Claims of former Pentagon official: ପୂର୍ବତନ ପେଣ୍ଟାଗନ୍ ଅଧିକାରୀଙ୍କ ଦାବି: ‘ଭାରତ-ଆମେରିକା ସମ୍ପର୍କ ଖରାପ ପାଇଁ ଟ୍ରମ୍ପ ଦାୟୀ’

Advertisment

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପରସ୍ପରକୁ ନିଜର ଭଲ ବନ୍ଧୁ ଭାବେ ଦର୍ଶାଉଥିଲେ। କିନ୍ତୁ ଅଗଷ୍ଟ ମାସରେ ଆମେରିକା ଭାରତ ଉପରେ ୫୦% ଶୁଳ୍କ ଲଗାଇବା....

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପରସ୍ପରକୁ ନିଜର ଭଲ ବନ୍ଧୁ ଭାବେ ଦର୍ଶାଉଥିଲେ। କିନ୍ତୁ ଅଗଷ୍ଟ ମାସରେ ଆମେରିକା ଭାରତ ଉପରେ ୫୦% ଶୁଳ୍କ ଲଗାଇବା....

trump modi

ୱାସିଂଟନ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପରସ୍ପରକୁ ନିଜର ଭଲ ବନ୍ଧୁ ଭାବେ ଦର୍ଶାଉଥିଲେ। କିନ୍ତୁ ଅଗଷ୍ଟ ମାସରେ ଆମେରିକା ଭାରତ ଉପରେ ୫୦% ଶୁଳ୍କ ଲଗାଇବା ପରେ ନୂଆଦିଲ୍ଲୀ ଓ ୱାସିଂଟନ ମଧ୍ୟରେ ସମ୍ପର୍କ ଖରାପ ହୋଇଥିଲା। ଦୁଇ ବୃହତ୍‌ ଗଣତନ୍ତ୍ର ମଧ୍ୟରେ ସମ୍ପର୍କ ଖରାପ ହେବା ପାଇଁ ପୂର୍ବତନ ପେଣ୍ଟାଗନ ଅଧିକାରୀ ମାଇକେଲ ରୁବିନ୍ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଦାୟୀ କରିଛନ୍ତ। ଟ୍ରମ୍ପଙ୍କ ଅକ୍ଷମତା ଯୋଗୁଁ ଭାରତ ଏବଂ ରୁଷ ନିକଟତର ହେଉଛନ୍ତି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନୂଆଦିଲ୍ଲୀକୁ ଅବିଚ୍ଛିନ୍ନ ଭାବରେ ଇନ୍ଧନ ପ୍ରେରଣ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ରୁବିନ କହିଛନ୍ତି। ନୂଆଦିଲ୍ଲୀ-ୱାସିଂଟନ ମଧ୍ୟରେ ସମ୍ପର୍କ ଖରାପ ହେବାକୁ ନେଇ ଆମେରିକା ନାଗରିକ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ। ଏହା ପାକିସ୍ତାନର ଚାଟୁକାରିତା ନା ଲାଞ୍ଚ ଯୋଗୁ ହୋଇଥିଲା ବୋଲି ରୁବିନ ପ୍ରଶ୍ନ କରିଛନ୍ତି। 

Elephant Herd's Terror: ୩୦ ଟିକିଆ ହାତୀ ପଲ ଲକ୍ଷାଧିକ ଟଙ୍କାର ଫସଲ ଓ ପନିପରିବା ଚାଷ ନଷ୍ଟ କଲେ

ରୁବନି କହିଛନ୍ତି, ପାକିସ୍ତାନ ଓ ଏହାର ସମର୍ଥକ ତୁର୍କୀ ଓ କତାରର ଏହା ଟ୍ରମ୍ପଙ୍କ ପ୍ରତି ଲାଞ୍ଚ ଥିଲା। ଏହି ଲାଞ୍ଚ ଆମେରିକାକୁ ଦଶନ୍ଧି ଧରି ପ୍ରଭାବିତ କରିବ ବୋଲି ସେ କହିଛନ୍ତି। ଭାରତ ନିଜର ଆବଶ୍ୟକତାକୁ ଗୁରୁତ୍ବ ଦେଇ ରୁଷ୍‌ଠାରୁ ‌ତୈଳ କିଣିବାକୁ ରୁବିନ ସମର୍ଥନ କରିବା ସହିତ କହିଛନ୍ତି, ଆମେରିକା ନିଜେ ରୁଷ୍‌ ସହିତ ବାଣିଜ୍ୟିକ କାରବାର କରୁଥିବାବେଳେ ଭାରତକୁ ରୁଷ୍‌ ତେଲ ନ କିଣିବାକୁ ଭାଷଣ ଦେବା କପଟତା। ଭାରତୀୟମାନେ ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ଭାବେ ବାଛିଛନ୍ତି, ସେ ଭାରତର ଆବଶ୍ୟକତାକୁ ଗୁରୁତ୍ବ ଦେବେ ଏହା ଆମେରିକୀୟ ବୁଝି ପାରୁନାହାନ୍ତି। ଭାରତ ଏକ ଜନବହୁଳ ଦେଶ। ଏହା ଆଗାମୀ ଦିନରେ ତୃତୀୟ ବୃହତ୍‌ ଅର୍ଥନୀତି ହେବାକୁ ଯାଉଛି, ଏଥିପାଇଁ ଏହା ଶକ୍ତିର ଆବଶ୍ୟକତା କରୁଛି। ଭାରତକୁ ‌ନୀତିଶିକ୍ଷା ଦେବା ଅପେକ୍ଷା ଆମେରିକା‌ ଏହାକୁ ଶସ୍ତା ଦରରେ ଇନ୍ଧନ ଯୋଗାଇ ଦେଉ ବୋଲି ରୁବିନ ପରାମର୍ଶ ଦେଇଛନ୍ତି।

Japan Earthquake : ଜାପାନରେ ୭.୬ ତୀବ୍ରତାର ଭୂମିକମ୍ପ, ସୁନାମୀ ଆଶଙ୍କା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe