ସିବିଆଇ ପିଞ୍ଜରାର ଶୁଆ ନ ହେଉ: ସୁପ୍ରିମକୋର୍ଟଙ୍କ କଡ଼ା ଚେତାବନୀ

ଅଗଷ୍ଟ ୧୩ ଶୁକ୍ରବାର ଦିନ ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଜାମିନ ଉପରେ ଫଇସଲା ଶୁଣାଇବା ସମୟରେ ସୁପ୍ରିମକୋର୍ଟର ବିଚାରପତି ଉଜ୍ଜ୍ୱଲ ଭୁୟାଁ ସିବିଆଇକୁ ନେଇ କଡ଼ା ଟିପ୍ପଣୀ ଦେଇଛନ୍ତି...

parrot of cage

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଶୁକ୍ରବାର ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କରିଛନ୍ତି। ସେ ଦିଲ୍ଲୀର ମଦ ନୀତି ମାମଲାରେ ମାର୍ଚ୍ଚ ୨୧ ପୂର୍ବରୁ ଇଡି ଏବଂ ପରେ ସିବିଆଇର ହେପାଜତରେ ଥିଲେ। ଜୁଲାଇ ୧୨ରେ, କୋର୍ଟ ତାଙ୍କୁ ଇଡି ମାମଲାରେ ଜାମିନ ପ୍ରଦାନ କରିଥିଲେ। ଏବେ ସିବିଆଇ ମାମଲାରେ ସୁପ୍ରିମକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। 

ଅରବିନ୍ଦ କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କରୁଥିବାବେଳେ ସୁପ୍ରିମକୋର୍ଟର ବିଚାରପତି ଉଜ୍ଜ୍ୱଳ ଭୁୟାଁ କହିଛନ୍ତି ଯେ କେଜ୍ରିୱାଲ ଇଡି ମାମଲାରେ ଜାମିନ ପାଇବା ପରେ ବାଧା ସୃଷ୍ଟି କରିବା ପାଇଁ ସିବିଆଇ ପକ୍ଷରୁ ଗିରଫ କରାଯାଇଛି। ତାଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଜେଲରେ ରଖିବା ଠିକ୍‌‌ ହେବ ନାହିଁ। ବିଚାରପତି ଉଜ୍ଜ୍ୱଳ ଭୁୟା ତାଙ୍କ ରାୟର ଲେଖିଛନ୍ତି ଯେ ସିବିଆଇ ଏପରି ଭାବରେ କାର୍ଯ୍ୟ କରିବା ଉଚିତ୍‌‌ ଯାହାଦ୍ୱାରା ଏହାର ସ୍ଥିତି ପୁନର୍ବାର ଏକ ପିଞ୍ଜରାର ଶୁଆ ଭଳି ହେବ ନାହିଁ।

ତେବେ ଜାମିନ ପ୍ରଦାନ ବେଳେ ସୁପ୍ରିମକୋର୍ଟ ମଧ୍ୟ କିଛି ସର୍ତ୍ତ ରଖିଛନ୍ତି। ଜାମିନ ପାଇଁ କେଜ୍ରିୱାଲଙ୍କ ପାଇଁ ଏହା ପ୍ରଯୁଜ୍ୟ ହେବ। ଯାହା ଜାମିନ ପ୍ରଦାନ ବେଳେ ଇଡି ଲାଗୁ କରିଥିଲେ। ଜେଲରୁ ବାହାରିବା ପରେ କେଜ୍ରିୱାଲ ଦସ୍ତଖତ କରିପାରିବେ ନାହିଁ। ଏହା ସହିତ ସେ ଅଫସକୁ ମଧ୍ୟ ଯାଇପାରିବେ ନାହିଁ। ସେ ଏହି ପ୍ରସଙ୍ଗରେ କୌଣସି ମନ୍ତବ୍ୟ ଦେବାକୁ ସମର୍ଥ ହେବେ ନାହିଁ।

ଅଧିକ ପଢ଼଼ନ୍ତୁ:କେଜ୍ରିୱାଲ୍ ଜାମିନ୍‌ ପାଇବା ପରେ ଏମିତି ପ୍ରତିକ୍ରିୟା ଦେଲେ ସିସୋଦିଆ

 ଜାମିନର ସର୍ତ୍ତ:

୧.କେଜ୍ରିୱାଲ କୌଣସି ସରକାରୀ ଫାଇଲରେ ଦସ୍ତଖତ କରିବାକୁ ସମର୍ଥ ହେବେ ନାହିଁ

୨. କୋର୍ଟଙ୍କ ରାୟ ଉପରେ କୌଣସି ମନ୍ତବ୍ୟ ଦେବେ ନାହିଁ 

୩. କୌଣସି ସାକ୍ଷୀଙ୍କୁ ଭେଟିବ ନାହିଁ

୪. ମାମଲା ସମ୍ବନ୍ଧୀୟ ଅଫିସିଆଲ ଫାଇଲ ଆକସେସ କରିବାକୁ ସମର୍ଥ ହେବେ ନାହିଁ

୫. ଯଦି ଆବଶ୍ୟକ ହୁଏ, ଟ୍ରାଏଲ କୋର୍ଟରେ ହାଜର ହେବେ ଏବଂ ତଦନ୍ତରେ ସହଯୋଗ କରିବେ

ଅଧିକ ପଢ଼଼ନ୍ତୁ:ଗ୍ରେଟର୍‌ କୈଳାସ ଅଞ୍ଚଳରେ ଜିମ୍‌ ବାହାରେ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe