ଚୀନ୍‌କୁ ମିଳିଲା ବୃହତ୍ ସୁନାର ଭଣ୍ଡାର: ୧୬୮ ଟନ୍ ଛୁଇଁଲା ସୁନା ପରିମାଣ

Advertisment

ଚୀନ୍‌କୁ ବୃହତ୍ ସୁନା ଭଣ୍ଡାର ମିଳିଛି। ତେବେ ଆମେରିକା ବିଶ୍ୱରେ ସର୍ବ ବୃହତ୍ ସୁନା ମହଜୁଦ୍‌କାରୀ ପାଲଟିଛି। ଏହି ତାଲିକାରେ ଚୀନ୍ ଷଷ୍ଠ ସ୍ଥାନରେ ରହିଛି। ଚୀନ୍ ଏହାର ସୁନା ଭଣ୍ଡାରକୁ ଦ୍ରୁତ ଗତିରେ ବୃଦ୍ଧି କରୁଛି। ବିଶ୍ୱରେ ସୁନାର ସର୍ବାଧିକ ବ୍ୟବହାର ଚୀନ୍‌ରେ ହେଉଛି...

ଚୀନ୍‌କୁ ବୃହତ୍ ସୁନା ଭଣ୍ଡାର ମିଳିଛି। ତେବେ ଆମେରିକା ବିଶ୍ୱରେ ସର୍ବ ବୃହତ୍ ସୁନା ମହଜୁଦ୍‌କାରୀ ପାଲଟିଛି। ଏହି ତାଲିକାରେ ଚୀନ୍ ଷଷ୍ଠ ସ୍ଥାନରେ ରହିଛି। ଚୀନ୍ ଏହାର ସୁନା ଭଣ୍ଡାରକୁ ଦ୍ରୁତ ଗତିରେ ବୃଦ୍ଧି କରୁଛି। ବିଶ୍ୱରେ ସୁନାର ସର୍ବାଧିକ ବ୍ୟବହାର ଚୀନ୍‌ରେ ହେଉଛି...

China found huge gold reserves, 168 tons of gold

China found huge gold reserves, 168 tons of gold Photograph: (Sambad.in)

ବେଜିଂ: ଚୀନ୍‌କୁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସୁନା ଭଣ୍ଡାର ମିଳିଛି। ପ୍ରାକୃତିକ ସମ୍ପଦ ମନ୍ତ୍ରଣାଳୟ ସୂଚନା ଦେଇଛି ଯେ, ଦେଶର ଭୌଗୋଳିକ ସର୍ବେକ୍ଷଣରେ ଉତ୍ତର-ପଶ୍ଚିମ ଚୀନ୍‌ର ଗାନସୁ ପ୍ରଦେଶ, ଉତ୍ତର ଚାଇନାର ଆଭ୍ୟନ୍ତରୀଣ ମୋଙ୍ଗୋଲିଆ ସ୍ୱୟଂଶାସିତ ଅଞ୍ଚଳ ଏବଂ ଉତ୍ତର-ପୂର୍ବ ଚୀନ୍‌ର ହିଲୋଙ୍ଗଜିଆଙ୍ଗ ପ୍ରଦେଶରେ ସୁନା ଭଣ୍ଡାରର ସନ୍ଧାନ ମିଳିଛି।

ଚାଇନାର ୱେବସାଇଟ୍ ଗ୍ଲୋବାଲ୍ ଟାଇମ୍ସ ରିପୋର୍ଟ କରିଛି ଯେ, ନୂତନ ଆବିଷ୍କୃତ ସୁନା ସମ୍ବଳର ମୋଟ ପରିମାଣ ହେଉଛି ୧୬୮ ଟନ୍। ଗାନସୁରେ ସର୍ବାଧିକ ଗଚ୍ଛିତ ଥିବା ସୁନାର ପରିମାଣ ହେଉଛି ୧୦୨.୪ଟନ୍। 

ଗତ ବର୍ଷ ନଭେମ୍ବରରେ ଚୀନ୍‌ର ହୁନାନ ପ୍ରଦେଶରେ ବିଶ୍ୱର ସର୍ବବୃହତ ସୁନା ଭଣ୍ଡାରର ସନ୍ଧାନ ମିଳିଥିଲା। ହୁନାନର ପିଙ୍ଗସିୟାଙ୍ଗ କାଉଣ୍ଟି ନିକଟରେ ହୋଇଥିବା ଆବିଷ୍କାରରେ ୧୦୦୦ ମେଟ୍ରିକ୍ ଟନ୍ ଉଚ୍ଚମାନର ସୁନା ଥିବା ଅନୁମାନ କରାଯାଉଥିଲା। ଏହାର ମୂଲ୍ୟ ୮୩ ବିଲିୟନ ଡଲାରରୁ ଅଧିକ (ପ୍ରାୟ ୭ଲକ୍ଷ କୋଟି ଭାରତୀୟ ଟଙ୍କା) ବୋଲି ଆକଳନ କରାଯାଇଛି।

ଏହା ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ୱରେ ଆବିଷ୍କୃତ ହୋଇଥିବା ବୃହତ୍ତମ ସୁନା ଜମା ବୋଲି ବିବେଚନା କରାଯାଇଥାଏ। ଦକ୍ଷିଣ ଆଫ୍ରିକାର ଦକ୍ଷିଣ ଦୀପ ଖଣିରୁ ମିଳିଥିବା ୯୦୦ ମେଟ୍ରିକ୍ ଟନ୍ ସୁନା ଏହା ଅଧିକ।

ଚୀନ୍ ହେଉଛି ବିଶ୍ୱର ସର୍ବବୃହତ ସୁନା ଉତ୍ପାଦନକାରୀ। ୨୦୨୩ ମସିହାରେ ବିଶ୍ବର ସୁନା ଉତ୍ପାଦନରେ କେବଳ ଚୀନ୍‌ର ଅଂଶ ୧୦ ପ୍ରତିଶତ ଥିଲା। ବିଶ୍ୱ ସୁନା ପରିଷଦ ରିପୋର୍ଟ ଅନୁଯାୟୀ ଚୀନ୍‌ରେ ୨,୨୬୪ ଟନ୍ ସୁନା ଭଣ୍ଡାର ରହିଛି। ଏହା ହେଉଛି ବିଶ୍ୱର ଷଷ୍ଠ ବୃହତ୍ତମ ସୁନା ସଂରକ୍ଷଣ। ସୁନାର ବଡ଼ ଭଣ୍ଡାର ସେହି ଦେଶର ଅର୍ଥନୀତିକୁ ସୁଦୃଢ଼ କରିବାରେ ସିଧାସଳଖ ସାହାଯ୍ୟ କରିଥାଏ। ଦେଶର ମୁଦ୍ରା ମୂଲ୍ୟକୁ ସମର୍ଥନ କରିବା ପାଇଁ ସୁନା ଭଣ୍ଡାର ଏକ ଉତ୍ତମ ସମ୍ପତ୍ତି। ଏଭଳି ପରିସ୍ଥିତିରେ ସୁନା ଭଣ୍ଡାର ଚୀନ୍ ପାଇଁ ବହୁତ ସହାୟକ ହେବ।

ଅଧିକ ପଢ଼ନ୍ତୁ: ମନ୍ କି ବାତ୍‌ରେ ପ୍ରଧାନମନ୍ତ୍ରୀ: ଏଥର ଗଣତନ୍ତ୍ର ଦିବସ ଅତ୍ୟନ୍ତ ସ୍ୱତନ୍ତ୍ର

ନିକଟରେ ଭାରତର ଅନ୍ୟ ପଡୋଶୀ ଦେଶ ପାକିସ୍ତାନରେ ମଧ୍ୟ ସୁନାର ବଡ଼ ଭଣ୍ଡାରର ସନ୍ଧାନ ମିଳିଛି। ପାକିସ୍ତାନର ପଞ୍ଜାବ ପ୍ରଦେଶ ସରକାର ପ୍ରାୟ ୮୦୦ ବିଲିୟନ ପାକିସ୍ତାନୀ ମୂଲ୍ୟର ସୁନା ଭଣ୍ଡାର ଆବିଷ୍କାର କରିଥିବା ଦାବି କରିଛନ୍ତି।

ପଞ୍ଜାବର ଖଣି ମନ୍ତ୍ରୀ ସର୍ଦ୍ଦାର ଶେର ଅଲି ଗୋର୍ଚାନି କହିଛନ୍ତି ଯେ, ଆଟକ୍ ଜିଲ୍ଲାରେ ୨୮ ଲକ୍ଷ ତୋଳା ସୁନା ଆବିଷ୍କୃତ ହୋଇଛି। ଗୋର୍ଚାନି କହିଛନ୍ତି, ସୁନା ଭଣ୍ଡାର ନିଲାମ ପାଇଁ ନିୟମ ପ୍ରସ୍ତୁତ କରାଯାଉଛି। ଏହି ସୁନା ସଂରକ୍ଷଣ ପାକିସ୍ତାନର ଭାଗ୍ୟ ବଦଳାଇ ଦେଇପାରେ।

ଅଧିକ ପଢ଼ନ୍ତୁ: ରୁଷିଆ-ଚୀନ୍ ଯୋଗୁ ଆଣବିକ ଯୁଦ୍ଧର ବିପଦ: ୟୁରୋପରେ ବିପଜ୍ଜନକ ଆଣବିକ ବୋମା ମୁତୟନ କଲା ଆମେରିକା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe