Jaipur Truck Accident: ବ୍ରେକ୍ ଫେଲ୍ ହୋଇନଥିଲା, ଝଗଡ଼ା ପରେ ରାଗରେ ୫୦ଜଣଙ୍କ ଉପରେ ଗାଡ଼ି ଚଢ଼ାଇଥିଲା ଚାଳକ

Brake fail ହୋଇନଥିଲା। ଝଗଡ଼ା ପରେ ରାଗରେ ୫୦ଜଣଙ୍କ ଉପରେ ଗାଡ଼ି ଚଢ଼ାଇଥିଲା ଚାଳକ। ସୋମବାର ଦିନ ରାଜସ୍ଥାନର ଜୟପୁରରେ ଘଟିଥିବା ହୃଦୟଥରା ଦୁର୍ଘଟଣା ପଛର ଆଶ୍ଚର୍ଯ୍ୟ କଲା ଭଳି କାରଣ ଏବେ ସାମ୍ନାକୁ ଆସିଛି।

jaipur accident

Reason Behind Jaipur Accident Photograph: (sambad.in)

ଜୟପୁର: ବ୍ରେକ୍ ଫେଲ୍ ହୋଇନଥିଲା। ଝଗଡ଼ା ପରେ ରାଗରେ ୫୦ଜଣଙ୍କ ଉପରେ ଗାଡ଼ି ଚଢ଼ାଇଥିଲା ଚାଳକ।ସୋମବାର ଦିନ ରାଜସ୍ଥାନର ଜୟପୁରରେ ଘଟିଥିବା ହୃଦୟଥରା ଦୁର୍ଘଟଣା ପଛର ଆଶ୍ଚର୍ଯ୍ୟ କଲା ଭଳି କାରଣ ଏବେ ସାମ୍ନାକୁ ଆସିଛି। ପ୍ରଥମେ କୁହାଯାଉଥିଲା ଯେ, ଟ୍ରକ୍‌ର ବ୍ରେକ୍ ଫେଲ୍ ମାରିବାରୁ ଚାଳକ ନିୟନ୍ତ୍ରଣ ହରାଇ ଅନ୍ୟ ଗାଡ଼ିକୁ ଧକ୍କା ଦେଇଥିଲେ। ହେଲେ ଏବେ ଚାଳକ ଜାଣିଶୁଣି ଏଭଳି କରିଥିବା ସାମ୍ନାକୁ ଆସିଛି। ଦୁର୍ଘଟଣା ପୂର୍ବରୁ ଜଣେ କାର୍‌ ଚାଳକଙ୍କ ସହ ଝଗଡ଼ା ହୋଇଥିବା ବେଳେ ନିଶାଗ୍ରସ୍ତ ଥିବା ଚାଳକ ରାଗରେ ୫୦ଜଣଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିବା ଜଣାଯାଇଛି। ଏପର୍ଯ୍ୟନ୍ତ ଏହି ଦୁର୍ଘଟଣାରେ ୧୯ ଜଣଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି।

ଜାଣିଶୁଣି ଟ୍ରକ୍ ଚଢ଼ାଇଥିଲେ ଚାଳକ

ଚୌମୁ ଏସିପି ଉଷା ଯାଦବ କହିଛନ୍ତି ଯେ, ଦୁର୍ଘଟଣାର କିଛି ସମୟ ପୂର୍ବରୁ ଅଭିଯୁକ୍ତ ଟ୍ରକ୍‌ ଡ୍ରାଇଭର ଜଣେ କାର୍ ଡ୍ରାଇଭରଙ୍କ ସହ ମଧ୍ୟ ଯୁକ୍ତିତର୍କ କରିଥିଲେ। ସାମାନ୍ୟ ସ୍ପର୍ଶ ଯୋଗୁଁ କାର ଓ ଟ୍ରକ୍ ଚାଳକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ, କାର ଡ୍ରାଇଭର ତାଙ୍କ କାରରୁ ଓହ୍ଲାଇ ଡମ୍ପର ଡ୍ରାଇଭରଙ୍କୁ ଗାଳି ଦେଇଥିଲେ। ଏଥିରେ କ୍ରୋଧିତ ହୋଇ ଡମ୍ପର ଡ୍ରାଇଭର ପୁଣି ଥରେ ତାଙ୍କ କାରକୁ ଧୀରେ ଧୀରେ ଧକ୍କା ଦେବା ଆରମ୍ଭ କରିଥିଲେ। ଝଗଡ଼ା କରିବା ପରିବର୍ତ୍ତେ କାର ଡ୍ରାଇଭର ଉପସ୍ଥିତ ବୁଦ୍ଧି ଖଟାଇ କାରକୁ ରାସ୍ତା କଡ଼ରେ ରଖିଥିଲେ। ଏହା ପରେ ଡମ୍ପର ଡ୍ରାଇଭର ସେଠାରୁ ଚାଲି ଆସିଥିଲା। ସେଠାରୁ ଆସିବା ପରେ ନିଶାରେ ଥିବା ଟ୍ରକ୍ ଚାଳକ ଅନ୍ୟ ଗାଡ଼ିକୁ ଧକ୍କା ଦେବା ଆରମ୍ଭ କରିଥିଲା।

ଶରୀର ଖଣ୍ଡ ଖଣ୍ଡ ହୋଇଯାଇଥିବାରୁ ମୃତକଙ୍କ ପରିଚୟ ମିଳିପାରିନାହିଁ

ପ୍ରତ୍ୟକ୍ଷଦର୍ଶୀମାନେ କହିଥିଲେ ଯେ, ଲୁହା ବୋଝେଇ ଡମ୍ପର ଟ୍ରକଟି ଦ୍ରୁତଗତିରେ ଆସୁଥିଲା। ଡ୍ରାଇଭର ନିୟନ୍ତ୍ରଣ ହରାଇ ପ୍ରଥମେ ଏକ ସ୍ବିଫ୍ଟ କାରକୁ ଧକ୍କା ଦେଇଥିଲା। ଏଥିରେ ୫ ଜଣ ଲୋକ ବସିଥିଲେ। ଏହାପରେ ଡମ୍ପରଟି ଅନ୍ୟ ତିନିଟି ଗାଡ଼ି ଏବଂ ୧୫ରୁ ୨୦ ବାଇକ୍‌କୁ ଧକ୍କା ଦେଇଥିଲା। ରାସ୍ତାରେ ପ୍ରାୟ ୩୦୦ ମିଟର ପର୍ଯ୍ୟନ୍ତ ଡମ୍ପର ଟ୍ରକ ଅନ୍ୟ ଗାଡ଼ିଗୁଡ଼ିକୁ ଟାଣି ନେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କେତେକ ଲୋକଙ୍କ ଶରୀର ଖଣ୍ଡ ଖଣ୍ଡ ହୋଇଯାଇଛି। ଏଥିପାଇଁ ଅନେକ ମ‌ୃତକଙ୍କ ପରିଚୟ ମିଳି ପାରିନାହିଁ।  

ଆହୁରି ପଢ଼ନ୍ତୁ: Statement bjp jay dholkia naveen pattnaik ବାପା ରାଜେନ୍ଦ୍ର ଢୋଲକିଆ ଜୀବନ-ମୃତ୍ୟୁ ସହ ସଂଘର୍ଷ କରୁଥିବା ବେଳେ କୁଆଡ଼େ ଥିଲେ ନବୀନ ପଟ୍ଟନାୟକ ? ଜୟ ଢୋଲକିଆ

ଆହୁରି ପଢ଼ନ୍ତୁ: 2 Accused Detained Pitabas Murder: ବିଜେପି ନେତା ତଥା ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ: ଦୁଇ ଅଭିଯୁକ୍ତ ଅଟକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe