Sun's Impact On Moon: ଚନ୍ଦ୍ରମାରେ ସୌର ବିସ୍ଫୋରଣର ପ୍ରଭାବ ପଡ଼ୁଥିବା ପ୍ରମାଣ କଲା ଚନ୍ଦ୍ରଯାନ-୨

Advertisment

ଚନ୍ଦ୍ରମାରେ ପଡୁଛି ସୌର ବିସ୍ଫୋରଣର ପ୍ରଭାବ। କିଛି ଦିନ ହେବ ନାସା ଏଭଳି ହେଉଥିବା ନେଇ ଅନୁମାନ କରୁଥିବା ବେଳେ ଏବେ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଠୋସ୍ ପ୍ରମାଣ ହାତେଇଛି।

ଚନ୍ଦ୍ରମାରେ ପଡୁଛି ସୌର ବିସ୍ଫୋରଣର ପ୍ରଭାବ। କିଛି ଦିନ ହେବ ନାସା ଏଭଳି ହେଉଥିବା ନେଇ ଅନୁମାନ କରୁଥିବା ବେଳେ ଏବେ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଠୋସ୍ ପ୍ରମାଣ ହାତେଇଛି।

Chandrayaan-2

Sun's Impact On Moon Photograph: (sambad.in)

ନୂଆଦିଲ୍ଲୀ: ଚନ୍ଦ୍ରମାରେ ପଡୁଛି ସୌର ବିସ୍ଫୋରଣର ପ୍ରଭାବ। କିଛି ଦିନ ହେବ ନାସା ଏଭଳି ହେଉଥିବା ନେଇ ଅନୁମାନ କରୁଥିବା ବେଳେ ଏବେ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଠୋସ୍ ପ୍ରମାଣ ହାତେଇଛି। ଏହି ପ୍ରମାଣ ସହିତ ଚନ୍ଦ୍ରଯାନ-୨ ଏକ ବଡ଼ ସଫଳତା ହାସଲ କରିଛି । ବୈଜ୍ଞାନିକମାନେ ଆବିଷ୍କାର କରିଛନ୍ତି ଯେ, ସୂର୍ଯ୍ୟରୁ ଆସୁଥିବା ଶକ୍ତି ସିଧାସଳଖ ଚନ୍ଦ୍ରର ବାୟୁମଣ୍ଡଳକୁ ପ୍ରଭାବିତ କରେ। ଇସ୍ରୋ ରିପୋର୍ଟ କରିଛି ଯେ, ଚନ୍ଦ୍ରଯାନ-୨ର ଅର୍ବିଟର ପ୍ରଥମ ଥର ପାଇଁ ରେକର୍ଡ କରିଛି ଯେ, କରୋନାଲ୍ ମାସ ଇଜେକ୍ସନ କିମ୍ବା ସୌର ଉଦ୍‌ଗିରଣରୁ ବାହାରୁଥିବା ଶକ୍ତି ଚନ୍ଦ୍ରର ଏକ୍ସୋସ୍ଫିୟର(Exosphere)କୁ ପ୍ରଭାବିତ କରେ। 

ଆହୁରି ପଢ଼ନ୍ତୁ: ଟ୍ରମ୍ପ୍‌ଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇ ଲୋକେ ନୋ କିଙ୍ଗସ୍ ସ୍ଲୋଗାନ ଦେଲେ

ଏକ୍ସୋସ୍ଫିଅର କ’ଣ?

ଚନ୍ଦ୍ରର କେବଳ ପୃଷ୍ଠଭାଗ ଯାଏଁ ସୀମିତ ଅତି କ୍ଷୀଣ ଓ ପତଳା ବାହ୍ୟ ବାୟୁମଣ୍ଡଳ ରହିଛି, ଯାହାକୁ ଏକ୍ସୋସ୍ଫିଅର କୁହାଯାଏ । ସୂର୍ଯ୍ୟର କରୋନାଲ୍ ମାସ୍ ଇଜେକ୍ସନ ଏହାର ସାମଗ୍ରିକ ଚାପକୁ ବଢାଇ ଦିଏ ବୋଲି ତଥ୍ୟ ସଂଗ୍ରହ କରିଛି ଚନ୍ଦ୍ରଯାନ-୨ର ଚେସ୍-୨ ଯନ୍ତ୍ର । ଚନ୍ଦ୍ରର ଯେଉଁ ପାର୍ଶ୍ଵରେ ଦିନ ହୋଇଥାଏ, ଅର୍ଥାତ ସୂର୍ଯ୍ୟ ଆଡ଼କୁ ଥାଏ, କେବଳ ସେହି ପଟ ଏକ୍ସୋସ୍ଫିଅର ପ୍ରଭାବିତ ହୋଇଥାଏ ।

ଆହୁରି ପଢ଼ନ୍ତୁ: ଯୁଦ୍ଧବିରତି ପାଇଁ ରାଜି ହେଲେ ପାକିସ୍ତାନ-ଆଫଗାନିସ୍ତାନ

ମେ’ ୧୦, ୨୦୨୪ରେ ହୋଇଥିବା ପରୀକ୍ଷଣ

ଇସ୍ରୋ ପକ୍ଷରୁ କୁହାଯାଇଛି ଯେ, ୦୧୯ ସେପ୍ଟେମ୍ବରରେ ଚନ୍ଦ୍ରଯାନ-୨ ବିଶ୍ବର ପ୍ରଥମ ମହାକାଶଯାନ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳ ଅବତରଣ କରି ଇତିହାସ ରଚିଥିଲା । ପରେ ମେ’ ୧୦, ୨୦୨୪ରେ ଘଟିଥିବା କରୋନାଲ୍ ମାସ୍ ଇଜେକ୍ସନ ବେଳେ ଏହି ପରୀକ୍ଷଣ ହୋଇଥିଲା । 

chandrayan-2 | isro

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe