ପାଲେକେଲ୍‌: ଅଧିନାୟକହ୍ୟାରି ବ୍ରୁକ୍‌ଙ୍କ ଶତକ ବଳରେ ପାକିସ୍ତାନକୁ ହରାଇ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ସେମିରେ ପ୍ରବେଶ କରିଛି ଇଂଲଣ୍ଡ। ଏହି ଶତକୀୟ ପାଳି ସହ ଇତିହାସ ସୃଷ୍ଟି କରିଛନ୍ତି ବ୍ରୁକ୍‌। ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଇତିହାସରେ ଶତକ ଅର୍ଜନ କରିବାରେ ପ୍ରଥମ ଅଧିନାୟକ ହୋଇଛନ୍ତି। ପାକିସ୍ତାନ ବିପକ୍ଷରେ ୟର୍କସାୟାରର ଏହି ୨୬ ବର୍ଷୀୟ ବ୍ୟାଟର୍‌ ମାତ୍ର ୫୦ଟି ବଲ୍‌ରେ ୧୦୦ ରନ୍‌ କରିଥିଲେ। ଶାହିନ୍‌ ଆଫ୍ରିଦିଙ୍କୁ ଏକ ଚୌକା ଲଗାଇ ସେ ନିଜର ଶତକ ପୂରଣ କରିଥିଲେ।

Advertisment

ଅଧିନାୟକ ରୋହିତ ଶର୍ମା ଅଷ୍ଟ୍ରେଲିଆ ବିପକ୍ଷରେ ୯୨ ରନ୍‌ କରିଥିଲେ

ଏହା ପୂର୍ବରୁ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଜଣେ ଅଧିନାୟକଙ୍କ ସର୍ବାଧିକ ସ୍କୋର୍‌ ଥିଲା ୯୮ ରନ୍‌। ୨୦୧୦ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଓ୍ବେଷ୍ଟ ଇଣ୍ଡିଜ୍‌ ଅଧିନାୟକ କ୍ରିସ୍‌ ଗେଲ୍‌ ଭାରତ ବିପକ୍ଷରେ ମାତ୍ର ୬୬ଟି ବଲ୍‌ରୁ ୯୮ ରନ୍‌ କରିଥିଲେ। ସେହିପରି ୨୦୨୪ ଟ୍ବେଣ୍ଟି-୨୦ବିଶ୍ବକପ୍‌ରେ ଭାରତର ଅଧିନାୟକ ରୋହିତ ଶର୍ମା ଅଷ୍ଟ୍ରେଲିଆ ବିପକ୍ଷରେ ମାତ୍ର ୪୧ଟି ବଲ୍‌ରେ ୯୨ ରନ୍‌ କରିଥିଲେ।

Maoists: ଆମେ ଆତ୍ମସମର୍ପଣ କରିବାକୁ ଚାହୁଁଛୁ, ରେଡିଓରେ ନିଜ ବାର୍ତ୍ତା ରଖନ୍ତୁ