Advertisment

Donald Trump: 'ଟ୍ରମ୍ପ ଏତେ ଯୁଦ୍ଧ କରାଇଛନ୍ତି,ତାଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳିବା ଉଚିତ, ସେ ସେଥିପାଇଁ ଯୋଗ୍ୟ'

Advertisment

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏତେ ଯୁଦ୍ଧ କରାଇଛନ୍ତି ଯେ, ସେ ନୋବେଲ ଶାନ୍ତି ପୁରସ୍କାର ପାଇବାକୁ ଯୋଗ୍ୟ। ଶୁକ୍ଲାଙ୍କ ବ୍ୟଙ୍ଗ ଇରାନ-ଇସ୍ରାଏଲ ଯୁଦ୍ଧ, ରୁଷ-ୟୁକ୍ରେନ ଓ ଭେନେଜୁଏଲା ଉପରେ ସାମ୍ପ୍ରତିକ ଆମେରିକୀୟ ସାମରିକ ଆକ୍ରମଣ ଉପରେ ହୋଇଥିବା କୁହାଯାଉଛି

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏତେ ଯୁଦ୍ଧ କରାଇଛନ୍ତି ଯେ, ସେ ନୋବେଲ ଶାନ୍ତି ପୁରସ୍କାର ପାଇବାକୁ ଯୋଗ୍ୟ। ଶୁକ୍ଲାଙ୍କ ବ୍ୟଙ୍ଗ ଇରାନ-ଇସ୍ରାଏଲ ଯୁଦ୍ଧ, ରୁଷ-ୟୁକ୍ରେନ ଓ ଭେନେଜୁଏଲା ଉପରେ ସାମ୍ପ୍ରତିକ ଆମେରିକୀୟ ସାମରିକ ଆକ୍ରମଣ ଉପରେ ହୋଇଥିବା କୁହାଯାଉଛି

congress criticizes

congress criticizes Photograph: (sambad.in)

ନୂଆଦିଲ୍ଲୀ: ଇସ୍ରାଏଲ-ଆମେରିକାର ପକ୍ଷରୁ ଇରାନ ଉପରେ ମିଳିତ ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ଏକ ସଙ୍କଟ ଜନକ ସ୍ଥିତି ସୃଷ୍ଟି ହୋଇଛି। ତେହେରାନ ଉପରେ ହୋଇଥିବା ବିମାନ ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କ ମୃତ୍ୟୁ ହୋଇଛି। ଭାରତ, ପାକିସ୍ତାନ ଏବଂ ଇରାନ ସମେତ ଅନେକ ଦେଶରେ ଏହାର ତୀବ୍ର ବିରୋଧ କରାଯାଉଛି। ଭାରତରେ ଶାସକ ଦଳ ଓ ବିରୋଧୀ ଦଳ ମଧ୍ୟ ବୈଦେଶିକ ନୀତି ଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ଭିନ୍ନ ଭିନ୍ନ ମତ ରଖିଛନ୍ତି।

ଭାରତ ସରକାର ଖେମିନିଙ୍କ ମୃତ୍ୟୁ ଉପରେ ନୀରବତା ବଜାୟ ରଖି ସଂଯମତା ଓ କୂଟନୈତିକ ସମାଧାନର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ବିରୋଧୀ ଦଳ ଖୋଲାଖୋଲି ଭାବରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବିରୋଧ କରିଛନ୍ତି। କଂଗ୍ରେସରାଜ୍ୟସଭା ସାଂସଦ ଏବଂ ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ଟ୍ରମ୍ପଙ୍କୁ କଟାକ୍ଷ କରିଛନ୍ତି।

ଆହୁରି ପଢନ୍ତୁ- Texas : ଇରାନ ସମର୍ଥକଙ୍କ ଆଖିବୁଜା ଗୁଳିଚାଳନା, ଭାରତୀୟ ଛାତ୍ରୀ ସବିତାଙ୍କ ସମେତ ୪ ମୃତ

ରାଜୀବ ଶୁକ୍ଲା ମଙ୍ଗଳବାର ଦିନ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ପୋଷ୍ଟ କରି କହିଛନ୍ତି, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏତେ ଯୁଦ୍ଧ କରାଇଛନ୍ତି ଯେ, ସେ ନୋବେଲ ଶାନ୍ତି ପୁରସ୍କାର ପାଇବାକୁ ଯୋଗ୍ୟ। ଶୁକ୍ଲାଙ୍କ ବ୍ୟଙ୍ଗ ଇରାନ-ଇସ୍ରାଏଲ ଯୁଦ୍ଧ, ରୁଷ-ୟୁକ୍ରେନ ଓ ଭେନେଜୁଏଲା ଉପରେ ସାମ୍ପ୍ରତିକ ଆମେରିକୀୟ ସାମରିକ ଆକ୍ରମଣ ଉପରେ ହୋଇଥିବା କୁହାଯାଉଛି। ଏବେ ଏହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଆହୁରି ପଢନ୍ତୁ- Khamenei Killing Protest: କାଶ୍ମୀରରେ ପ୍ରତିବାଦର ନିଆଁ: ପଥର ଫିଙ୍ଗାଳିଙ୍କୁ ପୋଲିସର କଠୋର ଚେତାବନୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe