Saudi Arabia Bus Accident: ଟ୍ୟାଙ୍କର ସହିତ ଧକ୍କା ହେଲା ମକ୍କାରୁ ମଦିନା ଯାଉଥିବା ବସ୍, ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

Saudi Arabiaର ମଦିନା ନିକଟରେ ଉମରା ଯାତ୍ରୀଙ୍କୁ ନେଇଯାଉଥିବା ଏକ ବସ୍ ଡିଜେଲ ଟ୍ୟାଙ୍କର ସହ ଧକ୍କା ହେବାରୁ ଭୟାବହ ଆଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ପ୍ରାୟ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ ହୋଇ ମୃତ୍ୟୁବରଣ କରିଛନ୍ତି।

bus fire

Saudi Arabia Bus Accident Photograph: (sambad.in)

ନୂଆଦିଲ୍ଲୀ: ସାଉଦି ଆରବର ମଦିନା ନିକଟରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଉମରା କରିବାକୁ ଯାଉଥିବା ଅନେକ ଭାରତୀୟ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଛନ୍ତି। ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ବସ୍ ଏକ ଡିଜେଲ ଟ୍ୟାଙ୍କର ସହିତ ଧକ୍କା ଖାଇବା ଫଳରେ ବସଟି ଜଳିଯାଇଥିଲା, ଯାହା ଫଳରେ ପ୍ରାୟ ୪୨ଜଣ ଭାରତୀୟ ଜୀବନ୍ତ ଦଗ୍ଧ ହୋଇଥିବା ଜଣାଯାଇଛି। ସୋମବାର ସକାଳେ ମୁଫାରିହାତ ଅଞ୍ଚଳ ନିକଟରେ ଏହି ଦୁର୍ଘଟଣା ଘଟିଥିଲା।

ସୂଚନା ମିଳିଛି ଯେ, ବସ୍‌ଟି ମକ୍କାରୁ ମଦିନା ଯାଉଥିବା ବେଳେ ଏହି ଦୁଃଖଦ ଦୁର୍ଘଟଣା ଘଟିଥିଲା। ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ ମହିଳା ଏବଂ ଶିଶୁ ସମେତ ଅନ୍ୟୂନ ୪୨ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ଯାତ୍ରୀ ତେଲେଙ୍ଗାନା ଏବଂ ହାଇଦ୍ରାବାଦର ଥିବା କୁହାଯାଉଛି। ଦୁର୍ଘଟଣା ସମୟରେ ବସ୍‌ରେ ଅନେକ ଯାତ୍ରୀ ଶୋଇଥିଲେ। ଏହି କାରଣରୁ ଯାତ୍ରୀ ବାହାରକୁ ନଆସିପାରିବାରୁ ଜୀବନ୍ତ ଦଗ୍ଧ ହୋଇଯାଇଥିବା କୁହାଯାଉଛି।

ଦୁର୍ଘଟଣା ପରେ ଜାରି ହେଲା ହେଲ୍ପଲାଇନ୍ ନମ୍ବର

ବସ୍ ଦୁର୍ଘଟଣାକୁ ଦୃଷ୍ଟିରେ ରଖି, ଜେଦ୍ଦାହରେ ଥିବା ଭାରତୀୟ ଦୂତାବାସ ଏକ 24x7 ନିୟନ୍ତ୍ରଣ କକ୍ଷ ପ୍ରତିଷ୍ଠା କରିଛି। ପ୍ରାସଙ୍ଗିକ ସୂଚନା ପାଇଁ ପରିବାର ସଦସ୍ୟମାନେ ଟୋଲ୍-ଫ୍ରି ନମ୍ବର 8002440003ରେ ଯୋଗାଯୋଗ କରିପାରିବେ।

ଶୋକପ୍ରକାଶ କଲେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର

ସାଉଦି ଆରବରେ ହୋଇଥିବା ବସ୍ ଦୁର୍ଘଟଣାକୁ ନେଇ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କର ଟ୍ୱିଟ୍ କରି ଲେଖିଛନ୍ତି, "ମଦିନାରେ ଭାରତୀୟ ନାଗରିକଙ୍କ ସହ ଘଟିଥିବା ଦୁଃଖଦ ଘଟଣା ପାଇଁ ମୁଁ ଗଭୀର ଦୁଃଖିତ। ରିୟାଦରେ ଥିବା ଭାରତୀୟ ଦୂତାବାସ ଏବଂ ଜେଦ୍ଦାହରେ ଥିବା ଦୂତାବାସ ଏହି ଦୁର୍ଘଟଣାରେ ପ୍ରଭାବିତ ଭାରତୀୟ ଏବଂ ସେମାନଙ୍କ ପରିବାରକୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେଉଛନ୍ତି। ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା। ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ମୁଁ ପ୍ରାର୍ଥନା କରୁଛି।"

ଆହୁରି ପଢ଼ନ୍ତୁ: Swearing Ceremony: ବିହାରରେ ନଭେମ୍ବର ୨୦ରେ ହେବ ଶପଥ ଗ୍ରହଣ, ଗାନ୍ଧୀ ମଇଦାନରେ ହେବ ସମସ୍ତ ବ୍ୟବସ୍ଥା

ଆହୁରି ପଢ଼ନ୍ତୁ: Judgement on Sheikh Hasina: ନିରସ୍ତ୍ର ଛାତ୍ରଙ୍କ ଉପରେ ଗୁଳି ଚଳାଇବା ଆଦେଶ ପାଇଁ ଆଜି ଶେଖ୍ ହସିନାଙ୍କୁ ମିଳିବ ଦଣ୍ଡ, ଢ଼ାକାରେ ହାଇଆଲର୍ଟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe