ମହାରାଷ୍ଟ୍ର ନିର୍ବାଚନ ପାଇଁ କର୍ଣ୍ଣାଟକରୁ ୭୦୦ କୋଟି ସଂଗ୍ରହ କରିଛି କଂଗ୍ରେସ: ଅଭିଯୋଗ ଆଣିଲେ ପ୍ରଧାନମନ୍ତ୍ରୀ

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ସାଧାରଣ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ କଂଗ୍ରେସ ଏବଂ ମହାବିକାଶ ଅଘାଡି ପ୍ରତି ସତର୍କ ରହିବାକୁ କହିଛନ୍ତି...

WhatsApp Image 2024-11-09 at 3.43.54 PM

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ଦଳର ପ୍ରମୁଖ ନେତା ତଥା ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଚାର ପାଇଁ ମହାରାଷ୍ଟ୍ରରେ ଅଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ନିର୍ବାଚନ ପ୍ରଚାର ପାଇଁ ଆକୋଲାରେ ପହଞ୍ଚି ଜନସାଧାରଣଙ୍କୁ ସମ୍ବୋଧିତ କରିଛନ୍ତି।

ନିର୍ବାଚନ ପ୍ରଚାର ସମୟରେ ସାଧାରଣ ସଭାକୁ ସମ୍ବୋଧିତ କରିବାବେଳେ ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ କଂଗ୍ରେସ ଏବଂ ମହାଭିକାଶ ଅଘାଡିଙ୍ ପ୍ରତି ସତର୍କ ରହିବାକୁ କହିଛନ୍ତି। ସେ କହିଛନ୍ତି ଯେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ କେରଳ ଏବଂ କର୍ଣ୍ଣାଟକରୁ ଟଙ୍କା ସଂଗ୍ରହ କରୁଛି।

ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାବିକାଶ ଅଘାଡିର ଅର୍ଥକୁ ଜନସାଧାରଣଙ୍କୁ ବୁଝାଇଛନ୍ତି। ସେ କହିଛନ୍ତି, ମହାୟୁତି ନିର୍ବାଚନୀ ଇସ୍ତାହାର ମଧ୍ୟରେ ମହାବିକାଶ ଅଘାଡିର ଦୁର୍ନୀତି ଚିଠି ମଧ୍ୟ ଆସିଛି। ସମଗ୍ର ଦେଶ ଜାଣିଛି ଯେ ମହାଅଘାଡଆ ଅର୍ଥ ହେଉଛି ଦୁର୍ନୀତିର ଗନ୍ତାଘର। ହଜାର ହଜାର କୋଟି ଟଙ୍କାର ଦୁର୍ନୀତିର ପର୍ଦ୍ଦାଫାଶ୍ ହୋଇଛି।  ଟୋକନ୍ ମନି ଟ୍ରାନ୍ସଫର ପୋଷ୍ଟିଂର କାରବାରରେ ଏହା ଲିପ୍ତଥିବା ଜଣାପଡ଼ିସାରିଛି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଯେଉଁଠାରେ କଂଗ୍ରେସ ସରକାର ଗଠନ ହୁଏ, ସେହି ରାଜ୍ୟ କଂଗ୍ରେସର ରାଜ ପରିବାରର ଏଟିଏମ ହୋଇଯାଏ। ଆଜିକାଲି ହିମାଚଳ, ତେଲେଙ୍ଗାନା ଏବଂ କର୍ଣ୍ଣାଟକ ଭଳି ରାଜ୍ୟ କଂଗ୍ରେସର ରାଜପରିବାରର ଏଟିଏମରେ ପରିଣତ ହୋଇଛନ୍ତି।

ମହାରାଷ୍ଟ୍ରରେ ନିର୍ବାଚନ ନାମରେ କର୍ଣ୍ଣାଟକର ଟଙ୍କା ଆଦାୟ ଦ୍ୱିଗୁଣିତ ହୋଇଛି। ଅଭିଯୋଗ ହୋଇଛି ଯେ କଂଗ୍ରେସ  କର୍ଣ୍ଣାଟକର ମଦ ଦୋକାନୀମାନଙ୍କଠାରୁ ୭୦୦କୋଟି ଟଙ୍କା ଆଦାୟ କରିଛି। ଏନେଇ ଆମକୁ ମହାରାଷ୍ଟ୍ରରେ ସତର୍କ ରହିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଅଧିକ ପଢ଼ନ୍ତୁ: ମିଳିବ ଶସ୍ତା ଅଟା-ଚାଉଳ: ସରକାରଙ୍କ ସ୍ୱତନ୍ତ୍ର ଯୋଜନା, ଜାଣନ୍ତୁ ଦାମ୍ କେତେ ଟଙ୍କା...

ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ରର ଧୁଲେ ଜିଲ୍ଲାରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଥିଲେ। ଏହି ସମୟରେ ସେ ମହାବିକାଶ ଅଘାଡିକୁ ଚକ ନ ଥିବା ଗାଡି ବୋଲି କହିଥିଲେ। ଦଳର ଡ୍ରାଇଭର ସିଟରେ ବସିବା ପାଇଁ ନିଜ ନିଜ ମଧ୍ୟରେ ଲଢ଼େଇ ଜାରି ରହିଥିବା ପ୍ରଧାନମନ୍ତ୍ରୀ କହିଥିଲେ।

ଏହା ବ୍ୟତୀତ ସେ ମହାରାଷ୍ଟ୍ରର ପ୍ରତ୍ୟେକ ମହିଳାଙ୍କୁ ମହାବିକାଶ ଅଘାଡି ପ୍ରତି ସତର୍କ ରହିବାକୁ କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, ଏହି ଦଳ ମହିଳା ସଶକ୍ତିକରଣ ଦେଖି  ସହ୍ୟ କରିପାରିବେ ନାହିଁ।

ସମଗ୍ର ମହାରାଷ୍ଟ୍ର ଦେଖୁଛି ଯେ କଂଗ୍ରେସ ଏବଂ ଅଘାଡି କର୍ମୀମାନେ ବର୍ତ୍ତମାନ ମହିଳାଙ୍କୁ ଅସଦାଚରଣ କରିବା ଆରମ୍ଭ କରିଛନ୍ତି। ଯେଉଁ ପ୍ରକାରର ଅପମାନଜନକ ଭାଷା ବ୍ୟବହାର କରାଯାଉଛି ତାହାକୁ ମହାରାଷ୍ଟ୍ରର କୌଣସି ମା’ ଏବଂ ଭଉଣୀ କ୍ଷମା କରିପାରିବେ ନାହିଁ।

ଅଧିକ ପଢ଼ନ୍ତୁ: ସିବିଏସ୍ଇର କଠୋର ପଦକ୍ଷେପ: ଡମି କ୍ଲାସ୍ ମାମଲାରେ ଦିଲ୍ଲୀ-ରାଜସ୍ଥାନର ୨୧ ବିଦ୍ୟାଳୟର ମାନ୍ୟତା ରଦ୍ଦ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe