Civil Services-2024 exam results declared: Shakti Dubey topper, Odisha's Ritika Rath ranks 48th Photograph: (sambad.in)
ନୂଆଦିଲ୍ଲୀ: ୟୁନିଅନ ପବ୍ଲିକ୍ ସର୍ଭିସ କମିସନ (ୟୁପିଏସସି) ସିଭିଲ ସର୍ଭିସେସ୍ ପରୀକ୍ଷା ୨୦୨୪ର ଫଳ ଘୋଷଣା କରାଯାଇଛି। ପରୀକ୍ଷାରେ ମୋଟ ୧୦୦୯ ଜଣ ପ୍ରାର୍ଥୀ ସଫଳ ହୋଇଛନ୍ତି। ଏହି ଫଳାଫଳ ୟୁପିଏସସି ୱେବସାଇଟ୍ upsc.gov.in ରେ ଦେଖିପାରିବେ।
ଉତ୍ତୀର୍ଣ୍ଣ ହୋଇଥିବା ମୋଟ ୧୦୦୯ ପ୍ରାର୍ଥୀଙ୍କ ମଧ୍ୟରୁ ୩୩୫ ଜଣ ସାଧାରଣ ବର୍ଗର, ଏହା ବ୍ୟତୀତ ଓବିସି ବର୍ଗର ୩୧୮ ଜଣ, ଏସ୍ସି ବର୍ଗର ୧୬୦ ଜଣ, ଇଡବ୍ଲୁଏସର ୧୦୯ ଜଣ, ଏସ୍ଟି ବର୍ଗର ୮୭ ଜଣ ପରୀକ୍ଷାରେ ସଫଳ ହୋଇଛନ୍ତି।
ଏଠାରେ ସମ୍ପୂର୍ଣ୍ଣ ତାଲିକା ଦେଖନ୍ତୁ: ପରୀକ୍ଷା ଫଳ ତାଲିକା
ହାଇଲାଇଟ୍ସ :
ୟୁପିଏସସି ସିଏସଇ ୨୦୨୪ରେ ମୋଟ ୧୦୦୯ ଜଣ ପ୍ରାର୍ଥୀ ସଫଳ ହୋଇଛନ୍ତି।
ସାଧାରଣ ବର୍ଗରୁ ୩୩୫ ଜଣ ପ୍ରାର୍ଥୀ ପାସ୍ କରିଛନ୍ତି।
ଓବିସି ବର୍ଗର ୩୧୮, ଏସସି ବର୍ଗର ୧୬୦, ଏସଟି ବର୍ଗର ୮୭ ପ୍ରାର୍ଥୀ ସଫଳ ହୋଇଛନ୍ତି।
ଅଧି୍କ ପଢ଼ନ୍ତୁ: ରାଜନୀତିରେ ବ୍ୟାଗ୍ ଝଡ଼: କାନ୍ଧରେ ବ୍ୟାଗ୍ ପକାଇ କଂଗ୍ରେସକୁ ସମାଲୋଚନା କଲେ ବାଂଶୁରୀ ସ୍ବରାଜ
ପରୀକ୍ଷାରେ ଶକ୍ତି ଦୁବେ ଟପ୍ପର ହୋଇଛନ୍ତି। ହର୍ଷିତା ଗୋୟଲ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଡୋଙ୍ଗରେ ଅର୍ଚ୍ଚିତ ପରାଗ ତୃତୀୟ ସ୍ଥାନରେ, ଶାହ ମାର୍ଗୀ ଚିରାଗ ଚତୁର୍ଥ ସ୍ଥାନରେ ଅଛନ୍ତି। ସେହିପରି ଟପ୍ପର ତାଲିକାରେ ଆକାଶ ଗର୍ଗ ପଞ୍ଚମ ସ୍ଥାନରେ, କୋମଲ ପୁନିଆ ଷଷ୍ଠ ସ୍ଥାନରେ ଏବଂ ଆୟୁଷୀ ବଂଶଲ ସପ୍ତମ ସ୍ଥାନରେ ଅଛନ୍ତି। ଏହା ପରେ ରାଜ କୃଷ୍ଣ ଝା, ଆଦିତ୍ୟ ବିକ୍ରମ ଅଗ୍ରୱାଲ, ମୟଙ୍କ ତ୍ରିପାଠିଙ୍କ ନାମ ରହିଛି। ଓଡ଼ିଶାର ଋତିକା ରଥ ୪୮ ତମ ସ୍ଥାନରେ ରହିଛନ୍ତି।
ଅଧି୍କ ପଢ଼ନ୍ତୁ: ଅଭାବନୀୟ ଘଟଣା: ବିଦ୍ୟୁତ୍ ଆଘାତରେ ମା ଓ ପୁଅ ମୃତ
Follow Us