ବେଙ୍ଗାଲୁରୁ: ବାରମ୍ବାର ସତର୍କ କରିବା ସତ୍ତ୍ବେ ରାସ୍ତାରେ ଅଳିଆ ଫିଙ୍ଗୁଥିବା ଲୋକଙ୍କୁ ସଚେତନ କରିବା ସହିତ କଡ଼ା ନିୟମ ଲାଗୁ କରିଛି ଗ୍ରେଟର ବେଙ୍ଗାଲୁରୁ ପ୍ରାଧିକରଣ। ଏଣିକି ଯେଉଁମାନେ ରାସ୍ତାରେ ନିଜ ଘରର ଅଳିଆ ଫିଙ୍ଗିବେ ସେମାନଙ୍କ ଘରକୁ ଉକ୍ତ ଅଳିଆକୁ ଉପହାର ସ୍ବରୂପ ଭାବେ ପଠାଇ ଦିଆଯିବା ସହିତ ୨୦୦୦ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗୁ କରାଯିବ। ତେଣୁ ଏଥିପ୍ରତି ସତର୍କ ରହିବାକୁ ପଡ଼ିବ।

Advertisment

ରାସ୍ତାରେ ଅଳିଆ ଫିଙ୍ଗିଲେ ୨୦୦୦ଟଙ୍କା ଜରିମାନା

ଅଧିକପଢ଼ନ୍ତୁ: ବିଶ୍ୱକପ୍ ମ୍ୟାଚକୁ ନେଇ ଭାବବିହ୍ବୋଳ ହେଲେ ଅଧିନାୟିକା

ବେଙ୍ଗାଲୁରୁ ସଲିଡ୍ ୱେଷ୍ଟ ମ୍ୟାନେଜମେଣ୍ଟ ଲିମିଟେଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କାରିଗୌଡାଙ୍କ କହିବାନୁସାରେ, , "ବେଙ୍ଗାଲୁରୁରେ ଆମର ପ୍ରାୟ ୫୦୦୦ଟି ଗାଡ଼ି ପ୍ରତିଦିନ ଘରକୁ ଘର ଯାଇ ଶୁଖିଲା ଏବଂ ଓଦା ଅଳିଆ ସଂଗ୍ରହ କରିଥାଆନ୍ତି। ଏହା ସତ୍ତ୍ୱେ ବି ସାମଜରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଅଳିଆ ଗାଡ଼ି ଆସିବା ସମୟରେ ଘରୁ ବାରହାରିବେ ନାହିଁ ବରଂ ପରବର୍ତ୍ତୀ ସମୟରେ ସେମାନେ ଉକ୍ତ ଅଳିଆକୁ ରାସ୍ତା ଉପରେ ଫିଙ୍ଗି ଦେଇ ଘର ମୁହାଁ ହୋଇଯିବେ।

ରାସ୍ତାରେ ଅଳିଆ ଫିଙ୍ଗନ୍ତୁ ନାହିଁ ସହରର ସଫାସୁତୁରାକୁ ବଜାୟ ରଖିନ୍ତୁ

ଏଭଳି କିଛି ଲୋକଙ୍କ ନିରୀକ୍ଷଣ ପାଇଁ ଆମେ  ସିସିଟିଭି କ୍ୟାମେରା  ସ୍ଥାପନ କରିଛୁ।  ଏହି କ୍ୟାମେରା ରାସ୍ତାରେ ଅଳିଆ ଫିଙ୍ଗୁଥିବା ଲୋକଙ୍କୁ କ୍ୟାପଚର କରି ରଖିବ। ଯାହାକୁ ମାଧ୍ୟମ କରି ଆମେ ଉକ୍ତ ଲୋକଙ୍କ ଘରକୁ ସେ ଫିଙ୍ଗିଥିବା ଅଳିଆକୁ ନେଇ ପହଞ୍ଚାଇ ଦେବୁ।  ଏହି ପଦକ୍ଷେପ ରାସ୍ତାରେ ଅଳିଆ ନ ଫିଙ୍ଗିବା ପ୍ରତି ସଚେତନତା ସୃଷ୍ଟି କରିବା ପାଇଁ ଏକ ପ୍ରକାରର ଉଦ୍ୟମ। ମୋର ଲୋକମାନଙ୍କୁ ଅନୁରୋଧ ରାସ୍ତାରେ ଅଳିଆ ଫିଙ୍ଗନ୍ତୁ ନାହିଁ। ସହରର ସଫାସୁତୁରାକୁ ବଜାୟ ରଖିବାକୁ ଚେଷ୍ଟା କରନ୍ତୁ।’

ଅଧିକପଢ଼ନ୍ତୁ:ଜନ୍ମଦିନରେ ପ୍ରଶଂସକଙ୍କୁ ସରପ୍ରାଇଜ ଦେଇ ଖୁସି କରାଇ ଦେଲେ କିଙ୍ଗ ଖାନ୍