Communal violence: ୩ ରାଜ୍ୟରେ ସାମ୍ପ୍ରଦାୟିକ ହିଂସା: ଶାନ୍ତି ରକ୍ଷା ପାଇଁ ପୁଲିସର ବ୍ୟାପକ କାର୍ଯ୍ୟାନୁଷ୍ଠାନ, ଧରାପଡ଼ିଲେ ୩୦ରୁ ଅଧିକ ଅଭିଯୁକ୍ତ

Advertisment

ଦେଶର ତିନୋଟି ପ୍ରମୁଖ ରାଜ୍ୟରେ ଶିବାଜୀ ଜୟନ୍ତୀ ଓ ଧାର୍ମିକ କାର୍ଯ୍ୟକ୍ରମ ସମୟରେ ସାମ୍ପ୍ରଦାୟିକ ଉତ୍ତେଜନା ପ୍ରକାଶ ପାଇଛି। କର୍ଣ୍ଣାଟକ, ତେଲେଙ୍ଗାନା ଏବଂ ମଧ୍ୟପ୍ରଦେଶରେ ସ୍ଥିତି ନିୟନ୍ତ୍ରଣ କରିବାକୁ ପୁଲିସକୁ କଠୋର ପଦକ୍ଷେପ ନେବାକୁ ପଡ଼ିଛି।

ଦେଶର ତିନୋଟି ପ୍ରମୁଖ ରାଜ୍ୟରେ ଶିବାଜୀ ଜୟନ୍ତୀ ଓ ଧାର୍ମିକ କାର୍ଯ୍ୟକ୍ରମ ସମୟରେ ସାମ୍ପ୍ରଦାୟିକ ଉତ୍ତେଜନା ପ୍ରକାଶ ପାଇଛି। କର୍ଣ୍ଣାଟକ, ତେଲେଙ୍ଗାନା ଏବଂ ମଧ୍ୟପ୍ରଦେଶରେ ସ୍ଥିତି ନିୟନ୍ତ୍ରଣ କରିବାକୁ ପୁଲିସକୁ କଠୋର ପଦକ୍ଷେପ ନେବାକୁ ପଡ଼ିଛି।

fshsfhhhf

ନୂଆଦିଲ୍ଲୀ: ଦେଶର ତିନୋଟି ପ୍ରମୁଖ ରାଜ୍ୟରେ ଶିବାଜୀ ଜୟନ୍ତୀ ଓ ଧାର୍ମିକ କାର୍ଯ୍ୟକ୍ରମ ସମୟରେ ସାମ୍ପ୍ରଦାୟିକ ଉତ୍ତେଜନା ପ୍ରକାଶ ପାଇଛି। କର୍ଣ୍ଣାଟକ, ତେଲେଙ୍ଗାନା ଏବଂ ମଧ୍ୟପ୍ରଦେଶରେ ସ୍ଥିତି ନିୟନ୍ତ୍ରଣ କରିବାକୁ ପୁଲିସକୁ କଠୋର ପଦକ୍ଷେପ ନେବାକୁ ପଡ଼ିଛି। ସବୁଠାରୁ ଆଶ୍ୱସ୍ତିର ବିଷୟ ହେଉଛି ଯେ ଏହି ସମସ୍ତ ଘଟଣାରେ କୌଣସି ଜୀବନହାନି ଘଟିନାହିଁ।  କର୍ଣ୍ଣାଟକର ବାଗଲକୋଟର ପୁରୁଣା ସହରରେ ଶିବାଜୀ ଜୟନ୍ତୀ ଶୋଭାଯାତ୍ରା ସମୟରେ ଏକ ମସଜିଦ ନିକଟରେ ପଥରମାଡ଼ ହେବାରୁ ଗଣ୍ଡଗୋଳ ଆରମ୍ଭ ହୋଇଥିଲା। ଏହାପରେ କିଛି ଉତ୍ତ୍ୟକ୍ତ ଲୋକ ଦୋକାନ ଓ ଗାଡ଼ି ଭଙ୍ଗାରୁଜା କରିଥିଲେ।  ଏହାକୁ ନେଇ ତୀବ୍ର ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ଦେଖି ପ୍ରଶାସନ ତୁରନ୍ତ ୧୪୪ ଧାରା ଲାଗୁ କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏଠାରେ ୧୦ରୁ ଅଧିକ ଲୋକଙ୍କୁ ଅଟକ ରଖାଯାଇଛି ଏବଂ ସୋସିଆଲ ମିଡିଆ ଉପରେ କଡ଼ା ନଜର ରଖାଯାଇଛି।

Odisha Governor: ଉତ୍ତର-ପୂର୍ବାଞ୍ଚଳ ଭାରତର ଜାତୀୟ ଦୃଷ୍ଟିକୋଣରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ: ରାଜ୍ୟପାଳ

ସେହିଭଳି ହାଇଦ୍ରାବାଦର ପୁରାଣାପୁଲ ଅଞ୍ଚଳରେ ରମଜାନ ପ୍ରାର୍ଥନା ଏବଂ ଶୋଭାଯାତ୍ରାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ମନ୍ଦିର ନିକଟରେ ଲଗାଯାଇଥିବା ବ୍ୟାନର ଚିରାଯିବାକୁ କେନ୍ଦ୍ର କରି ଗଣ୍ଡଗୋଳ ବଢ଼ିଥିଲା। ହାଇଦ୍ରାବାଦ ପୁଲିସର କୁଇକ୍ ରେସପନ୍ସ ଟିମ୍ (କ୍ୟୁଆର୍ଟି) ତୁରନ୍ତ ପହଞ୍ଚି ୧୧ ଜଣଙ୍କୁ ଗିରଫ କରିଛି। ଛକାପଂଝା ଜାରି ରହିଥିବାରୁ ବିଭିନ୍ନ ଅଂଚଳରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ସ୍ଥାନୀୟ ପୁଲିସ କମିସନରଙ୍କ ସୂଚନା ଅନୁଯାୟୀ, ବର୍ତ୍ତମାନ ସ୍ଥିତି ସମ୍ପୂର୍ଣ୍ଣ ଶାନ୍ତ ରହିଛି।  ସହରେ ଫ୍ଲାଗ୍ ମାର୍ଚ୍ଚ କରାଯାଇଛି। ସୋସିଆଲ ମିଡିଆରେ ଗୁଜବ ପ୍ରସାରଣ କରୁଥିବା ଆକାଉଣ୍ଟଗୁଡ଼ିକୁ ସାଇବର ସେଲ୍ ଦ୍ୱାରା ଟ୍ରାକ୍ କରାଯାଉଛି।

AFC Women’s: ଏଏଫ୍‌ସି ମହିଳା ଏସୀୟ କପ୍‌ ଦଳରେ ଓଡ଼ିଶାରୁ ପ୍ୟାରୀ, ଯଶୋଦା, ଜୁଲି

ସେହିଭଳି ମଧ୍ୟପ୍ରଦେଶର ଜବଲପୁରର ସିହୋରା ଅଞ୍ଚଳରେ ଏକ ଦୁର୍ଗା ମନ୍ଦିରରେ ଭଙ୍ଗାରୁଜା ହୋଇଥିବା ଅଭିଯୋଗ ପରେ ହିଂସା ଉଗ୍ର ରୂପ ନେଇଥିଲା। ଉତ୍ତ୍ୟକ୍ତ ଭିଡ଼କୁ ହଟାଇବା ପାଇଁ ପୁଲିସକୁ ଲୁହବୁହା ଗ୍ୟାସ ପ୍ରୟୋଗ କରିବାକୁ ପଡ଼ିଥିଲା। ଏହି ଘଟଣାରେ ପ୍ରାୟ ୧୫ ଜଣ ଦୁର୍ବୃତ୍ତଙ୍କୁ ପୋଲିସ ଚିହ୍ନଟ କରି ଗିରଫ କରିଛି। ତିନିଟି ଯାକ ଘଟଣାରେ ପୋଲିସର ତ୍ୱରିତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଏକ ବଡ଼ ଧରଣର ସାମ୍ପ୍ରଦାୟିକ ଦଙ୍ଗା ଟଳିଯାଇଛି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ସ୍ଥିତି ସମୀକ୍ଷା କରାଯାଉଛି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe