ମାର୍ଚ୍ଚ ୨୦୨୭ରୁ ଜନଗଣନା: ଦୁଇଟି ପର୍ଯ୍ୟାୟରେ ଶେଷ କରିବାକୁ ପ୍ରସ୍ତୁତି

ଦେଶରେ ଜନଗଣନା ମାର୍ଚ୍ଚ ୨୦୨୭ରୁ ଆରମ୍ଭ ‌ହେବ। ଏନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସରକାର ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଦୁଇଟି ପର୍ଯ୍ୟାୟରେ ଶେଷ କରିବାକୁ ଯୋଜନା କରାଯାଉଛି...

ଅଦ୍ୟତନ ହୋଇଛି
census may begin in March 2027: Preparations to complete in two phases

census may begin in March 2027: Preparations to complete in two phases Photograph: (sambad.in)

ନୂଆଦିଲ୍ଲୀ: ଦେଶରେ ୧ ମାର୍ଚ୍ଚ ୨୦୨୭ରୁ ଜାତି ଜନଗଣନା କରାଯିବ। ଏନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।  ସରକାର ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଦୁଇଟି ପର୍ଯ୍ୟାୟରେ ଶେଷ କରିବାକୁ ଯୋଜନା କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ଏହି ଦିଗରେ ପଦକ୍ଷେପ ନେଇଛନ୍ତି।

ସୂଚନା ଅନୁଯାୟୀ, ସମଗ୍ର ଦେଶରେ ଜାତିଗତ ଜନଗଣନା ଆରମ୍ଭ ହେବା ପୂର୍ବରୁ, ଅକ୍ଟୋବର ୨୦୨୬ରୁ ଜମ୍ମୁ ଏବଂ କଶ୍ମୀର, ଲଦାଖ, ଉତ୍ତରାଖଣ୍ଡ ଭଳି ପାହାଡ଼ିଆ ଅଞ୍ଚଳରେ ଜନଗଣନା ଆରମ୍ଭ ହେବ। 

କେନ୍ଦ୍ରର ମୋଦୀ ସରକାର ଏପ୍ରିଲରେ ଜାତି ଜନଗଣନା କରାଯିବ ବୋଲି ଘୋଷଣା କରି ବିରୋଧୀ ଏବଂ ରାଜନୈତିକ ବିଶେଷଜ୍ଞମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ।

ଏହି ଜନଗଣନା ଦୁଇଟି ପର୍ଯ୍ୟାୟରେ କରାଯିବ ଏବଂ ଏଥିରେ ସାରା ଦେଶର ପୁରୁଷ ଏବଂ ମହିଳାମାନଙ୍କୁ ପଚରାଯିବା ପାଇଁ ପ୍ରଶ୍ନର ଏକ ଲମ୍ବା ତାଲିକା ରହିବ। ଏଥିରେ ଜାତି ଏବଂ ଉପଜାତି ସହିତ ଜଡିତ ପ୍ରଶ୍ନ ମଧ୍ୟ ରହିବ।

ଏପ୍ରିଲ ୩୦ରେ ସରକାର ନିଶ୍ଚିତ କରିଥିଲେ ଯେ, ଜାତି ସହିତ ଜଡିତ ପ୍ରଶ୍ନ, ଅର୍ଥାତ୍ ବିଭିନ୍ନ ଜାତି ଏବଂ ଉପଜାତିର ଗଣନା ଏବଂ ପ୍ରତ୍ୟେକଟିରେ ଲୋକଙ୍କ ସଂଖ୍ୟା ପରବର୍ତ୍ତୀ ଜନଗଣନାର ଅଂଶ ହେବ।


  
ଶେଷ ଜାତୀୟ ଜନଗଣନା ୨୦୧୧ ରେ କରାଯାଇଥିଲା। କରୋନା ମହାମାରୀ ଯୋଗୁ ୨୦୨୧ ଜନଗଣନାକୁ ସ୍ଥଗିତ ରଖିବାକୁ ପଡିଥିଲା। ଫଳରେ ୧୬ ବର୍ଷ ପରେ ୨୦୨୭ରେ ଜନଗଣନା ହେବ। 

କେନ୍ଦ୍ର କ୍ୟାବିନେଟ ବୈଠକରେ ଜାତି ଜନଗଣନାକୁ ଅନୁମୋଦନ କରାଯାଇଥିଲା। ବିଜେପି ଅଭିଯୋଗ କରିଥିଲା ​​ଯେ, କଂଗ୍ରେସ ସରକାର ଜାତି ଜନଗଣନାକୁ ବିରୋଧ କରୁଛି।

ଅଧିକ ପଢ଼ନ୍ତୁ: ଆରସିବିର ବିଜୟ ଶୋଭାଯାତ୍ରା ଫିକା ପଡ଼ିଲା: ଦଳାଚକଟାରେ ୭ ମୃତ, ୨୦ରୁ ଅଧିକ ଆହତ

ସୂଚନାଯୋଗ୍ୟ, ୧୯୪୭ ପରଠାରୁ କୌଣସି ଜାତି ଜନଗଣନା ହୋଇନାହିଁ। ଜାତି ଜନଗଣନା ବଦଳରେ, କଂଗ୍ରେସ ଜାତି ସର୍ଭେ କରିଥିଲା, ୟୁପିଏ ସରକାରଙ୍କର ଅନେକ ରାଜ୍ୟରେ ରାଜନୈତିକ ଦୃଷ୍ଟିକୋଣରୁ ଜାତି ସର୍ଭେ କରାଯାଇଛି। ଭାରତରେ ଶେଷ ଜନଗଣନା ୨୦୧୧ରେ କରାଯାଇଥିଲା ଏବଂ ଦେଶରେ ଶେଷ ସମ୍ପୂର୍ଣ୍ଣ ଜାତି-ଭିତ୍ତିକ ଜନଗଣନା ୧୯୩୧ରେ ବ୍ରିଟିଶ ଶାସନ ସମୟରେ କରାଯାଇଥିଲା।

ଅଧିକ ପଢ଼ନ୍ତୁ: ମୁସଲିମ୍ ପିତା -ହିନ୍ଦୁ ମାତାଙ୍କ ଠାରୁ ଜନ୍ମିତ ପିଲା ବଡ଼ ହୋଇ ଇସଲାମରେ ବିଶ୍ୱାସ ନଥିବା କହିଲେ: କୋର୍ଟ ଦେଲେ ଏଭଳି ରାୟ...

caste-census | march-2027 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe