ନୂଆଦିଲ୍ଲୀ:କଂଗ୍ରେସ ପକ୍ଷରୁ ଆଜି ଦିଲ୍ଲୀର ରାମଲୀଳା ମୈଦାନରେ ‘ଭୋଟ୍ ଚୋର, ଗାଦି ଛାଡ଼’ ରାଲି ଅନୁଷ୍ଠିତ ହୋଇଛି। କଂଗ୍ରେସ ନେତାମାନେ ବିଜେପି ଓ ନିର୍ବାଚନ କମିସନ(ଇସି) ବିରୋଧରେ ନିର୍ବାଚନୀ ହେରଫେର ଅଭିଯୋଗ ଆଣି କଡ଼ା ସମାଲୋଚନା କରିଛନ୍ତି। ଏହି ବିଶାଳ ଜନସମାବେଶରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଭଳି ଶୀର୍ଷ ନେତାମାନେ କ୍ଷମତାସୀନ ଦଳକୁ ଭୋଟର ତାଲିକା ସଂଶୋଧନ ଓ ସଂସ୍ଥାଗତ ପକ୍ଷପାତ ନେଇ ଟାର୍ଗେଟ୍ କରିଛନ୍ତି। ସେମାନେ ବିଜେପି ବିରୋଧରେ ‘ଭୋଟ୍ ଚୋରି’ ଅଭିଯୋଗ ଆଣିବା ସହ ଗଣତନ୍ତ୍ର ରକ୍ଷା ପାଇଁ ଦୀର୍ଘ ଲଢ଼େଇର ଶପଥ ନେଇଛନ୍ତି।
Old woman: ଝାଟିମାଟିର କୁଡ଼ିଆରେ ବିତୁଛି ଅସହାୟ ଜୀବନ
ବିଜେପି-ନିର୍ବାଚନ କମିସନ ମିଳିତ ଷଡ୍ଯନ୍ତ୍ର କରିଛନ୍ତି
ଭୋଟର ତାଲିକାର ସ୍ବତନ୍ତ୍ର ସଂଶୋଧନ ପ୍ରକ୍ରିୟା (ଏସ୍ଆଇଆର୍)କୁ କଡ଼ା ନିନ୍ଦା କରି ରାହୁଲ କହିଛନ୍ତି, ଏହା ଗରିବ, ଦଳିତ, ପଛୁଆ ଓ ପାରମ୍ପରିକ ଇଣ୍ଡି ମେଣ୍ଟ ଭୋଟରଙ୍କ ନାମକୁ ଅଧିକ ହାରରେ ହଟାଇବା ପାଇଁ ଉଦ୍ଦିଷ୍ଟ । ନିର୍ବାଚନ କମିସନ ବିଜେପି ସହ ମିଶି ଷଡ୍ଯନ୍ତ୍ର କରୁଛନ୍ତି ଏବଂ ଭୋଟ୍ ଚୋରି ହେଉଛି। ମୁଁ ପ୍ରଶ୍ନ କଲେ ମୋତେ ଉତ୍ତର ମିଳୁନି। ନିର୍ବାଚନ କମିସନକୁ ସୁରକ୍ଷା ଦେଉଥିବା ଆଇନ ବାତିଲ୍ କରିବା ଓ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପର୍ଯ୍ୟନ୍ତ ଦଳ ଲଢ଼େଇ ଜାରି ରଖିବ ବୋଲି ରାହୁଲ କହିଛନ୍ତି।
CJI: ନ୍ୟାୟ ପ୍ରଦାନ ସୁନିଶ୍ଚିତ କରିବା ପାଇଁ ମଧ୍ୟସ୍ଥତା ପ୍ରଭାବଶାଳୀ ମାଧ୍ୟମ: ସିଜେଆଇ
ପ୍ରିୟଙ୍କା ଗାନ୍ଧୀ ବିଜେପିକୁ ବ୍ୟାଲଟ୍ ପେପର୍ରେ ନିର୍ବାଚନ ଲଢ଼ିବାକୁ ଚ୍ୟାଲେଞ୍ଜ୍ କରି କହିଛନ୍ତି ଯେ ଏଭଳି ହେଲେ ସେମାନେ ହାରିଯିବେ। ଖଡ଼ଗେ ବିଜେପି ନେତାମାନଙ୍କୁ ‘ଗଦ୍ଦାର’ ଓ ‘ଡ୍ରାମାବାଜ’ ବୋଲି କହି ସମ୍ବିଧାନ ବଞ୍ଚାଇବା ପାଇଁ ଏନ୍ଡିଏ ସରକାରକୁ ହଟାଇବାକୁ ଆହ୍ୱାନ ଦେଇଛନ୍ତି। ଅନ୍ୟପକ୍ଷରେ ବିଜେପି ଏହି ରାଲିକୁ ଭୋଟର ତାଲିକାରେ ସଂଶୋଧନକୁ ରୋକିବା ପାଇଁ ଏକ ଷଡ୍ଯନ୍ତ୍ର ବୋଲି କହିବା ସହ କଂଗ୍ରେସ ଦଳ ‘ଅନୁପ୍ରବେଶକାରୀ’ମାନଙ୍କୁ ସୁରକ୍ଷା ଦେବାକୁ ଅହରହ ପ୍ରୟାସ କରୁଥିବା କହିଛି। ତୁଷ୍ଟୀକରଣ ରାଜନୀତି ଓ ଅନୁପ୍ରବେଶକାରୀଙ୍କ ଭୋଟ୍ ଉପରେ ବିଶେଷ ନିର୍ଭରଶୀଳ ଥିବା କଂଗ୍ରେସ କେବଳ ହତାଶାରେ ନିର୍ବାଚନ କମିସନଙ୍କୁ ଟାର୍ଗେଟ୍ କରୁଛି ବୋଲି ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/15/sfhshffxbvbvbv-2025-12-15-00-12-15.jpg)