ପାକିସ୍ତାନକୁ ହାଙ୍ଗର ଶ୍ରେଣୀର ତୃତୀୟ ବୁଡ଼ାଜାହାଜ ଦେଲା ଚୀନ୍

ଚୀନ୍ ୨୦୨୨ ମସିହାରେ ପାକିସ୍ତାନ ବାୟୁସେନାକୁ ଜେ-୧୦ସିଇ ଲଢୁଆ ବିମାନର ପ୍ରଥମ ବ୍ୟାଚ୍ ହସ୍ତାନ୍ତର କରିଥିଲା, ଏହା ସହିତ ଦୁଇ ଦେଶ ମିଳିତ ଭାବରେ ନିର୍ମିତ ଜେଏଫ-୧୭ ଲଢ଼ୁଆ ବିମାନ ମଧ୍ୟ ପ୍ରଦାନ କରିଥିଲା...

China gives Pakistan its third Hangar-class submarine

China gives Pakistan its third Hangar-class submarine Photograph: (sambad.in)

ଇସଲାମାବାଦ/ବେଜିଂ: ଚୀନ୍ ନୂତନଉନ୍ନତ ହାଙ୍ଗର-କ୍ଲାସ୍ ବୁଡାଜାହାଜ ମଧ୍ୟରୁ ତୃତୀୟ ବୁଡ଼ାଜାହାଜ ପାକିସ୍ତାନକୁ ହସ୍ତାନ୍ତର କରିଛି। ଭାରତ ନିକଟବର୍ତ୍ତୀ ଭାରତ ମହାସାଗର ଅଞ୍ଚଳରେ ପାକିସ୍ତାନର ବର୍ଦ୍ଧିତ ଉପସ୍ଥିତିକୁ ସମର୍ଥନ କରିବା ପାଇଁ ଇସଲାମାବାଦର ନୌସେନା କ୍ଷମତାକୁ ବୃଦ୍ଧି କରିବା ପାଇଁ ଚୀନ୍ ଯେଉଁ ପ୍ରୟାସ କରୁଛି ତାହାର ଏକ ଅଂଶ ହେଉଛି ବେଜିଂର ଏହି ପଦକ୍ଷେପ। ଶନିବାର ଚୀନର

ସରକାରୀ ଖବରକାଗଜ ଗ୍ଲୋବାଲ୍ ଟାଇମ୍ସ ରିପୋର୍ଟ କରିଛି ଯେ,ତୃତୀୟ ହାଙ୍ଗୋର-କ୍ଲାସ୍ ବୁଡାଜାହାଜର ଉନ୍ମୋଚନ ସମାରୋହ କେନ୍ଦ୍ରୀୟ ଚୀନ୍‌ର ହୁବେଇ ପ୍ରଦେଶର ଉହାନରେ ଅନୁଷ୍ଠିତ ହୋଇଥିଲା।

ଚୀନ୍ ଦ୍ୱାରା ପାକିସ୍ତାନ ପାଇଁ ନିର୍ମିତ ଆଠଟି ବୁଡ଼ାଜାହାଜ ମଧ୍ୟରୁ ଦ୍ୱିତୀୟଟି ଚଳିତ ବର୍ଷ ମାର୍ଚ୍ଚ ମାସରେ ହସ୍ତାନ୍ତର କରାଯାଇଥିଲା। ଏହା ଗତ କିଛି ବର୍ଷ ମଧ୍ୟରେ ଚୀନ୍ ପାକିସ୍ତାନକୁ ଦେଇଥିବା ଚାରୋଟି ଆଧୁନିକ ନୌସେନା ଯୁଦ୍ଧ ଜାହାଜ ସହିତ ଅତିରିକ୍ତ ବୁଡ଼ାଜାହାଜ ଥିଲା।

ଏହି ଯୋଗାଣ ଆରବ ସାଗରରେ ଚୀନ୍ ନୌସେନାର ନିରନ୍ତର ବିସ୍ତାର ମଧ୍ୟରେ ପାକିସ୍ତାନର ନୌସେନା ଶକ୍ତି ବୃଦ୍ଧି କରିବା ପ୍ରୟାସର ଏକ ଅଂଶ। ଚୀନ୍ ବେଲୁଚିସ୍ତାନର ଗ୍ୱାଦର ବନ୍ଦର ବିକଶିତ କରୁଛି। ଏହା ସହିତ ଭାରତ ମହାସାଗରରେ ଯୋଜନାବଦ୍ଧ ଭାବେ ଭାରତକୁ ଘେରିବା କାର୍ଯ୍ୟ କରୁଛି। ପାକିସ୍ତାନକୁ ବୂଡ଼ା ଜାହାଜ ଦେବା ଦ୍ବାରା ଭାରତର ଚିନ୍ତା ବଢ଼ିବାରେ ଲାଗିଛି।

ଶକ୍ତି ସନ୍ତୁଳନ ବଜାୟ ରଖିବାରେ ସହାୟକ ତୃତୀୟ ବୁଡ଼ାଜାହାଜର ଶୁଭାରମ୍ଭ ଅବସରରେ ପାକିସ୍ତାନର ଉପ-ନୌସେନା ମୁଖ୍ୟ ପ୍ରୋଜେକ୍ଟ-୨ ଭାଇସ୍ ଆଡମିରାଲ ଅବଦୁଲ ସମଦ କହିଛନ୍ତି ଯେ ହାଙ୍ଗର ଶ୍ରେଣୀର ବୁଡ଼ାଜାହାଜର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଏବଂ ଉନ୍ନତ ସେନ୍ସରଗୁଡ଼ିକ ଆଞ୍ଚଳିକ ଶକ୍ତି ସନ୍ତୁଳନ ବଜାୟ ରଖିବା ଏବଂ ସାମୁଦ୍ରିକ ସ୍ଥିରତା ସୁନିଶ୍ଚିତ କରିବାରେ ସାହାଯ୍ୟ କରିବ, ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରଣାଳୟର ଏକ ବିବୃତ୍ତିକୁ ଉଦ୍ଧୃତ କରି ସମ୍ବାଦପତ୍ର ରିପୋର୍ଟ କରିଛି।

ଅଧିକ ପଢ଼ନ୍ତୁ:ଓଲଟା ତ୍ରିରଙ୍ଗା ଉତ୍ତୋଳନ କଲେ ବିଜେପି ବିଧାୟକ!: ଭିଡିଓ ଭାଇରାଲ ହେବା ପରେ ଦେଲେ ସ୍ପଷ୍ଟୀକରଣ

ଷ୍ଟକହୋମ ଇଣ୍ଟରନ୍ୟାସନାଲ ପିସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ର ଏକ ସାମ୍ପ୍ରତିକ ରିପୋର୍ଟ ଅନୁଯାୟୀ, ଚୀନ୍ ପାକିସ୍ତାନର ୮୧ ପ୍ରତିଶତରୁ ଅଧିକ ସାମରିକ ହାର୍ଡୱେୟାର ଯୋଗାଇଛି। ଷ୍ଟକହୋମ ଇଣ୍ଟରନ୍ୟାସନାଲ ପିସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଡାଟାବେସ୍ ଅନୁଯାୟୀ, ଗତ ପାଞ୍ଚ ବର୍ଷ ମଧ୍ୟରେ ପାକିସ୍ତାନ ଦ୍ୱାରା ଦିଆଯାଇଥିବା କିଛି ପ୍ରମୁଖ ଅର୍ଡର ମଧ୍ୟରେ ଦେଶର ପ୍ରଥମ ଗୁପ୍ତଚର ଜାହାଜ (ରିଜୱାନ), ୬୦୦ ଅଧିକ ଭିଟି-୪ ଯୁଦ୍ଧ ଟ୍ୟାଙ୍କ ଏବଂ ୩୬ ଜେ-୧୦ସିଇ ଯୁଦ୍ଧ ବିମାନ ଅନ୍ତର୍ଭୁକ୍ତ।

ଚୀନ୍ ୨୦୨୨ ମସିହାରେ ପାକିସ୍ତାନ ବାୟୁସେନାକୁ ଜେ-୧୦ସିଇ ଲଢୁଆବିମାନର ପ୍ରଥମ ବ୍ୟାଚ୍ ହସ୍ତାନ୍ତର କରିଥିଲା, ଏହା ସହିତ ଦୁଇ ଦେଶ ମିଳିତ ଭାବରେ ନିର୍ମିତ ଜେଏଫ-୧୭ ଲଢ଼ୁଆ ବିମାନ ମଧ୍ୟ ପ୍ରଦାନ କରିଥିଲା। ଭାରତ ସହିତ ସାମ୍ପ୍ରତିକ ବିବାଦରେ ପାକିସ୍ତାନ ଏହି ଲଢ଼ୁଆ ବିମାନଗୁଡ଼ିକୁ ବ୍ୟବହାର କରିଥିଲା।

ଚୀନ୍ ସାମରିକ ବ୍ୟାପାର ବିଶେଷଜ୍ଞ ଝାଙ୍ଗ ଜୁନଶେ ଗ୍ଲୋବାଲ ଟାଇମ୍ସକୁ କହିଛନ୍ତି ଯେ,ହାଙ୍ଗର ଶ୍ରେଣୀର ବୁଡ଼ାଜାହାଜ ଏହାର ଶକ୍ତିଶାଳୀ ଜଳମଗ୍ନ ଯୁଦ୍ଧ କ୍ଷମତା ବୈଶିଷ୍ଟ୍ୟଯୁକ୍ତ।ଯେଉଁଥିରେ ବ୍ୟାପକ ସେନ୍ସର ସିଷ୍ଟମ, ଉତ୍କୃଷ୍ଟ ଗୁପ୍ତ ବୈଶିଷ୍ଟ୍ୟ, ଉଚ୍ଚ ଗତିବିଧି, ଥରେ ଇନ୍ଧନ ଭର୍ତ୍ତି କରିବା ପରେ ଦୀର୍ଘ ସମୟ ପର୍ଯ୍ୟନ୍ତ ପାଣି ତଳେ ରହିବାର କ୍ଷମତା ଏବଂ ଭୟଙ୍କର ଲକ୍ଷ୍ୟଭେଦ କ୍ଷମତା ରହିଛି।

ଅଧିକ ପଢ଼ନ୍ତୁ:କଂଗ୍ରେସ ନେତାଙ୍କୁ ହତ୍ୟା ଧମକ: ୫୦ ଲକ୍ଷ ନଦେଲେ ଭୋଗିବ ପରିଣାମ

pakistan | China | hangor-class-submarine 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe