Pragya Thakur's Controversial Statement: ଅଣହିନ୍ଦୁଙ୍କ ଘରକୁ ଯିବାକୁ ଚାହୁଁଥିବା ଝିଅର ଗୋଡ଼ ଭାଙ୍ଗିଦିଅ: ପ୍ରଜ୍ଞା ଠାକୁର

ଅଣହିନ୍ଦୁଙ୍କ ଘରକୁ ଗଲେ ଝିଅର ଗୋଡ଼ ଭାଙ୍ଗିଦିଅ। ଏଭଳି କହି ବିବାଦରେ ଭୋପାଳର ପୂର୍ବତନ ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁର। ସେ ପୁଣିଥରେ ତାଙ୍କ ବୟାନ ପାଇଁ ଚର୍ଚ୍ଚାକୁ ଆସିଛନ୍ତି।

Pragya Thakur

Pragya Thakur's Controversial Statement On Non-Hindu Photograph: (sambad.in)

ଭୋପାଳ: ଅଣହିନ୍ଦୁଙ୍କ ଘରକୁ ଗଲେ ଝିଅର ଗୋଡ଼ ଭାଙ୍ଗିଦିଅ। ଏଭଳି କହି ବିବାଦରେ ଭୋପାଳର ପୂର୍ବତନ ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁର। ସେ ପୁଣିଥରେ ତାଙ୍କ ବୟାନ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ଏଥର ସେ ଝିଅମାନଙ୍କ ବିଷୟରେ ଏପରି ଏକ ବୟାନ ଦେଇଛନ୍ତି ଯାହା ସୋସିଆଲ ମିଡିଆରୁ ରାଜନୈତିକ ମହଲ ପର୍ଯ୍ୟନ୍ତ ହଇଚଇ ସୃଷ୍ଟି କରିଛି। ଏକ କାର୍ଯ୍ୟକ୍ରମରେ ସାଧ୍ୱୀ ପ୍ରଜ୍ଞା କହିଥିଲେ ଯେ, ଯଦି ଆପଣଙ୍କ ଝିଅ ଆପଣଙ୍କ କଥା ନମାନି ଜଣେ ଅଣହିନ୍ଦୁଙ୍କ ଘରକୁ ଯାଉଛନ୍ତି, ତେବେ ତାଙ୍କ ଗୋଡ ଭାଙ୍ଗିବାକୁ ମଧ୍ୟ ସଂକୋଚ କରନ୍ତୁ ନାହିଁ।

ଆହୁରି ପଢ଼ନ୍ତୁ: ପୁଅର ମୃତ୍ୟୁ ଖବର ସହିନପାରି ଚାଲିଗଲା ମା’ର ଜୀବନ, ଏକାଠି ଉଠିଲା କୋକେଇ

ପ୍ରଜ୍ଞା ଠାକୁର ଆହୁରି କହିଛନ୍ତି ଯେ, ଝିଅମାନଙ୍କୁ ଆରମ୍ଭରୁ ମୂଲ୍ୟବୋଧ ଶିକ୍ଷା ଦିଆଯିବା ଉଚିତ। କିନ୍ତୁ ଯଦି ସେମାନେ କଥା ନଶୁଣନ୍ତି, ତେବେ ପିତାମାତା ସେମାନଙ୍କୁ କଠୋର ଦଣ୍ଡ ଦେବା ଉଚିତ। ନିଜ ପିଲାମାନଙ୍କ ମଙ୍ଗଳ ପାଇଁ ସେମାନଙ୍କୁ ମାଡ଼ ମାରିବାକୁ ପଡ଼ିଲେ ବି ପଛଘୁଞ୍ଚା ଦିଅନ୍ତୁ ନାହିଁ।"

ଝିଅମାନଙ୍କ ଉପରେ ନଜର ରଖିବା ଉଚିତ୍

ତାଙ୍କ ଭାଷଣରେ ସେ କହିଥିଲେ ଯେ, ଯେତେବେଳେ ଗୋଟିଏ ଝିଅ ଜନ୍ମ ହୁଏ, ପିତାମାତା ତାକୁ ଲକ୍ଷ୍ମୀ ଏବଂ ସରସ୍ୱତୀଙ୍କ ରୂପ ବୋଲି ମାନିଥାନ୍ତି। କିନ୍ତୁ ଯେତେବେଳେ ସେହି ଝିଅ ବଡ଼ ହୋଇ ବିଧର୍ମୀ ହେବାକୁ ଚିନ୍ତା କରେ, ସେତେବେଳେ ତାକୁ ରୋକିବା ଆବଶ୍ୟକ। ଏପରି ଝିଅମାନଙ୍କ ଉପରେ ନଜର ରଖିବା ଉଚିତ୍। ଯଦି ସେମାନେ ପରମ୍ପରାକୁ ଅବମାନନା କରନ୍ତି ଏବଂ ଘରୁ ପଳାଇଯିବାକୁ ଚିନ୍ତା କରନ୍ତି, ତେବେ ସେମାନଙ୍କୁ ରୋକିବା ପାଇଁ ଆବଶ୍ୟକ ଥିବା ପଦକ୍ଷେପ ନିଅନ୍ତୁ।"

ଆହୁରି ପଢ଼ନ୍ତୁ: "NO KING" ପ୍ରତିବାଦ ମଧ୍ୟରେ ମୁକୁଟ ପିନ୍ଧା AI ଭିଡିଓ ସେୟାର କଲେ ଟ୍ରମ୍ପ

pragya-thakur

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe