ନଗଦ ମନା! ପେଟ୍ରୋଲ ପମ୍ପରୁ ଏଲପିଜି ଗ୍ୟାସ ପର୍ଯ୍ୟନ୍ତ ଅନଲାଇନ୍ ପେମେଣ୍ଟ ହେବ, ପୁଲିସ ବିଭାଗର ବଡ଼ ଘୋଷଣା

ମଧ୍ୟପ୍ରଦେଶ ପୁଲିସ ନଗଦ କାରବାର ଉପରେ ପ୍ରତିବନ୍ଧକ ଲଗାଇଛି। ପୁଲିସ ପକ୍ଷରୁ ଡିଜିଟାଲ କାରବାରକୁ ପ୍ରୋତ୍ସାହିତ କରିବା ପାଇଁ ଏକ ବଡ ପଦକ୍ଷେପ ଗ୍ରହଣ କରାଯାଇଛି। ନୂତନ ବର୍ଷର ଆରମ୍ଭ ସହିତ ରାଜ୍ୟରେ ନଗଦ କାରବାରକୁ ନେଇ ବଡ ପରିବର୍ତ୍ତନ ହେବାକୁ ଯାଉଛି...

WhatsApp Image 2024-11-02 at 6.13.13 PM

ଭୋପାଳ: ସମ୍ପ୍ରତି ଅଧିକାଂଶ ଲୋକ ଦୈନନ୍ଦିନ ଜିନିଷ ପାଇଁ ନଗଦ ବ୍ୟବହାର କରନ୍ତି। ତେବେ ଆସନ୍ତା ବର୍ଷ ଆରମ୍ଭରୁ ମଧ୍ୟପ୍ରଦେଶରେ ଏହି ନିୟମ ପରିବର୍ତ୍ତନ ହେବାକୁ ଯାଉଛି। ରାଜ୍ୟ ପୁଲିସ ଏକ ନୂଆ ଆଦେଶ ଦେଇଛି। ଏହା ଅନୁଯାୟୀ ପେଟ୍ରୋଲ ପମ୍ପରୁ ଏଲପିଜି ଗ୍ୟାସ ସିଲିଣ୍ଡର କିଣିବା ଏବଂ ପୁଲିସ କ୍ୟାଣ୍ଟିନରେ ନଗଦ କାରବାର ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ।

ସୂତ୍ରରୁ ପ୍ରକାଶ ଯେ ପେଟ୍ରୋଲ ପମ୍ପ, ଗ୍ୟାସ ରିଫିଲିଂ ଷ୍ଟେସନ, ସୁପର ମାର୍କେଟ ଭଳି ସ୍ଥାନରେ ନଗଦ କାରବାର ବନ୍ଦ କରିବାକୁ ମଧ୍ୟପ୍ରଦେଶ ପୁଲିସ ଘୋଷଣା କରିଛି। ଏହି ନୂତନ ନିୟମ ୧ ଜାନୁଆରୀ ୨୦୨୫ରୁ ସମଗ୍ର ରାଜ୍ୟରେ କାର୍ଯ୍ୟକାରୀ ହେବ। ଜାଲିଆତି ଏବଂ ଘୋଟାଲାକୁ ନିୟନ୍ତ୍ରଣରେ ରଖିବାକୁ ରାଜ୍ୟ ପୁଲିସ ଏହି ନିଷ୍ପତ୍ତି ନେଇଛି।

ଭୋପାଳ ପୁଲିସ ମୁଖ୍ୟାଳୟ ନଗଦ ଉପରେ ନିଷେଧାଦେଶ ଜାରି କରିଛି। ତେବେ ଏହି ନିୟମ କେବଳ ପୁଲିସର ଅଣ-ସରକାରୀ ଅନୁଷ୍ଠାନ ପାଇଁ ପ୍ରଯୁଜ୍ୟ ହେବ। ଏହାର ଅର୍ଥ ଏହି ପରିବର୍ତ୍ତନ ସାଧାରଣ ଲୋକଙ୍କୁ ପ୍ରଭାବିତ କରିବ ନାହିଁ। ତେବେ ପୁଲିସ କର୍ମଚାରୀଙ୍କୁ ଏହାକୁ କଡାକଡି ପାଳନ କରିବାକୁ ପଡିବ।

ସୂଚନାନୁସାରେ, ପୁଲିସ ମୁଖ୍ୟାଳୟ ଅର୍ଥ ହଡପ ପରେ ଏହି ନିଷ୍ପତ୍ତି ନେଇଛି। ୧ ଜାନୁୟାରୀ ୨୦୨୫ରୁ ସମସ୍ତ ପୁଲିସ କଲ୍ୟାଣ ପେଟ୍ରୋଲ ପମ୍ପ, ଏଲପିଜି ଗ୍ୟାସ, ପୁଲିସ ଗ୍ୟାସ ରିଫିଲିଂ ସେଣ୍ଟର, ସୁପର ମାର୍କେଟ ଏବଂ ମଧ୍ୟପ୍ରଦେଶରେ ପୁଲିସ ପରିସରର ସ୍ୱଚ୍ଛତା ବ୍ୟବସ୍ଥାରେ ନଗଦ କାରବାର ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ।

ଅଧିକ ପଢ଼ନ୍ତୁ:

ପୁଣି ମହଙ୍ଗା ମାଡ଼: ବଢ଼ିଲା ପେଟ୍ରୋଲ-ଡିଜେଲ ଦର

ଏହି ସୁବିଧା ପାଇବାକୁ ପୁଲିସ କର୍ମଚାରୀଙ୍କୁ ଅନଲାଇନ୍ ପେମେଣ୍ଟ କରିବାକୁ ପଡିବ। ଏହା ଘୋଟାଲାର ସମ୍ଭାବନାକୁ ଦୂର କରିବ । ଏଥିସହ ପୁଲିସ ବିଭାଗରେ ସ୍ୱଚ୍ଛତା ବଜାୟ ରହିବ। ଏହି ନିୟମଗୁଡିକ କାର୍ଯ୍ୟକଳାପ ପାଇଁ ପ୍ରଯୁଜ୍ୟ ହେବ ଯାହାର କାରବାର ୬ ଲକ୍ଷରୁ ଅଧିକ ରହିଥିବ।

ପୁଲିସ ମୁଖ୍ୟାଳୟ କହିଛି ଯେ ରାଜ୍ୟରେ ଘୋଟାଲା ଏବଂ ଅର୍ଥ ହଡପକୁ ରୋକିବା ପାଇଁ ନଗଦବିହୀନ କାରବାର ଜାରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିୟମ ପଞ୍ଚମଢ଼ି ବ୍ୟତୀତ ସମଗ୍ର ରାଜ୍ୟରେ କାର୍ଯ୍ୟକାରୀ ହେବ। ତେବେ ପଞ୍ଚମଢ଼ିରେ ନଗଦ କାରବାର ଜାରି ରହିବ।

ଅଧିକ ପଢ଼ନ୍ତୁ:

ଆତଙ୍କବାଦୀ ଆକ୍ରମଣ ପଛରେ ଗୁପ୍ତଚର ଏଜେନ୍ସି: ଫାରୁକ୍ ଅବଦୁଲ୍ଲା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe