Sanjaya Rout Photograph: (sambad.in)
ମୁମ୍ବାଇ: ନିର୍ବାଚନ ଆଚରଣ ବିଧିରେ ସମ୍ପ୍ରତି ହୋଇଥିବା ପରିବର୍ତ୍ତନ ଯୋଗୁ ବିରୋଧୀ ରାଜନୈତିକ ଦଳମାନେ ସ୍ୱର ଉତ୍ତୋଳନ କରିଛନ୍ତି। ନିର୍ବାଚନ ଆୟୋଗ ମହାରାଷ୍ଟ୍ର ବିଧାନସଭା ବିଷୟରେ ସୂଚନା ନ ଦେବାକୁ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି। ଏନେଇ ଶିବସେନା ୟୁବିଟି ନେତା ସଞ୍ଜୟ ରାଉତ ଏହାକୁ ଗଣତନ୍ତ୍ରର ହତ୍ୟା ବୋଲି କହିଛନ୍ତି।
ନିର୍ବାଚନ ଆଚରଣ ସଂହିତା ପରିବର୍ତ୍ତନ ବିଷୟରେ କହି ରାଉତ କହିଛନ୍ତି ଯେ, ଏହା ଗଣତନ୍ତ୍ରର ହତ୍ୟା। ପ୍ରସ୍ତୁତ କରାଯାଇଥିବା ନିୟମ ଅନୁଯାୟୀ ଆମେ ନିର୍ବାଚନ ଆୟୋଗଙ୍କ ନିକଟକୁ ଯାଇ ସୂଚନା ମାଗି ପାରିବୁ ନାହିଁ। ବର୍ତ୍ତମାନ ଆମେ ନିର୍ବାଚନ ଆୟୋଗଙ୍କ ଠାରୁ କୌଣସି ପ୍ରକାର ସୂଚନା ଦାବି କରି ପାରିବୁ ନାହିଁ।
ସେ ହିଛନ୍ତି ଏହା ଏକଛତ୍ରବାଦୀ ଶାସନ। ଆମେ କାହିଁକି ପଚାରିବୁ ନାହିଁ? ଯଦି ଆପଣ ଚାହାନ୍ତି ଯେ ଆମେ ଆପଣଙ୍କୁ ସୂଚନା ମାଗିବୁ ନାହିଁ, ତେବେ ସର୍ବପ୍ରଥମେ ଆପଣ ଇଭିଏମ୍ ଅପସାରଣ କରନ୍ତୁ ଏବଂ ବାଲାଟ ପେପରରେ ନିର୍ବାଚନ କରନ୍ତୁ। ସିସିଟିଭି ଫୁଟେଜ ଏବଂ ନିର୍ବାଚନ ଡକ୍ୟୁମେଣ୍ଟ ମାଗିବା ଏକ ସାମ୍ବିଧାନିକ ଅଧିକାର। ଏହାକୁ ନିର୍ବାଚନ ଆୟୋଗଙ୍କ ଠାରୁ ଦାବି କରାଯାଇ ପାରିବ। ଏହି ନିୟମ ବଦଳାଇବା ଅତ୍ୟନ୍ତ ନିନ୍ଦନୀୟ ବୋଲି ସେ ଅଭିଯୋଗ କରିଛନ୍ତି।
ଆମେ କୌଣସି ସୂଚନା ମାଗିବୁ ନାହିଁ। ଆପଣ ଜନସାଧାରଣଙ୍କଠାରୁ କ’ଣ ଲୁଚାଇବାକୁ ଚାହୁଁଛନ୍ତି? ଆଡଭୋକେଟ୍ ମହମ୍ମଦ ଡକ୍ୟୁମେଣ୍ଟ ମାଗିବାକୁ ଚେଷ୍ଟା କରିଥିଲେ। ସେ ସିସିଟିଭି ଫୁଟେଜ ମାଗିଥିଲେ। ଏହା ପରେ ନିର୍ବାଚନ ଆୟୋଗ ନିୟମ ପରିବର୍ତ୍ତନ କରିଥିଲେ। ଏହା କି ପ୍ରକାର ଏକଛତ୍ରବାଦୀ ଶାସନ? ଦେଶରେ ଗଣତନ୍ତ୍ର ଅଛି। ସେଥିପାଇଁ ଆମେ କହୁଛୁ ଏହି ଲୋକମାନେ ଡକ୍ଟର ବାବାସାହେବ ଆମ୍ବେଦକରଙ୍କ ଦ୍ୱାରା ଲିଖିତ ସମ୍ବିଧାନର ବିରୋଧୀ।
ଅଧିକ ପଢ଼ନ୍ତୁ: ସହଜରେ ଅପରାଧ କରିବାରେ ୟୁପି ଏକ ନମ୍ବର: ଡକାୟତି ନେଇ ଅଖିଳେଶଙ୍କ କଟାକ୍ଷ
ମହମ୍ମଦ ପ୍ରାଚା ବନାମ ଇସିଆଇ ମାମଲାରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି ପରିବର୍ତ୍ତନ ଆସିଛି। ଯେଉଁଥିରେ ହରିୟାଣା ବିଧାନସଭା ନିର୍ବାଚନ ସହ ଜଡିତ ସମସ୍ତ ଦଲିଲ ପ୍ରସ୍ତୁତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ନିର୍ବାଚନ ନିୟମ, ୧୯୬୧ର ନିୟମ ୯୩ (୨) ଅନୁଯାୟୀ ସିସିଟିଭି ଫୁଟେଜ୍ ଅନ୍ତର୍ଭୂକ୍ତ କରି ଅଂଶୀଦାର କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହା କୁହାଯାଇଥିଲା ଯେ ,ଏହା କେବଳ ନିର୍ବାଚନ ଦଲିଲରେ ସୀମିତ ଏବଂ ଏଥିରେ ଇଲେକ୍ଟ୍ରୋନିକ୍ ରେକର୍ଡ ଅନ୍ତର୍ଭୁକ୍ତ ନୁହେଁ ।
ଅଧିକ ପଢ଼ନ୍ତୁ: ଡୋକଲାମରେ ଚୀନ୍: ଭାରତର ଚିନ୍ତା ପୁଣି ବଢ଼ିଲା
Follow Us