ନୂଆଦିଲ୍ଲୀ: ନଭେମ୍ବର ୨ ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଫାଇନାଲ୍ ମ୍ୟାଚ୍ ପୂର୍ବରୁ ଭାରତୀୟ ଅଧିନାୟିକା ହରମନପ୍ରୀତ କୌର ମ୍ୟାଚକୁ ନେଇ ହୋଇପଡ଼ିଛନ୍ତି।
ମ୍ୟାଚ୍ ପୂର୍ବରୁ ଭାରତୀୟ ଅଧିନାୟିକା ହରମନପ୍ରୀତ କୌର ଭାବପ୍ରବଣ ହୋଇ କହିଛନ୍ତି, ‘ଏବେ ସେ ହୃଦୟବିଦାରକ ପରାଜୟକୁ ଭୁଲି ବିଶ୍ୱକପ୍ ଜିତିବାର ସମୟ ଆସିଛି। ଫାଇନାଲ୍ ମ୍ୟାଚ୍ ନଭି ମୁମ୍ବାଇରେ ହେବ। ଏପର୍ଯ୍ୟନ୍ତ କେବଳ ଇଂଲଣ୍ଡ, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ ହିଁ ମହିଳା ଏକଦିବସୀୟ ବିଶ୍ୱକପ୍ ଜିତିଛନ୍ତି। ଚଳିତଥର ମହିଳା ଏକଦିବସୀୟ କ୍ରିକେଟକୁ ଚତୁର୍ଥ ଚାମ୍ପିଅନ୍ ମିଳିବ।
ଚଳିତ ଥର ଆମେ ନିଶ୍ଚୟ ଜିତିବୁ:ହରମନପ୍ରୀତ କୌର
‘ଆମେ ଜାଣିଛୁ କୌଣସି ମ୍ୟାଚ ହାରିବା ପରେ କିପରି ଅନୁଭବ ହୋଇଥାଏ। କିନ୍ତୁ ଚଳିତ ଥର ଆମେ ନିଶ୍ଚୟ ଜିତବୁ। ଆଉ ଏହାର ଅନୁଭବ କିପରି ହୋଇଥାଏ ତାହାକୁ ଅନୁଭବ କରିବାକୁ ଚାହୁଁଛୁ। ଆଶା କରୁଛି, ଚଳିତ ମ୍ୟାଚ ଆମ ପାଇଁ ଖୁବ ସ୍ବତନ୍ତ୍ର ରହିବ। କାରଣ ଏଥିପାଇଁ ଆମେ ବହୁତ କଠିନ ପରିଶ୍ରମ କରିଛୁ। ଏହି ମ୍ୟାଚ ମୋ ସହିତ ସମଗ୍ର ଦଳ ପାଇଁ ଏକ ଗର୍ବର ମୁହୂର୍ତ୍ତ ହେବ। ମୁଁ ଜାଣେ ଯେ ଶେଷ ଦୁଇଟି ମ୍ୟାଚରେ ଆମର ପ୍ରଦର୍ଶନ ଦେଖି ସମଗ୍ର ଦେଶ ଆମକୁ ନେଇ ଗର୍ବ ଅନୁଭବ କରିବ।"
ଟିମ୍ ଇଣ୍ଡିଆକୁ ସଫଳତାର ମନ୍ତ୍ର ଦେଲେ କୌର
ହରମନପ୍ରୀତ କୌର ଟିମ୍ ଇଣ୍ଡିଆକୁ ସଫଳତାର ମନ୍ତ୍ର ଦେଇ କହିଛନ୍ତି, "ଆମେ ବିଶ୍ୱକପ୍ ଫାଇନାଲରେ ଖେଳିବାକୁ ଯାଉଛ, ଏହାଠାରୁ ବଡ଼ ପ୍ରେରଣା ଆଉ କିଛି ନାହିଁ। ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ପରସ୍ପରକୁ ସମର୍ଥନ କରୁଛି। ଏହା ଏକତା ଏବଂ ମ୍ୟାଚ୍ ପାଇଁ ଆମେ କେତେ ପ୍ରସ୍ତୁତ ତାହାକୁ ଦର୍ଶାଏ। ଆମେ ବହୁତ ପୂର୍ବରୁ ଜାଣିଥିଲୁ ଯେ ବିଶ୍ୱକପ୍ ଭାରତରେ ଅନୁଷ୍ଠିତ ହେବ। ଏବେ ଦଳ ପାଇଁ ୧୦୦ ପ୍ରତିଶତ ଦେବାର ସମୟ ଆସିଯାଇଛି।"
ଭାରତୀୟ ଦଳ ପୂର୍ବରୁ ଦୁଇଥର ବିଶ୍ୱକପ୍ ଫାଇନାଲରେ ହାରିଛି। ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡାର ଫାଇନାଲରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇଥିଲା।
ଅଧିକପଢ଼ନ୍ତୁ:ଜନ୍ମଦିନରେ ପ୍ରଶଂସକଙ୍କୁ ସରପ୍ରାଇଜ ଦେଇ ଖୁସି କରାଇ ଦେଲେ କିଙ୍ଗ ଖାନ୍
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/02/ndtv-2025-11-02-15-39-13.jpg)