ନୂଆଦିଲ୍ଲୀ: ଘରେ ଭିନ୍ନଭିନ୍ନ ପ୍ରଜାତିର କୁକୁର ପାଳିଆ ଅନେକ ଲୋକଙ୍କ ସଉକ ରହିଥାଏ।  ଯଦି ଆପଣ ବି ଜଣେ ଜଣେ କୁକୁର ପ୍ରେମୀ ତେବେ ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା। 

Advertisment

ଚଣ୍ଡିଗଡ଼ ପ୍ରଶାସନ ସହରରେ ପୋଷା ଏବଂ ଗୋଷ୍ଠୀ କୁକୁରମାନଙ୍କୁ ନେଇ ଏକ ନୂତନ ନିୟମ ଲାଗୁ କରିଛି। 
ଏହି ନିୟମ ଅନୁଯାୟୀ, ଯଦି କୌଣସି ପଞ୍ଜିକୃତ କୁକୁର ଖୋଲାରେ ମଳତ୍ୟାଗ କରନ୍ତି, ତେବେ ଉକ୍ତ କୁକୁରର ମାଲିକଙ୍କୁ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ।

ଅଧିକପଢ଼ନ୍ତୁ:ରାସ୍ତାରେ ଅଳିଆ ଫିଙ୍ଗିଲେ ୨୦୦୦ଟଙ୍କା ପର୍ଯ୍ୟନ୍ତ ଲାଗୁ ହେବ ଜରିମାନା

ପାଳିପାରିବେ ନାହିଁ ଏହି ୭ଟି ପ୍ରଜାତିର କୁକୁର

ଏଥିସହିତ ମ୍ୟୁନିସିପାଲ କର୍ପୋରେସନ କିଛି ହିଂସ୍ର ପ୍ରଜାତି ଯେମିତି କି ଆମେରିକୀୟ ବୁଲ୍ ଡଗ୍, ପିଟବୁଲ୍ , ପିଟବୁଲ୍ ଟେରିଅର୍, ବୁଲ ଟେରିଅର୍ ଏବଂ ଡୋଗୋ ଆର୍ଜେଣ୍ଟିନୋକୁ ଘରେ ରଖିବା ପାଇଁ ସମ୍ପୂର୍ଣ୍ଣ ଭାବେ ନିଷେଧ କରାଯାଇଛି। 
ଏଠାରେ ଆପଣମାନେ ପ୍ରଶ୍ନ କରି ପାରନ୍ତି ଯେଉଁମାନେ ପୂର୍ବରୁ ଏହି ପ୍ରଜାତିର କୁକୁରମାନଙ୍କୁ ଘରେ ରଖିଛନ୍ତି ସେମାନେ କ’ଣ କରିବେ? ନିୟମ ଅନୁଯାୟୀ  ଯେଉଁମାନେ ଉପରୋକ୍ତ ପ୍ରଜାତିର କୁକୁରଙ୍କୁ ଘରେ ରଖିଛନ୍ତି ସେମାନଙ୍କୁ ୪୫ ଦିନ ମଧ୍ୟରେ ପଞ୍ଜୀକରଣ କରିବାକୁ ପଡ଼ିବ।  ଏହି ପ୍ରଜାତିକୁ ଏଣିକି କେହି ନୂତନ ଭାବେ କ୍ରୟ କରି ପାରିବେ ନାହିଁ।

‌ପଞ୍ଜୀକରଣ ଫି ୫୦୦ଟଙ୍କା ରଖାଯାଇଛି। ଏଥିସହିତ ପ୍ରତି ପାଞ୍ଚ ବର୍ଷରେ ଥରେ ୫୦ ଟଙ୍କା ଦେୟ ଦେଇ ପଞ୍ଜୀକରଣର ନବୀକରଣ କରିବା ବାଧ୍ୟତାମୂଳକ ରହିଛି। ପଞ୍ଜୀକରଣ ବିନା ମିଳୁଥିବା କୁକୁରଗୁଡ଼ିକୁ ମ୍ୟୁନିସିପାଲ୍ କର୍ପୋରେସନ୍ ଜବତ କରିପାରିବ।

୫ଟି ମହଲା ଥିବା ଘରେ କେବଳ ଗୋଟିଏ କୁକୁର ରହିବ

୫ଟି ମହଲା ଥିବା ଘରେ କେବଳ ଗୋଟିଏ କୁକୁର ରହିବ। ଏହି କ୍ରମରେ ତିନୋଟି ପରିବାର ଯଦି ଗୋଟିଏ ଘରର ତିନି ମହଲାରେ ରହୁଛନ୍ତି ତେବେ ପ୍ରତ୍ୟେକ ପରିବାର ଗୋଟିଏ କୁକୁର ରଖିପାରିବେ।  ଏଥିପାଇଁ ପୃଥକ ଭାବରେ ପଞ୍ଜୀକରଣ କରିବାକୁ ପଡ଼ିବ। ଯେଉଁମାନେ ଏହି ନିୟମରେ ଅବହେଳା କରିବେ ସେମାନଙ୍କ ବିରୋଧରେ ଜରିମାନା ଲାଗୁ ହେବ।ଏହି ପଦକ୍ଷେପ ସହରରେ ପୋଷା ପ୍ରାଣୀଙ୍କ ସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ଲକ୍ଷ୍ୟ ରଖି ନିଆଯାଇଥିବା କୁହାଯାଉଛି।

ଅଧିକପଢ଼ନ୍ତୁ:ବିଶ୍ୱକପ୍ ମ୍ୟାଚକୁ ନେଇ ଭାବବିହ୍ବୋଳ ହେଲେ ଅଧିନାୟିକା