୍ତ ମହାସାଗର ଉପରେ ଉଡାଣ କରିଥିଲା ଏବଂ ତା’ପରେ ଡାଉନି ଏବଂ ପାରାମାଉଣ୍ଟ ଅଞ୍ଚଳ ଉପରେ ପୁଣି ଘୂରି ବୁଲିଥିଲା। ଯାହା ଫଳରେ କ୍ରୁକୁ ଯାଞ୍ଚ ତାଲିକା ପୂରଣ କରିବା ଏବଂ ସୁରକ୍ଷିତ ଅବତରଣ ପାଇଁ ପ୍ରସ୍ତୁତ ହେବା ପାଇଁ ସମୟ ମିଳିଥିଲା। ଏହି ସମୟ ମଧ୍ୟରେ, ବିମାନଟି ଏକ ନିୟନ୍ତ୍ରିତ ଉଚ୍ଚତା ଏବଂ ଗତି ବଜାୟ ରଖିଥିଲା।

ଅଧିକ ପଢ଼ନ୍ତୁ:ସରିଥିଲା ବାହାଘର, ଚତୁର୍ଥୀ ପୂର୍ବରୁ ନାବାଳିକା କନ୍ୟା ଉଦ୍ଧାର

USA | delta airlines 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe