ସମୁଦ୍ରରେ ଚୀନ୍-ଆମେରିକା ସେନା ମୁହାଁମୁହିଁ: ଟ୍ରମ୍ପ୍‌ଙ୍କ ଜାହାଜକୁ ଘଉଡ଼ାଇଲେ ଜିନପିଙ୍ଗ ସେନା

ଆମେରିକୀୟ ବିଧ୍ୱଂସକ ସ୍କାରବୋରୋ ଶୋଲ୍ ଦ୍ୱୀପରେ ପ୍ରବେଶ କରିବା ମାତ୍ରେ, ଚୀନ୍ ପ୍ରଥମେ ଏକ ଚେତାବନୀ ଜାରି କରିଥିଲା। ଯେତେବେଳେ ଆମେରିକୀୟ ଜାହାଜ ଚେତାବନୀକୁ ଅଣଦେଖା କରିବାରୁ, ଚୀନ୍ ଆକ୍ରମଣ କରିଥିଲା। ଚୀନ୍ କହିଛି ଯେ, ଆମେରିକୀୟ ଜାହାଜ ଉପରେ ଆକ୍ରମଣ କରାଯାଇ ଘଉଡ଼ାଇ ଦିଆଯାଇଛି...

China-US military clash at sea: Jinping's army chases away Trump's ship

China-US military clash at sea: Jinping's army chases away Trump's ship Photograph: (sambad.in)

ବେଜିଂ/ୱାଶିଂଟନ:ଦକ୍ଷିଣ ଚୀନ୍ ସାଗରର ସ୍କାରବୋରୋ ଶୋଲ୍ ନିକଟରେ ଚୀନ୍ ଏବଂ ଆମେରିକୀୟ ସୈନିକଙ୍କ ମଧ୍ୟରେ ସଂଘର୍ଷ ହୋଇଥିବା ଖବର ଆସିଛି। ଚୀନ୍ କହିଛି ଯେ, ଏହି ବ୍ୟସ୍ତବହୁଳ ରାସ୍ତା ଦେଇ ଏକ ଆମେରିକୀୟ ବିଧ୍ୱଂସକ ଯାତ୍ରା କରୁଥିଲା, ଯାହାକୁ ଆମେ ଗୁଳି କରି ଘଉଡ଼ାଇ ଦେଇଛୁ। ଆମେରିକା ସ୍କାରବୋରୋ ଶୋଲ୍‌ରେ ଅନୁପ୍ରବେଶ କରିଥିବା ଚୀନ୍ ଅଭିଯୋଗ କରିଛି। ଫିଲିପାଇନ୍ସର ସ୍କାରବୋରୋ ନିକଟରେ ଦୁଇଟି ଚୀନ୍ ଜାହାଜ ଧକ୍କା ଦେବା ଘଟଣାର ଗୋଟିଏ ଦିନ ପରେ ସ୍କାରବୋରୋ ଶୋଲ୍‌ରେ ଆମେରିକା ଏବଂ ଚୀନ୍ ମଧ୍ୟରେ ସଂଘର୍ଷ ଘଟିଛି।

ନ୍ୟୁଜ୍ ଏଜେନ୍ସି ରଏଟର୍ସ ଅନୁଯାୟୀ, ଚୀନ୍ ସେନା କହିଛି ଯେ, ଆମେରିକା ଯେଉଁଭଳି ଭାବରେ ସ୍କାରବୋରୋ ଶୋଲ୍‌ରେ ଅନୁପ୍ରବେଶ କରୁଛି ତାହା ଅନ୍ତର୍ଜାତୀୟ ଆଇନ ବିରୁଦ୍ଧ। ଆମେରିକା ସ୍କାରବୋରୋ ମାଧ୍ୟମରେ ଚୀନ୍‌ର ସାର୍ବଭୌମତ୍ୱକୁ ସିଧାସଳଖ ଚ୍ୟାଲେଞ୍ଜ କରିଛି।


ଚୀନ୍‌ର ଦକ୍ଷିଣ ସାମରିକ କମାଣ୍ଡ କହିଛି ଯେ, ବୁଧବାର ଦିନ ୟୁଏସଏସ ହିଗିନ୍ସ ସ୍କାରବୋରୋ ଶୋଲ୍‌ରେ ବିନା ଅନୁମତିରେ ପ୍ରବେଶ କରିଥିଲା, ଯାହା ପରେ ଏହାକୁ ଚେତାବନୀ ଦିଆଯାଇଥିଲା, କିନ୍ତୁ ଆମେରିକାର ବିଧ୍ୱଂସକ ଫେରି ନଥିଲା। ଯାହା ପରେ ଏହାକୁ ଘଉଡ଼ାଇବାକୁ ଚେଷ୍ଟା କରାଯାଇଥିଲା। ଚୀନ୍ କହିଛି, ଆମେରିକା ଆମର ସାର୍ବଭୌମତ୍ୱ ଏବଂ ସୁରକ୍ଷାକୁ ଗମ୍ଭୀର ଭାବରେ ଉଲ୍ଲଂଘନ କରିଛି।

ଆମେରିକା କହିଛି, ସ୍କାରବୋରୋରେ ପ୍ରବେଶ କରିବା ସମୟରେ ଆମେ ଅନ୍ତର୍ଜାତୀୟ ଆଇନ ପାଳନ କରିଥିଲୁ। ଆମେରିକାର ସପ୍ତମ ନୌବାହିନୀ କହିଛି, ଏହି ଅଭିଯାନ ନୌଚାଳନା ସ୍ୱାଧୀନତା ଏବଂ ସମୁଦ୍ରର ବୈଧ ବ୍ୟବହାର ବଜାୟ ରଖିବା ପାଇଁ ଆମେରିକାର ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଛି।

ଅଧିକ ପଢ଼ନ୍ତୁ: ୧୨ ବର୍ଷର ଝିଅକୁ ଏକଛତ୍ରବାଦୀ ହେବା ପାଇଁ ତାଲିମ୍ ଦେଉଛନ୍ତି କିମ୍ ଜୋଙ୍ଗ ଉନ୍


ସୂଚନାଯୋଗ୍ୟ, ସ୍କାରବୋରୋ ହେଉଛି ଦକ୍ଷିଣ ଚୀନ୍ ସାଗରରେ ଫିଲିପାଇନ୍ସର ଲୁଜୋନ୍ ଦ୍ୱୀପରୁ ପ୍ରାୟ ୨୨୦ କିଲୋମିଟର ପଶ୍ଚିମରେ ଅବସ୍ଥିତ ଏକ ଅଗଭୀର ଦ୍ୱୀପ। ଏହି ଦ୍ୱୀପକୁ ଦକ୍ଷିଣ ଚୀନ୍ ସାଗରର ସବୁଠାରୁ ବ୍ୟସ୍ତ ବହୁଳ ଦ୍ୱୀପ ବୋଲି କୁହାଯାଏ। ଫିଲିପାଇନ୍ସ, ଚୀନ୍ ଏବଂ ତାଇୱାନ ଏହି ଦ୍ୱୀପକୁ ନିଜର ବୋଲି ଦାବି କରିଥାନ୍ତି।

୨୦୧୨ ମସିହାରେ ଚୀନ୍ ଏଠାରେ ନିଜର ସୈନ୍ୟ ମୁତୟନ କରି ଫିଲିପାଇନ୍ସର ପ୍ରବେଶକୁ ପ୍ରତିବନ୍ଧିତ କରିଥିଲା। ଦକ୍ଷିଣ ଚୀନ୍ ସାଗରରେ ନିଜର ସହଯୋଗୀମାନଙ୍କୁ ସୁରକ୍ଷା ଦେବା ପାଇଁ ଆମେରିକା ନିରନ୍ତର ସକ୍ରିୟ ରହିଛି। ଚୀନ୍ ନିୟନ୍ତ୍ରଣକୁ ଚ୍ୟାଲେଞ୍ଜ କରିବା ପାଇଁ ଆମେରିକା ସମୟ ସମୟରେ ସେଠାକୁ ଜାହାଜ ପଠାଇଥାଏ।

ଏପରି ଏକ ଅପରେସନ ସମୟରେ ବୁଧବାରନ ସ୍କାରବୋରୋ ଶୋଲ୍ ନିକଟରେ ଉଭୟ ଦେଶର ସେନା ମୁହାଁମୁହିଁ ହୋଇଥିଲେ। ଏପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରୁ କୌଣସି କ୍ଷତି ହୋଇଥିବା ଖବର ନାହିଁ।

ଅଧିକ ପଢ଼ନ୍ତୁ: ଏମ.ଏଲ.ଏ ଲ୍ୟାଡ ୱେବ୍ ପୋର୍ଟାଲର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

 China | USA | china sea | philippines 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe