Chinese Robodog controversy: ଚୀନୀ ରୋବୋଡଗ୍‌ ବିବାଦ ପରେ ଏକ୍ସପୋରୁ ବାଦ୍‌ ପଡ଼ିଲା ଗଲଗୋଟିଆ ବିଶ୍ବବିଦ୍ୟାଳୟ

Advertisment

ନୂଆଦିଲ୍ଲୀରେ ଚାଲିଥିବା ଏଆଇ ଇମ୍ପାକ୍ଟ ସମ୍ମିଳନୀ ୨୦୨୬ରେ ଗଲଗୋଟିଆ ବିଶ୍ବବିଦ୍ୟାଳୟ ଦ୍ବାରା ଉପସ୍ଥାପନ କରାଯାଇଥିବା ରୋବୋଡଗ୍‌କୁ ନେଇ ବିବାଦ ଦେଖାଯାଇଛି।

ନୂଆଦିଲ୍ଲୀରେ ଚାଲିଥିବା ଏଆଇ ଇମ୍ପାକ୍ଟ ସମ୍ମିଳନୀ ୨୦୨୬ରେ ଗଲଗୋଟିଆ ବିଶ୍ବବିଦ୍ୟାଳୟ ଦ୍ବାରା ଉପସ୍ଥାପନ କରାଯାଇଥିବା ରୋବୋଡଗ୍‌କୁ ନେଇ ବିବାଦ ଦେଖାଯାଇଛି।

Pakistan-collapse-against-USA-T20-World-Cup-2026-57

Photograph: (google)

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଚାଲିଥିବା ଏଆଇ ଇମ୍ପାକ୍ଟ ସମ୍ମିଳନୀ ୨୦୨୬ରେ ଗଲଗୋଟିଆ ବିଶ୍ବବିଦ୍ୟାଳୟ ଦ୍ବାରା ଉପସ୍ଥାପନ କରାଯାଇଥିବା ରୋବୋଡଗ୍‌କୁ ନେଇ ବିବାଦ ଦେଖାଯାଇଛି। ଏହି ରୋବୋଡଗ୍‌ ଚୀନ୍‌ କମ୍ପାନି ଉନିଟ୍ରିର ବୋଲି କୁହାଯାଉଛି। ବିବାଦ ପରେ ସମ୍ମିଳନୀର ଏକ୍ସପୋରୁ ଗଲଗୋଟିଆ ବିଶ୍ବବିଦ୍ୟାଳୟ ବାଦ୍‌ ପଡ଼ିଛି।

ଆହୁରି ପଢ଼ନ୍ତୁ: ଭୋଟ ବାଣିଜ୍ୟ, ଲେଖକ: ସରୋଜ କୁମାର ସାମଲ....

ସୂଚନାଯୋଗ୍ୟ, ସମ୍ମିଳନୀର ପାଭିଲିୟନରେ ଗଲଗୋଟିଆ ବିଶ୍ବବିଦ୍ୟାଳୟ ଏକ ରୋବୋ ଡଗ୍ ପ୍ରଦର୍ଶନ କରିଥିଲା। ସାମାଜିକ ଗଣମାଧ୍ୟମରେ ଭାଇରାଲ ଭିଡିଓରେ ଗଲଗୋଟିଆ ବିଶ୍ବବିଦ୍ୟାଳୟ ଏହାକୁ ସେମାନଙ୍କ ସେଣ୍ଟର ଅଫ ଏକ୍ସଲେନ୍ସର ଉଦ୍ଭାବନ ଭାବେ ଦର୍ଶାଇଥିଲା। କିନ୍ତୁ ଟେକ୍‌ ୟୁଜର୍ସ ଓ ଇଣ୍ଡଷ୍ଟ୍ରି ଅବଜରଭର୍‌ ଏହି ରୋବୋ ଚୀନ କମ୍ପାନି ଉନିଟ୍ରି ରୋବୋଟିକ୍ସର କମର୍ସିଆଲ ମଡେଲ ସହିତ ମିଶୁଥିବା କହିଥିଲେ। ଚୀନର ଏହି ମଡେଲ ପୂର୍ବରୁ ବଜାରରେ ଉପଲବ୍ଧ ଥିବା ସେମାନେ ଦାବି କରିଥିଲେ। ଏହା ପରେ ବିବାଦ ବଢ଼ିବାରେ ଲାଗିଥିଲା ଓ ଗଲଗୋଟିଆ ବିଶ୍ବବିଦ୍ୟାଳୟକୁ ଏଆଇ ଶିଖର ସମ୍ମିଳନୀର ଏକ୍ସପୋ ଅଞ୍ଚଳରୁ ହଟେଇ ଦିଆଯାଇଛି। ବିବାଦ ବଢ଼ିବା ପରେ ବିଶ୍ବବିଦ୍ୟାଳୟ ପକ୍ଷରୁ ସଫେଇ ଦିଆଯାଇଥିଲା ଯେ, ଏହାକୁ ଇନ୍‌ ହାଉସ୍‌ ଡେଭଲପ୍‌ମେଣ୍ଟ ଭାବେ ଉପସ୍ଥାପନ କରାଯାଇ ନଥିଲା। ଏହା କେବଳ ଛାତ୍ରମାନଙ୍କ ପ୍ରଶିକ୍ଷଣ ଓ ଗବେଷଣା ପାଇଁ ନିଆଯାଇଥିଲା ଓ ଏହାକୁ ଶିଖିବାକୁ ପ୍ରଦର୍ଶିତ କରାଯାଇଥିଲା ବୋଲି କୁହାଯାଇଥିଲା। ଏହି ପ୍ରସଙ୍ଗରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ‘ଏକ୍ସ’ରେ ଏକ ପୋଷ୍ଟ କରି ଏଆଇ ଇମ୍ପାକ୍ଟ ସମ୍ମିଳନୀରେ ଚୀନ୍‌ ପ୍ରଡକ୍ଟ ପ୍ରଦର୍ଶନ କରାଯାଉଛି ବୋଲି କହିଥିଲେ। ସରକାରୀ ସୂତ୍ର ଅନୁଯାୟୀ, ଏହି ସମ୍ପୂର୍ଣ୍ଣ ମାମଲାକୁ ଗମ୍ଭୀରତା ସହିତ ଗ୍ରହଣ କରାଯିବା ସହିତ ଆ‌ୟୋଜକ ତୁରନ୍ତ ବିଶ୍ବବିଦ୍ୟାଳୟକୁ ଏକ୍ସପୋରୁ ବାହାର କରିଦେଇଥିଲେ।

ଆହୁରି ପଢ଼ନ୍ତୁ: ଜମ୍ମୁ ଜୁଭେନାଇଲ ହୋମ୍‌ରୁ ଫେରାର୍‌ ଘଟଣା: ଅମ୍ବାଲାରୁ ଦୁଇ ପାକିସ୍ତାନ ନାଗରିକ ଗିରଫ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe