MK Marbi of Chhattisgarh Photograph: (Sambad )
ମାଲକାନଗିରି: ସୀମାନ୍ତ ଛତିଶଗଡ଼ରେ ନକ୍ସଲ ଏବଂ ପୁଲିସ ମଧ୍ୟରେ ଚାଲିଛି ହିଂସା ଓ ପ୍ରତିହିଂସା। ପୁଲିସକୁ ସାମ୍ନା କରିନପାରି ନକ୍ସଲମାନେ ନିରୀହ ଲୋକଙ୍କୁ ଟାର୍ଗେଟ କରୁଛନ୍ତି। ଅନ୍ୟଦିଗରେ ପୁଲିସ ନକ୍ସଲ ଦମନ ନେଇ ଜୋରଦାର ଅପରେସନ କରିବା ସହ ସଫଳତା ପାଇ ଚାଲିଛି। ତେବେ ନକ୍ସଲ ଏବଂ ସରକାରଙ୍କ ମଧ୍ୟରେ ଶାନ୍ତିବାର୍ତ୍ତା ପ୍ରତିଷ୍ଠା କରିବା ପାଇଁ ଜଣେ ଯବାନ ଆଗେଇ ଆସିଛନ୍ତି।
ଏହି ଖବର ପଢ଼ନ୍ତୁ: ଯୋଜନାବଦ୍ଧ ଭାବେ ମାଓନେତା ଦସରୁକୁ ହତ୍ୟା କରିଛି ପୁଲିସ
ବିଜାପୁର ଅଂଚଳର ଏମ୍କେ ମାରବି ନାମକ ଯବାନ ଏତେବଡ଼ ପଦକ୍ଷେପ ନେଇଛନ୍ତି। ସେ ନକ୍ସଲଗଡ଼ରେ ପଶି ନକ୍ସଲଙ୍କ ସହ ଆଲୋଚନା କରିବେ ବୋଲି ଏକ ଭିଡିଓ ବାର୍ତ୍ତା ସୋସିଆଲ ମିଡ଼ିଆରେ ମଧ୍ୟ ଛାଡିଛନ୍ତି। ସେ ଏହି ଭିଡିଓରେ କହିଛନ୍ତି ଯେ ସେ ଦିନେ ନକ୍ସଲ ନେତା ଥିଲେ। ସଂଗଠନରେ ହିଂସା ତାଂକୁ ଭଲ ଲାଗିନଥିବାରୁ ସେ ସଂଗଠନ ଛାଡ଼ିଥିଲେ। ତେବେ ବଂଚିବା ପାଇଁ କିଛି ଚାକିରି କରିବାକୁ ପଡ଼ିବ। ତେଣୁ ସେ ପୁଲିସ ଚାକିରି କରିଥିଲେ। କିନ୍ତୁ କେବେ ମଧ୍ୟ ସେ ନକ୍ସଲଙ୍କ ସହ ଲଢ଼ି ନାହାନ୍ତି କି ନକ୍ସଲ ବିରୋଧରେ ଯାଇ ନାହାନ୍ତି। ନକ୍ସଲବାଦ ରହିବା ଦରକାର ବୋଲି ସେ ଯୁକ୍ତି ବାଢ଼ନ୍ତି। କିନ୍ତୁ ନକ୍ସଲବାଦରେ ଯେଉଁ ହିଂସା ହେଉଛି ତାହା ବନ୍ଦ ହେବା ଦରକାର।
ଆଗାମୀ ଦିନରେ ଆଉ ହିଂସା ନହୋଇ ଶାନ୍ତିପୂର୍ଣ୍ଣ ଭାବେ ଏହାର ସମାଧାନ କରାଯାଇପାରିବ। ତେଣୁ ମୁଁ ନକ୍ସଲଗଡ଼ ଭାବେ ପରିଚିତ ଆବୁଝମାଡକୁ ଯାଉଛି। ମୋତେ ନକ୍ସଲ ନିଶ୍ଚିତ ଭାବେ ଅଟକ ରଖି ପଚରାଉଚରା କରିବେ। ସେମାନେ ମୋ ଉପରେ ମଧ୍ୟ ରାଗିଥିବେ।
-ଏମ୍କେ ମାରବି, ପୁଲିସ କର୍ମଚାରୀ
ଏହି ଖବର ପଢ଼ନ୍ତୁ: ପୁଣି ହୋଇପାରେ ବର୍ଷା: ବଢ଼ିଲା ଚାଷୀଙ୍କ ଚିନ୍ତା
ରାଜ୍ୟ ସରକାରଙ୍କର କିଛି ମନ୍ତ୍ରୀ ଏବଂ ଆଇଜି ସୁନ୍ଦରରାଜଙ୍କ ସହ ଏନେଇ ଆଲୋଚନା କରିଥିଲେ। କିନ୍ତୁ ସମସ୍ତେ ଏଭଳି ବିପଦପୂର୍ଣ୍ଣ କାମ ନକରିବାକୁ ବୁଝାଇଥିଲେ ବୋଲି ସେ କହନ୍ତି। କିନ୍ତୁ ମୁଁ ଏହି କାମକୁ ନିଶ୍ଚିତ ସଫଳ କରିବି ବୋଲି ଭାବୁଛି। ନକ୍ସଲ ମୋତେ ବୁଝିବାକୁ ଚେଷ୍ଟା କରିବେ। ଆଗାମୀ ଦିନରେ ଆଉ ହିଂସା ନହୋଇ ଶାନ୍ତିପୂର୍ଣ୍ଣ ଭାବେ ଏହାର ସମାଧାନ କରାଯାଇପାରିବ। ତେଣୁ ମୁଁ ନକ୍ସଲଗଡ଼ ଭାବେ ପରିଚିତ ଆବୁଝମାଡକୁ ଯାଉଛି। ମୋତେ ନକ୍ସଲ ନିଶ୍ଚିତ ଭାବେ ଅଟକ ରଖି ପଚରାଉଚରା କରିବେ। ସେମାନେ ମୋ ଉପରେ ମଧ୍ୟ ରାଗିଥିବେ। ଏହା ବିପଦପୂର୍ଣ୍ଣ ଥିଲେ ମଧ୍ୟ ମୁଁ ଏହାକୁ ସ୍ବୀକାର କରୁଛି ବୋଲି ସେହ କହିଛନ୍ତି। ତେବେ ସେ ଯଦି ନଫେରନ୍ତି ତେବେ ଏହି ଭିଡିଓ ତାଂକର ଶେଷ ଭିଡିଓ ବୋଲି ଧରିନେବେ ବୋଲି ସେ ମଧ୍ୟ କହିଛନ୍ତି।
ଏହି ଖବର ପଢ଼ନ୍ତୁ: ପଶ୍ଚିମବଙ୍ଗରୁ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ଗିରଫ
ମିଳିଥିବା ସୂଚନା ଅନୁଯାୟୀ ସେ ବର୍ତ୍ତମାନ ନକ୍ସଲଙ୍କ କବଜାରେ ରହିଛନ୍ତି। ନକ୍ସଲ ତାଂକ ପ୍ରତି କି ବ୍ୟବହାର ପ୍ରଦର୍ଶନ କରୁଛନ୍ତି ତାହା ଜଣାପଡି ନାହିଁ। ଅନ୍ୟଦିଗରେ ପୁଲିସ ଏବଂ ସରକାର ଏନେଇ ନଜର ରଖିଥିବା ବେଳେ ହୁଏତ ନକ୍ସଲ ଯବାନଙ୍କୁ ଛାଡିନପାରନ୍ତି ବୋଲି ଆଲୋଚନା ହେଉଛି। ତେବେ ପୁଲିସ ଏଦିଗରେ କି ପଦକ୍ଷେପ ନେଉଛି ଦେଖିବାକୁ ବାକି ରହିଲା।
ଏହି ଖବର ପଢ଼ନ୍ତୁ: ହଲ ଭିତରେ ସିନେମା ଦେଖୁଥିବା ଦୁର୍ଦ୍ଦାନ୍ତ ଅପରାଧୀକୁ ମାଡ଼ି ବସିଲା ପୁଲିସ
Follow Us