ଉପନିର୍ବାଚନ ପୂର୍ବରୁ କଂଗ୍ରେସର ମାଷ୍ଟର ପ୍ଲାନ୍: ଏସପି ପ୍ରାର୍ଥୀ ଲାଭ ପାଇବେ

ଉତ୍ତରପ୍ରଦେଶ ବିଧାନସଭା ଉପନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରାଯାଇଛି। ଦଳ କିଛି ନେତାଙ୍କ ଉପରେ ନଜର ରଖିଛି। ଉପନିର୍ବାଚନରେ ​​ଏସପି ପ୍ରାର୍ଥୀମାନେ ଏସବୁ ନେତାଙ୍କଠାରୁ ଉପକୃତ ହୋଇପାରିବେ ବୋଲି ଚର୍ଚ୍ଚା ହେଉଛି...

WhatsApp Image 2024-11-09 at 6.53.17 PM

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ଉପନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା କଂଗ୍ରେସ ବର୍ତ୍ତମାନ ବିଏସପି ପୃଷ୍ଠଭୂମି ଥିବା ନେତାଙ୍କ ଉପରେ ନଜର ରଖିଛି। ଏହି ନେତାମାନଙ୍କୁ କଂଗ୍ରେସ ଶିବିରରେ ସାମିଲ କରି ସାମାଜିକ ନ୍ୟାୟ ପ୍ରସଙ୍ଗକୁ ଜୋରଦାର୍ କରିବାକୁ ଏକ ପ୍ରସ୍ତୁତି ଚାଲିଛି। ଉପନିର୍ବାଚନ ପୂର୍ବରୁ ଯଦି ନିଜର ମାଷ୍ଟର ପ୍ଲାନ୍ ଅନୁସାରେ କଂଗ୍ରେସ କିଛି ନେତାଙ୍କୁ ଦଳରେ ସାମିଲ କରିବାକୁ ସଫଳ ହୁଏ, ତେବେ ଏହା ନିଶ୍ଚିତ ଯେ ଏସପି ପ୍ରାର୍ଥୀମାନେ ଏଥିରୁ ସିଧାସଳଖ ଉପକୃତ ହେବେ।

ରାଜ୍ୟର ୯ଟି ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି। କଂଗ୍ରେସ ଏହି ନିର୍ବାଚନରେ ​​କୌଣସି ପ୍ରାର୍ଥୀ ଦେଇନାହିଁ। କିନ୍ତୁ ଇଣ୍ଡିଆ ଆଲାଏନ୍ସ ଆଧାାରେ ସହଯୋଗୀ ଏସପି ପ୍ରାର୍ଥୀଙ୍କୁ ସହାୟତା ପାଇଁ ଅଣ୍ଟା ଭିଡ଼ିଛି। ଦଳର ରଣନୀତିଜ୍ଞମାନଙ୍କ ଅନୁସାରେ ଯଦି କଂଗ୍ରେସ ଶିବିରରେ ଦଳିତ ଏବଂ ଅତ୍ୟଧିକ ପଛୁଆ ଶ୍ରେଣୀର ଭୋଟ୍ ବ୍ୟାଙ୍କ  ସାମିଲ ‌ହେବ, ତା’ହେଲେ ଦଳର ନିଜସ୍ବ ଭୋଟ୍ ବ୍ୟାଙ୍କ ମଧ୍ୟ ବୃଦ୍ଧି ପାଇପାରିବ। 

ଏହି ରଣନୀତି ଅନୁଯାୟୀ, ବିଏସପି ପୃଷ୍ଠଭୂମି ଥିବା ନେତାମାନଙ୍କୁ ଦଳରେ ସାମିଲ କରିବା ପାଇଁ ବର୍ତ୍ତମାନ ପ୍ରସ୍ତୁତି ଚାଲିଛି। ନିଜକୁ ଅବହେଳିତ ଅନୁଭବ କରୁଥିବା ବିଏସପି ନେତାଙ୍କ ସହ ଯୋଗାଯୋଗ କରିବାକୁ ସମସ୍ତ ଜିଲ୍ଲା ମୁଖ୍ୟଙ୍କୁ ନିର୍ଦ୍ଦେଶ ଦିଆଯାଇଛି। 

ଲୋକସଭାରେ ବିରୋଧୀଦଳର ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ମହା ସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଦ୍ୱାରା ଉଠାଯାଇଥିବା ସାମାଜିକ ପ୍ରସଙ୍ଗଗୁଡ଼ିକ ବିଷୟରେ ଭୋଟରଙ୍କୁ ଯେଭଳି ସୂଚନା ଦିଆଯିବ ସେନେଇ ପ୍ରୟାସ ଜାରି ରହିଛି। ସେମାନଙ୍କୁ ମଧ୍ୟ ଅବଗତ କରାଯିବ ଯେ, କଂଗ୍ରେସ ଦଳିତ ତଥା ଅତ୍ୟନ୍ତ ପଛୁଆ ଲୋକଙ୍କ କଲ୍ୟାଣ ପାଇଁ ନିରନ୍ତର ସଂଗ୍ରାମ କରୁଛି।

ରାଜନୈତିକ ବିଶେଷଜ୍ଞମାନଙ୍କ ଅନୁସାରେ  ଉପନିର୍ବାଚନ ପୂର୍ବରୁ ଯଦି ଏଭଳି ନେତାମାନଙ୍କୁ ଦଳରେ ସାମିଲ କରିବାରେ କଂଗ୍ରେସ ସଫଳ ହୁଏ, ତେବେ ଉପନିର୍ବାଚନରେ କଂଗ୍ରେସ ସିଧାସଳଖ ଲାଭ ପାଇବ। କାରଣ କଂଗ୍ରେସର କୌଣସି ପ୍ରାର୍ଥୀ ମଇଦାନରେ ନ ଥିଲେ ମଧ୍ୟ ଦଳ ଏସପି ପ୍ରାର୍ଥୀଙ୍କ ସହ ରହିଥିବା କହିଛି। 

ଅଧିକ ପଢ଼ନ୍ତୁ: ଜନସଂଖ୍ୟା ବୃଦ୍ଧି ପାଇଁ ଅଜବ ମନ୍ତ୍ରଣାଳୟ ଗଠନ କରିବାକୁ ଯୋଜନା କରୁଛନ୍ତି ପୁଟିନ

ବିଏସପି ପ୍ରାର୍ଥୀମାନେ ଅନେକ ଆସନରେ ଭୋଟ୍ ଭାଗ କରୁଛନ୍ତି। ଏହି ନେତାଙ୍କ ମାଧ୍ୟମରେ ଭୋଟ୍ ବ୍ୟାଙ୍କ ସାମାଜିକ ନ୍ୟାୟ ପ୍ରସଙ୍ଗରେ ଏକ ହୋଇପାରିବ। ରାଜ୍ୟ କଂଗ୍ରେସ ସଭାପତି ଅଜୟ ରାୟ କହିଛନ୍ତି, ବିଭିନ୍ନ ଦଳର ଅନେକ ନେତା ଯୋଗାଯୋଗରେ ଅଛନ୍ତି। ସେମାନଙ୍କୁ ଶୀଘ୍ର ଦଳର ସଦସ୍ୟତା ଦିଆଯିବ। ଉପନିର୍ବାଚନ ସମୟରେ ମଧ୍ୟ ଅନେକ ଲୋକ କଂଗ୍ରେସ ସହିତ କାମ କରୁଛନ୍ତି। ବିଜେପି ପରାସ୍ତ ହେବ ଏବଂ ମିଳିତ ପ୍ରାର୍ଥୀ ନିର୍ବାଚିତ ହେବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।

ଅଧିକ ପଢ଼ନ୍ତୁ: ମହାରାଷ୍ଟ୍ର ନିର୍ବାଚନ ପାଇଁ କର୍ଣ୍ଣାଟକରୁ ୭୦୦ କୋଟି ସଂଗ୍ରହ କରିଛି କଂଗ୍ରେସ: ଅଭିଯୋଗ ଆଣିଲେ ପ୍ରଧାନମନ୍ତ୍ରୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe